ଅପରାଧ ବିପୁଳ ପରିମାଣର ଚୋରା ସ୍କ୍ରାପ ଜବତ – ୩ ଗିରଫ Angul OnlineAugust 21, 2021August 21, 2021 ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ଛେଣ୍ଡିପଦା-ଜରପଡା ରାସ୍ତାର ଶୁନଭୂଇଁ ନିକଟରୁ ଦୁଇଟି ଚୋରା ସ୍କ୍ରାପ ବୋଝେଇ ଗାଡି ଦୁଇଟିକୁ ଜବତ କରିବା ସହିତ ଏଥିରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରିଛି । ପୁଲିସ ସୂଚନା ଅନୁସାରେ , ପେଟ୍ରୋଲିଂ କରୁଥିବା ବେଳେ ଦୁଇଟି ସ୍କ୍ରାପ ବୋଝେଇ ଗାଡି ଜରପଡା ଜାତୀୟ ରାଜପଥ ପଥକୁ ଯାଉଥିବା ଖବର ମିଳିଥିଲା । ଏଥିପାଇଁ ପୁଲିସ ସଜାଗ ଥିବା ବେଳେ ଶୁନଭୁଇଁ ଛକ ଠାରେ ଏକ ବୋଲେରୋ ପିକଅପ(ଓଡି ୦୨ ଏସି ୮୩୧୩) ଓ ଟାଟା ମିନିଟ୍ରକ(ଓଡି ୧୯ ଏନ ୨୨୪୦) ଗାଡି ଦୁଇଟିକୁ ଅଟକାଇ ଯାଞ୍ଚ କରିଥିଲା । ଏହି ଯାଞ୍ଚ ବେଳେ ସେଥିରେ ବେଆଇନ ଭାବେ ଚୋରା ସ୍କ୍ରାପ ଚଲାଣ ହେଉଥିବା ଥିବା ଦେଖିବା ପରେ ପୁଲିସ ଉକ୍ତ ଦୁଇଟି ଜବତ କରାଇଥିଲା । ସେଥିରେ ମୋଟ ୮୦୧୦ କିଗ୍ରା ଚୋରା ସ୍କ୍ରାପ ଥିବା ଜଣା ପଡିଛି । ପୁଲିସ ଗାଡି ଦୁଇଟିକୁ ଜବତ କରିବା ସହିତ ଏଥିରେ ସପୃକ୍ତ ଗାଡି ଚାଳକଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ହଣ୍ଡପା ଥାନା କୃଷ୍ଣପୁର ଗ୍ରାମର ସଦନ ପ୍ରଧାନ ,ଛେଣ୍ଡିପଦା ଥାନା ବାଗଡିଆ ଗାଁର କୈଳାଶ ସାହୁ ଓ ଜରପଡା ଥାନା ନାଉପଦା ଗାଁର ବିଜୟ ଶିଠ । ଏ ନେଇ ଛେଣ୍ଡିପଦା ପୁଲିସ ୩୮୫/୨୧ ଓ ୩୮୬/୨୧ରେ ଦୁଇଟି ମାମଲା ରୁଜୁ କରିବା ସହିତ ଗିରଫ ଅଭିଯୁକ୍ତ ମାଙ୍କଙ୍କୁ କୋର୍ଟ ଚାଲଣ କରିଛି । Advertisement
ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ – ବୃଦ୍ଧ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ଖମାର ଥାନା ଅଞ୍ଚଳର ଜଣେ ୨୩ ବର୍ଷୀୟା ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଯୁବତୀଙ୍କ ବାପା ଏ…
ଧାନ ଚୋର କରିବାକୁ ଯାଇ ଖୁଣ୍ଟରେ ବନ୍ଧା ହେଲେ ଯୁବକ ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦରଥାନା ଅନ୍ତର୍ଗତ ବେନ୍ତପୁର ଗ୍ରାମର ଧାନ ମିଲରୁ ଧାନ ବସ୍ତା ଚୋରି କରିବା ବେଳେ ଯୁବକ ଧରା ପଡ଼ିବା ପରେ ତାଙ୍କୁ…
ଚକୋଲେଟ ଦେଇ ନାବାଳିକାଙ୍କୁ ଦୁଷ୍କର୍ମ – ଅଭିଯୁକ୍ତକୁ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅଞ୍ଚଳର ଜଣେ ୮ ବର୍ଷର ନାବାଳିକାଙ୍କୁ ଚକୋଲେଟ ଦେଇ ବୁଦା ଭିତରକୁ ଡାକି ନେଇ ଦୁଷ୍କର୍ମ କରିଥିବା ଜଣେ…