ଅପରାଧ ବାର୍ହା ଶିକାର କରିବାକୁ ନିଜେ ଶିକାର ହୋଇଗଲେ ଶିକାରୀ Angul OnlineSeptember 28, 2024September 28, 2024 ଆଠମଲ୍ଲିକ – ବାର୍ହା ଶିକାର କରିବାକୁ ଯାଇ ପ୍ରାଣ ହରାଇଲେ ଶିକାରୀ । ଆଠମଲ୍ଲିକ ବନଖଣ୍ଡ ହଣ୍ଡପା ରେଞ୍ଜର କୁରୁମଟାପ ଜଙ୍ଗଲ ଏଭଳି ଘଟଣା ଘଟିଛି । ପ୍ରାଣ ହରାଇଥିବା ମୃତକ ଜଣଙ୍କ ବ୍ରଜବନ୍ଧୁ ନାୟକ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ , ବ୍ରଜବନ୍ଧୁ ନାୟକ ଏବଂ ତାଙ୍କର କିଛି ବନ୍ଧୁ ଶୁକ୍ରବାର ରାତିରେ ଜଙ୍ଗଲକୁ ଯାଇଥିଲେ । କିଛି ସମୟ ପରେ ଅନ୍ୟମାନେ ଘରକୁ ଫେରି ଆସିଥିଲେ । କିନ୍ତୁ ବ୍ରଜବନ୍ଧୁ ଘରକୁ ଫେରି ନଥିଲେ । ଫେରିବାରେ ବିଳମ୍ବ ହେବାରୁ ବ୍ରଜବନ୍ଧୁଙ୍କ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ । କିନ୍ତୁ ତାଙ୍କର କୌଣସି ସନ୍ଧାନ ମିଳି ନଥିଲା । ତେବେ ଶନିବାର ବ୍ରଜବନ୍ଧୁଙ୍କ ମୃତ ଶରୀରକୁ କିଛି ଲୋକ ଜଙ୍ଗଲରୁ ନେଇ ଆସି ଗାଁ ନିକଟରେ ଥିବା ଅଳିଆ ଗଦା ନିକଟରେ ରଖିଛନ୍ତି । ତାଙ୍କର ମୃତ୍ୟୁ ବିଦ୍ୟୁତ ଆଘାତରେ ହୋଇଛି ବୋଲି ଠାକୁରଗଡ଼ ପୁଲିସକୁ କହିଥିଲେ । ସେମାନଙ୍କ କହିବା ଅନୁଯାୟୀ ବ୍ରଜବନ୍ଧୁ ନାୟକ ଓ ତାର କିଛି ସହଯୋଗୀ ବାର୍ହା ଶିକାର କରିବା ପାଇଁ ୧୧କେଭି ବିଦ୍ୟୁତ ଖୁଣ୍ଟରୁ ବିଦ୍ୟୁତ ସଂଯୋଗ କରିଥିଲେ । ଦୁର୍ଯୋଗକୁ ବ୍ରଜବନ୍ଧୁ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଏହା ଜାଣିବା ପରେ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ପୁଲିସ । Advertisement
ନାବାଳିକାକୁ ବଳାତ୍କାର ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ଜିଲ୍ଲା ଖାମାର ଥାନା ଅଂଚଳରେ ୨୦୨୦ ମସିହାରେ ଜଣେ ନାବାଳିକାକୁ ଅପହରଣ ଓ ବଳାତ୍କାର ମାମଲାରେ ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ଦୌରାଜକ…
ନିର୍ବାହୀ ଅଧିକାରୀଙ୍କ ସମ୍ପର୍କରେ ଅଶ୍ଳୀଳ ପୋଷ୍ଟର ବାଣ୍ଟି ବନ୍ଧା ହେଲେ ପୌର କର୍ମଚାରୀ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌର ନିର୍ବାହୀ ଅଧିକାରିଣୀଙ୍କ ସମ୍ପର୍କରେ ଅଶ୍ଳୀଳ ପ୍ରଚାରପତ୍ର ବାଣ୍ଟିବା ଅଭିଯୋଗରେ ପୁଲିସ ପୌରପାଳିକାର ଜଣେ ପୂର୍ବତନ କର୍ମଚାରୀଙ୍କୁ ଗିରଫ କରି…
କାରର କାଚ ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ଅନୁଗୁଳ – ଜନ ଗହଳିପୂର୍ଣ୍ଣ ସ୍ଥାନରୁ କାରର କାଚ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଅନୁଗୁଳ ଜିଲ୍ଲାପାଳ ସମ୍ମୁଖରେ ଏହି ଘଟଣା ଘଟିଥିବା ବେଳେ କାରର ଝରକା…