ଅପରାଧ ବାର୍ହା ଶିକାର କରିବାକୁ ନିଜେ ଶିକାର ହୋଇଗଲେ ଶିକାରୀ Angul OnlineSeptember 28, 2024September 28, 2024 ଆଠମଲ୍ଲିକ – ବାର୍ହା ଶିକାର କରିବାକୁ ଯାଇ ପ୍ରାଣ ହରାଇଲେ ଶିକାରୀ । ଆଠମଲ୍ଲିକ ବନଖଣ୍ଡ ହଣ୍ଡପା ରେଞ୍ଜର କୁରୁମଟାପ ଜଙ୍ଗଲ ଏଭଳି ଘଟଣା ଘଟିଛି । ପ୍ରାଣ ହରାଇଥିବା ମୃତକ ଜଣଙ୍କ ବ୍ରଜବନ୍ଧୁ ନାୟକ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ , ବ୍ରଜବନ୍ଧୁ ନାୟକ ଏବଂ ତାଙ୍କର କିଛି ବନ୍ଧୁ ଶୁକ୍ରବାର ରାତିରେ ଜଙ୍ଗଲକୁ ଯାଇଥିଲେ । କିଛି ସମୟ ପରେ ଅନ୍ୟମାନେ ଘରକୁ ଫେରି ଆସିଥିଲେ । କିନ୍ତୁ ବ୍ରଜବନ୍ଧୁ ଘରକୁ ଫେରି ନଥିଲେ । ଫେରିବାରେ ବିଳମ୍ବ ହେବାରୁ ବ୍ରଜବନ୍ଧୁଙ୍କ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ । କିନ୍ତୁ ତାଙ୍କର କୌଣସି ସନ୍ଧାନ ମିଳି ନଥିଲା । ତେବେ ଶନିବାର ବ୍ରଜବନ୍ଧୁଙ୍କ ମୃତ ଶରୀରକୁ କିଛି ଲୋକ ଜଙ୍ଗଲରୁ ନେଇ ଆସି ଗାଁ ନିକଟରେ ଥିବା ଅଳିଆ ଗଦା ନିକଟରେ ରଖିଛନ୍ତି । ତାଙ୍କର ମୃତ୍ୟୁ ବିଦ୍ୟୁତ ଆଘାତରେ ହୋଇଛି ବୋଲି ଠାକୁରଗଡ଼ ପୁଲିସକୁ କହିଥିଲେ । ସେମାନଙ୍କ କହିବା ଅନୁଯାୟୀ ବ୍ରଜବନ୍ଧୁ ନାୟକ ଓ ତାର କିଛି ସହଯୋଗୀ ବାର୍ହା ଶିକାର କରିବା ପାଇଁ ୧୧କେଭି ବିଦ୍ୟୁତ ଖୁଣ୍ଟରୁ ବିଦ୍ୟୁତ ସଂଯୋଗ କରିଥିଲେ । ଦୁର୍ଯୋଗକୁ ବ୍ରଜବନ୍ଧୁ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଏହା ଜାଣିବା ପରେ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ପୁଲିସ । Advertisement
୩୯ ଗ୍ରାମ ବ୍ରାଉନସୁଗାର ଜବତ , ୯ ଜଣ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ହାତରେ ୬ ବ୍ରାଉନ ସୁଗାର ବେପାରୀ । ୩ ଜଣ ଯୁବକଙ୍କ ସହ ତିନି ଜଣ ମହିଳାଙ୍କୁ କାବୁ…
ଦାମୀ କାରରେ ଗଞ୍ଜେଇ ବେପାର – ଜବତ କଲା ଅବକାରୀ ବିଭାଗ ଅନୁଗୁଳ – ଅନୁଗୁଳ ଅବକାରୀକୁ ବିଭାଗ ମିଳିଛି ବଡ ସଫଳତା । ଅବକାରୀ ନିରୀକ୍ଷକ ସଦର ରେଞ୍ଜ୍ ଏବଂ ଜିଲ୍ଲା ଭ୍ରାମ୍ୟମାଣ ବିଭାଗର ମିଳିତ ସହଯୋଗରେ ୭୫…
ଭୁଜାଲି ଓ ବନ୍ଧୁକ ଦେଖାଇ ଦୋକାନ ଲୁଟ – ସିସି ଟିଭରେ କଏଦ ଡକାୟତଙ୍କ ଆତଙ୍କରାଜ ଅନୁଗୁଳ – ଅନୁଗୁଳ ଜିଲ୍ଲା ,ସଦର ଥାନା ଅନ୍ତର୍ଗତ କୁଇଓ ,ତାରିଣୀ ମନ୍ଦିର ନିକଟ ମା ସନ୍ତୋଷୀ ଭଣ୍ଡାର ଦୋକାନରୁ ୬ ଜଣ ମୁଖାଧରି ଡ଼କାୟତ ବନ୍ଧୁକ…