ଅପରାଧ ଜଙ୍ଗଲରୁ ବନ୍ଧୁକ ଏବଂ ଧନୁ ତୀର ସହ ଶିକାରୀ ଗିରଫ Angul OnlineJune 17, 2021June 17, 2021 ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡ଼ା ବନାଞ୍ଚଳର ନିଜିଗଡ଼ ସଂରକ୍ଷିତ ଜଙ୍ଗଲକୁ ଶିକାର କରିବାକୁ ଯାଇଥିବା ୨ ଜଣ ଶିକାରୀଙ୍କୁ ଗିରଫ କରିଛି ପାଲଲହଡା ବନବିଭାଗ । ସୂଚନା ଅନୁସାରେ ଜଙ୍ଗଲକୁ ଶିକାର କରିବାକୁ ସ୍ଥାନୀୟ ବଧମୁଣ୍ଡା ଗ୍ରାମର ପ୍ରାୟ ୪୦ ରୁ ୫୦ ଜଣ ଲୋକ ଯାଇଥିଲେ । ପାଲଲହଡ଼ା ବନବିଭାଗ ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ବେଳେ ସୂଚନା ପାଇ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଅତର୍କିତ ଚଢାଉ ଫଳରେ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ମାନେ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଗିରଫ ବ୍ୟକ୍ତି ମାନେ ହେଲେ ପାଲଲହଡା ଥାନା ବଧମୁଣ୍ଡା ଗ୍ରାମର ନଟବର ମହାନ୍ତ ଓ ଡିଲେଶ୍ଵର ମହାନ୍ତ । ଗିରଫ ବ୍ୟକ୍ତିଙ୍କ ଠାରୁ ଦେଶୀ ବନ୍ଧୁକ , ଧନୁ ତୀର ସମେତ ଶିକାରରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ସେମାନଙ୍କ ବିରୋଧରେ ଭାରତୀୟ ବନ୍ୟପ୍ରାଣୀ ସଂରକ୍ଷଣ ନିୟମ ମୁତାବକ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ପାଲଲହଡା ରେଞ୍ଜର ପ୍ରତ୍ୟେକ ଅଞ୍ଚଳରେ ପେଟ୍ରୋଲିଂକୁ ଜୋରଦାର୍ କରି ଫେରାର ଲୋକ ମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପାଲଲହଡ଼ା ରେଞ୍ଜର ସୂଚନା ଦେଇଥିଲେ । Advertisement
ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ହତ୍ୟା ପାଲଲହଡା – ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ସିଆରିମାଳିଆ ଗ୍ରାମରେ ବିଭତ୍ସ ହତ୍ୟା । ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ଅତି ନିର୍ମମ ଭାବେ ହତ୍ୟା…
ଇକୋ ପାର୍କ ନିକଟରୁ ୪ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କାର ବ୍ରାଉନସୁଗାର ଜବତ – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲାର ମୁଖ୍ୟ ପାର୍କ ନିକଟରୁ ୪୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଜଣଙ୍କୁ ଗିରଫ କରା ଯାଇଛି । ଗିରଫ ଅଭିଯୁକ୍ତ…
ବାଲେଶ୍ଵରରୁ ଆଣି ଅନୁଗୁଳରେ ଧଳା ଜହର ବିକ୍ରି ବେଳେ କାବୁ କଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଆଲୁମିନିୟମ ପାର୍କ ଅଞ୍ଚଳରୁ ବ୍ରାଉନସୁଗାର ବିକ୍ରି ପାଇଁ ଗରାଖ ଅପେକ୍ଷାରେ ଥିବା ବେଳେ ପୁଲିସ ଆଜି ଦୁଇ ଜଣଙ୍କୁ…