ଅପରାଧ ଜଙ୍ଗଲରୁ ବନ୍ଧୁକ ଏବଂ ଧନୁ ତୀର ସହ ଶିକାରୀ ଗିରଫ Angul OnlineJune 17, 2021June 17, 2021 ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡ଼ା ବନାଞ୍ଚଳର ନିଜିଗଡ଼ ସଂରକ୍ଷିତ ଜଙ୍ଗଲକୁ ଶିକାର କରିବାକୁ ଯାଇଥିବା ୨ ଜଣ ଶିକାରୀଙ୍କୁ ଗିରଫ କରିଛି ପାଲଲହଡା ବନବିଭାଗ । ସୂଚନା ଅନୁସାରେ ଜଙ୍ଗଲକୁ ଶିକାର କରିବାକୁ ସ୍ଥାନୀୟ ବଧମୁଣ୍ଡା ଗ୍ରାମର ପ୍ରାୟ ୪୦ ରୁ ୫୦ ଜଣ ଲୋକ ଯାଇଥିଲେ । ପାଲଲହଡ଼ା ବନବିଭାଗ ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ବେଳେ ସୂଚନା ପାଇ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଅତର୍କିତ ଚଢାଉ ଫଳରେ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ମାନେ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଗିରଫ ବ୍ୟକ୍ତି ମାନେ ହେଲେ ପାଲଲହଡା ଥାନା ବଧମୁଣ୍ଡା ଗ୍ରାମର ନଟବର ମହାନ୍ତ ଓ ଡିଲେଶ୍ଵର ମହାନ୍ତ । ଗିରଫ ବ୍ୟକ୍ତିଙ୍କ ଠାରୁ ଦେଶୀ ବନ୍ଧୁକ , ଧନୁ ତୀର ସମେତ ଶିକାରରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ସେମାନଙ୍କ ବିରୋଧରେ ଭାରତୀୟ ବନ୍ୟପ୍ରାଣୀ ସଂରକ୍ଷଣ ନିୟମ ମୁତାବକ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ପାଲଲହଡା ରେଞ୍ଜର ପ୍ରତ୍ୟେକ ଅଞ୍ଚଳରେ ପେଟ୍ରୋଲିଂକୁ ଜୋରଦାର୍ କରି ଫେରାର ଲୋକ ମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପାଲଲହଡ଼ା ରେଞ୍ଜର ସୂଚନା ଦେଇଥିଲେ । Advertisement
ମହିଳାଙ୍କ ବେକରୁ ଚେନ ଛିଣ୍ଡାଇ ପଳାଉଥିଲେ – ଗାଁ ଲୋକଙ୍କ ହାତରେ ଧରା ପଡି ଛେଚା ଖାଇଲେ ଜରପଡା – (ANGUL ONLINE)- ଅନୁଗୁଳ ଜିଲ୍ଲା ଜରପଡା ଥାନା ଜରପଡା ଗାଁ ଭିତରୁ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ଦୁଇ ଜଣ ଦୁର୍ବୃତ୍ତ…
ପତ୍ନୀକୁ ହତ୍ୟା ଉଦ୍ୟମ – ସ୍ଵାମୀକୁ ସାଢେ ୩ବର୍ଷ କାରାଦଣ୍ଡାଦେଶ ତାଳଚେର – ପତ୍ନୀକୁ ନିର୍ଯାତନା ଦେବା ସହ ହତ୍ୟା ଉଦ୍ୟମ ଅଭିଯୋଗରେ ସ୍ଵାମୀ ଭୀଷ୍ମ ପ୍ରଧାନଙ୍କୁ ସାଢ଼େ ୩ ବର୍ଷର ଜେଲଦଣ୍ଡାଦେଶ ପ୍ରଦାନ କରିଛନ୍ତି ଅତିରିକ୍ତ ଜିଲ୍ଲାଜଜ୍…
୭ ଡକାୟତ ଗିରଫ – ଖୁଡୀ ଝିଆରୀଙ୍କ ବେକରେ ଛୁରି ଲଗାଇ କରିଥିଲେ ଲୁଟ ଅନୁଗୁଳ – ଖୁଡୀ ଝିଆରୀଙ୍କୁ ଘର ଭିତରେ ବାନ୍ଧିବା ସହ ବେକରେ ଛୁରୀ ଲଗାଇ ଟଙ୍କା ସୁନା ଲୁଟ ଘଟଣା ରେ ୭ ଜଣ ଅଭିଯୁକ୍ତଙ୍କୁ ବାନ୍ଧିଛି…