ପ୍ରେମ ବିବାହ କରିଥିଲେ , ତଣ୍ଟି କାଟି ମାରିଦେଲେ – ସ୍ୱାମୀକୁ ଗିରଫ କଲା ପୁଲିସ

ଅନୁଗୁଳ – ପ୍ରେମ ବିବାହ କରିଥିଲେ । ହେଲେ କିଛିଦିନ ପରେ ମନ ଭରିଗଲା ଆଉ ଶେଷରେ ତଣ୍ଟି କାଟି ମାରିଦେଲା । ଅନୁଗୁଳ ତୁରଙ୍ଗ ଗାଁରେ ମହିଳାଙ୍କ ମୃତଦେହ ଜବତ ହେବା ପରେ ଆଜି ଏଭଳି ଘଟଣାର ପର୍ଦାଫାସ କରିଛି ପୁଲିସ।

ସୂଚନା ଅନୁସାରେ ଗତ ୨୩ ତାରିଖ ତୁରଙ୍ଗ ଏକ ଭଡାଘରୁ ମିନାକ୍ଷୀ ଭଞ୍ଜ ନାମକ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କ ମୃତଦେହ ମିଳିବା ପରେ ନ8ଜ ଜ୍ବାଇଁ ସିଦ୍ଧାନ୍ତ ସାହୁ ନାମରେ ହତ୍ୟା ଅଭିଯୋଗ ଆଣିଥିଲେ ପରିବାର ଲୋକ । ଅଭିଯୋଗ ପାଇବା ପରେ ସାଇଣ୍ଟିଫିକ ଟିମ ସହାୟତାରେ ପୁଲିସ ଦୁଇଟି ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ଗତକାଲି ସନ୍ଧ୍ୟାରେ ପୁଲିସ ସ୍ୱାମୀ ସିଦ୍ଧାନ୍ତଙ୍କୁ ଗିରଫ କରିବାକୁ ସକ୍ଷମ ମଧ୍ୟ ହୋଇଥିଲା । ପଚରାଉଚରା ବେଳେ ସିଦ୍ଧାନ୍ତ ନିଜ ସ୍ତ୍ରୀର ତଣ୍ଟି କାଟି ହତ୍ୟା କରିଥିବା ସ୍ୱକାର କରିଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଗୁଳ ଏସ ଡି ପି ଓ ରମାକାନ୍ତ ମହାଳିକ ସୂଚନା ଦେଇଛନ୍ତି । ୬ ବର୍ଷ ତଳେ ଉଭୟ ମନ୍ଦିରରେ ପ୍ରେମ ବିବାହ କରିଥିଲେ। ହେଲେ ପରେ ଯୌତୁକ ଦାବୀ କରୁଥିଲା ସିଦ୍ଧାନ୍ତ । ଆଉ ଏଇଥିପାଇଁ ଅନେକ ସମୟରେ ଝଗଡା ହେଉଥିଲା । ଆଉ ଗତ ୨୩ ତାରିଖ ସକାଳେ ପୁଅ ସ୍କୁଲକୁ ଯିବା ପରେ ଉଭୟଙ୍କ ଝଗଡା ବେଳେ ମିନାକ୍ଷୀଙ୍କ ତଣ୍ଟି କାଟି ଫେରାର ହୋଇ ଯାଇଥିଲା । ଏହି ଘଟଣାରେ ପୁଲିସ ସିଦ୍ଧାନ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତା ନିକଟରୁ ରକ୍ତଭିଜା ଛୁରୀ , ପୋଷାକ ଏବଂ ମୋବାଇଲ ଜବତ କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page