ଅପରାଧ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରୁ ଚୋରୀ Angul OnlineSeptember 11, 2021September 11, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲ ଅନ୍ତର୍ଗତ ଜରପଡା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଜରପଡାର ରାଜସ୍ବନିରୀକ୍ଷକ ଗତ ୯ ତାରିଖ ଗୁରୁବାର ସନ୍ଧ୍ୟାରେ କାର୍ଯ୍ୟାଳୟ ବନ୍ଦ କରି ଘରକୁ ଯାଇଥିଲେ । ଗତକାଲି ଛୁଟି ଥିବା ବେଳେ ଏହାର ସୁଯୋଗ ନେଇ ଦୁର୍ବୃତ୍ତ ମାନେ ଜରପଡା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟର ତାଲାଭାଙ୍ଗି ଭିତରେ ଥିବା ୪୨୦୦ଟଙ୍କା ,ଏକ ଲାପଟପ ଓ କିଛି ଆସବାବପତ୍ର ଚୋରୀ କରି ନେଇ ପଳାଇଯାଇଛନ୍ତି । ଏ ନେଇ ଜରପଡା ଭାରପ୍ରାପ୍ତ ରାଜସ୍ବ ନିରୀକ୍ଷକ ସୁନିଲ କୁମାର ସ୍ବାଇଁ ଜରପଡା ଥାନାରେ ଶନିବାର ଲିଖିତ ଅଭିଯୋଗ କରିଛନ୍ତି । ଖବର ପାଇ ଜରପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି । Advertisement
ଯୁବକଙ୍କୁ ହତ୍ୟା ! ରାସ୍ତା ଅବରୋଧ ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କାଙ୍ଗୁଲା ଗ୍ରାମର ଜଣେ ଯୁବକଙ୍କୁ ଛେଳିଆପଡ଼ା ଛକ ନିକଟରେ ହତ୍ୟା କରି ପକାଇଦେଇଥିବା ଅଭିଯୋଗ କରି ପରିବାର…
ମାଉଜର ଦେଖାଇ ବଟି ଆଦାୟ – ନାବାଳକ ସହ ୩ ଜଣକୁ କାବୁ କଲା ପୁଲିସ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଏନ୍ଟିପିସି ପାଉଁଶ ପୋଖରୀରେ ନିୟୋଜିତ ଏକ ଠିକାସଂସ୍ଥାର ସୁପରଭାଇଜର୍ଙ୍କୁ ମାଉଜର୍ ଓ ଭୁଜାଲି ଦେଖାଇ ୧୦ ହଜାର ଟଙ୍କା ବଟି…
ଦୁଇ ଚୋର ଗିରଫ , ସୁନା ଜବତ – ଘର ମାଲିକଙ୍କୁ ଆକ୍ରମଣ କରି ଲୁଟି ନେଇଥିଲେ ଟଙ୍କା ଓ ସୁନା ତାଳଚେର – ଘର ମାଲିକଙ୍କୁ ଲହୁଲୁହାଣ କରି ଘରୁ ୮୦ ଭାରି ସୁନା ଏବଂ ଏକ ଲକ୍ଷ ଟଙ୍କା ଚୋରୀ କରିବା ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ…