ଆଞ୍ଚଳିକ ଟ୍ରକ ଧକ୍କାରେ ସ୍ଵାମୀ ମୃତ ସ୍ତ୍ରୀ ଗୁରୁତର Angul OnlineJune 29, 2022June 29, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ସନ୍ତ୍ରୀ ନିକଟ ୫୫ ନମ୍ବର ଜାତୀୟ ରାଜପଥରେ ମୋଟରସାଇକେଲ ଉପରେ ଏକ ଟ୍ରକ୍ ଚଢି ଯିବାରୁ ଘଟଣା ସ୍ଥଳରେ ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି । ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ , ଅନୁଗୁଳ କଲେଜ ଛକ ଅଞ୍ଚଳର ମଙ୍ଗୁଳି ନାୟକ ଓ ସ୍ତ୍ରୀ ସାବିତ୍ରୀ ନାୟକ ନିଜ ମୋଟରସାଇକେଲରେ ଅପରାହ୍ନ ପ୍ରାୟ ୨ ଟାରେ ବୁଢ଼ାପଙ୍କ ଗାଁକୁ ଯାଉଥିଲେ । ତେବେ ଉଭୟ ସନ୍ତ୍ରୀ ନିକଟରେ ହୋଇଥିବା ବେଳେ ଏକ ଟ୍ରକ୍ ମଙ୍ଗୁଳିଙ୍କ ମୋଟରସାଇକେଲକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ମଙ୍ଗୁଳିଙ୍କ ମୃତ୍ୟୁ ହୋଇଥିଲା । ସ୍ଵୀ ସାବିତ୍ରୀ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହି ଘଟଣାକୁ ନେଇ ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେବା ସହ ସ୍ଥାନୀୟ ଲୋକ ରାସ୍ତାରୋକ କରିଥିଲେ । ରାସ୍ତା ନିର୍ମାଣ , ମୃତଙ୍କ ପରିବାରକୁ କ୍ଷତି ପୂରଣ ଦାବି କରି ରାସ୍ତା ଅବରୋଧ କରିବା ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ମୋଟର ଛିଡା ହୋଇ ରହିଥିଲା । ଖବର ପାଇ ବଅଁରପାଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝା ଶୁଝା କରିବା ପରେ ରାସ୍ତାରେ ଯିବା ଆସିବା ସ୍ଵାଭାବିକ ହୋଇଥିଲା । Advertisement
ଶୌଚାଳୟ ପାଇଁ ଦାବି କଲେ ମହିଳା ଅନୁଗୁଳ – ଗାଁ ଲୋକଙ୍କ ପାଖରେ ନାହିଁ ଶୌଚାଳୟ । ବାହାରକୁ ଶୌଚ ହେବାକୁ ଯିବାକୁ ହେଲେ ମୃତ୍ୟୁ ସହ ଭେଟ କରିବାକୁ ପଡୁଛି । ଗାଁରେ…
ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାରୁ ବାଦ ପଡିବା ଘଟଣା – ଧିକାର ସଭା ସହ ସାମ୍ୱାଦିକଙ୍କ ବିକ୍ଷୋଭ ଅନୁଗୁଳ – ସରକାର ବିଭିନ୍ନ ଲୋକାଭିମୁଖୀ ଯୋଜନାରେ ପ୍ରତି ବର୍ଷ ହଜାର ହଜାର ଲୋକଙ୍କୁ ସାମିଲ କରୁଥିବା ବେଳେ ଅନୁଗୁଳ ଜିଲ୍ଲାରେ ଦେଖିବାକୁ ମିଳିଛି ଏହାର ବ୍ୟତିକ୍ରମ…
ରାସ୍ତାରେ ବୁଲୁଥିବା ନାବାଳକକୁ ଉଦ୍ଧାର କଲେ ଶିଶୁ ସୁରକ୍ଷା ଅଧିକାରୀ ଅନୁଗୋଳ – ଅନୁଗୋଳ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା ରାସ୍ତାରେ ଗଲା ବେଳେ ଜଣେ ନାବାଳକକୁ ଉଦ୍ଧାର କରି ଶିଶୁ ମଙ୍ଗଳ…