ଆଇଆଇଏମ ମୁମ୍ବାଇ ପରାମର୍ଶଦାତା ଟିମର ପ୍ରସ୍ତାବିତ ଜମି ପରିଦର୍ଶନ

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର କତଡା ଠାରେ ପ୍ରସ୍ତାବିତ ସେଣ୍ଟର ଫର ଏକ୍ସଲେନ୍ସ ଇନିଷ୍ଟିଚୁଟ ଅଫ ଇଂଜିନିୟରିଂ ଏଣ୍ଡ ମ୍ୟାନେଜମେଣ୍ଟ କ୍ୟାମ୍ପସ ପାଇଁ IIM ମୁମ୍ବାଇର ପରାମର୍ଶ ଟିମ୍ ପରିଦର୍ଶନ କରିଛନ୍ତି । ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲାରେ ସର୍ବଭାରତୀୟ ସ୍ତରରେ ଅନୁଗୁଳ ଜିଲ୍ଲାରେ ଉଚ୍ଚ ଶିକ୍ଷା ପାଇଁ ସେଣ୍ଟର ଫର ଏକ୍ସଲେନ୍ସ ଇନିଷ୍ଟିଚୁଟ ଅଫ ଇଂଜିନିୟରିଂ ଏଣ୍ଡ ମ୍ୟାନେଜମେଣ୍ଟ କ୍ୟାମ୍ପସ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଭିତରେ କ୍ୟାମ୍ପସ ପାଇଁ ୨୦୦ ଏକର ଜମି ଛେଣ୍ତିପଦା ତହସିଲ ଅଧିନସ୍ଥ କତଡା ଠାରେ ଜମି ଚିହ୍ନଟ କରାଯାଇଥିଲା । ଆଜି IIM ମୁମ୍ବାଇ ନିର୍ଦ୍ଦେଶକ ମନୋଜ କୁମାର ତିଓ୍ବାରୀଙ୍କ ନିର୍ଦ୍ଦେଶରେ ପରାମର୍ଶଦାତା ପି.କେ. ଜେନ୍ ଓ ବି.ପି. ସିଂ ଜମି ପରିଦର୍ଶନ କରିବା ପରେ ଚିହ୍ନଟ କରିବାକୁ ସୂଚନା ଦେଇଛନ୍ତି । ଛେଣ୍ଡିପଦା ତହସିଲଦାର ମାନସ କୁମାର ରାୟ ଓ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଜମିର ସ୍ଥିତି, ସମସ୍ୟା ସମ୍ପର୍କରେ ଅଧିକାରୀଙ୍କୁ ବୁଲି ଦେଖାଇଥିଲେ  ।

Advertisement

Leave a Reply

Your email address will not be published. Required fields are marked *