ଭଲ ଖବର ସହିଦ ଦେବାଶିଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ Angul OnlineMay 27, 2022May 27, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅଙ୍ଗପଡାଠାରେ ସହିଦ ଦେବାଶିଷ ସେଠୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇ ଯାଇଛି । ଏ ଅବସରରେ ସ୍ଥାନୀୟ ବିଧାୟକ ରମେଶ ସାଏ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏବଂ ଏସ୍ପି ଜଗମୋହନ ମୀନା ମଧ୍ୟ ଉପସ୍ଥିତ ଥିଲେ । ଏହ ସହ ଅନେକ ଲୋକ ପ୍ରତିନିଧିଙ୍କ ସମେତ ବହୁ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ । ଜିଲ୍ଲାପାଳ ସହିଦ ଦେବାଶିଷଙ୍କ ବଳିଦାନ ଏବଂ ତ୍ୟାଗର ପଟାନ୍ତର ନାହିଁ ବୋଲି ପ୍ରକାଶ କରିଥିଲେ । ଦେଶ ପାଇଁ ମାଓବାଦୀଙ୍କ ସହ ଲଢେଇ କରି ଜୀବନ ଦେଇଥିବା ବେଳେ ତାଙ୍କ ଭଳି ସନ୍ତାନଙ୍କୁ ଜନ୍ମ ଦେଇଥିବା ମାଲା-ପିତାଙ୍କ ନିକଟରେ ଦେଶ ଋଣି ହୋଇ ରହିବା ବୋଲି ଏହି ଅବସରରେ ଅତିଥି ମାନେ କହିଥିବା ବେଳେ ମା ଛାୟା ସେଠୀ ଓ ବାପା ସତ୍ୟାନନ୍ଦ ସେଠୀଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । ଦେବାଶିଷଙ୍କ ଘର ଅଙ୍ଗପଡ଼ା ଗାଁରେ । ସେ ପପୁଲିସ କମାଣ୍ଡୋ ଭାବେ କଳାହାଣ୍ଡିର ସିର୍କୀ ଅଞ୍ଚଳରେ ମାଓବାଦୀଙ୍କ ସହ ମୁକାବିଲା କରି ପାଞ୍ଚ ଜଣଙ୍କୁ ନିପାତ କରିବା ପରେ ସହିଦ ହୋଇ ଯାଇଥିଲେ । ଭାରତ ସରକାର ଦେବାଶିଷଙ୍କୁ ମରଣୋତ୍ତର ଶୌର୍ଯ୍ୟ ଚକ୍ରରେ ସମ୍ମାନିତ କରିବେ । Advertisement
ଲୁଟେରାଙ୍କ ପିଛା କରି ଯୁବ ଓକିଲ ଫେରାଇ ଆଣିଲେ ଟଙ୍କା – ଡିକି ଭାଙ୍ଗି ଲୁଟ କରିଥିଲେ ଲୁଟେରା ଅନୁଗୁଳ – ଡିକି ଭାଙ୍ଗି ୧ ଲକ୍ଷ ୬୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ହେଲେ ଲୁଟେରାଙ୍କୁ ସାହସର ସହ ପିଛା କରି ଲୁଟେରାଙ୍କ…
ଅନୁଗୁଳ ପୁଲିସର ସୁକେଶ ପାଇବେ ରାଜ୍ୟପାଳ ପଦକ ଭୁବନେଶ୍ୱର – ସାଧାରଣତନ୍ତ୍ର ଦିବସ ଅବସରରେ ଉଲ୍ଲେଖନୀୟ ସେବା ନେଇ ରାଜ୍ୟ ପୁଲିସ କର୍ମଚାରୀଙ୍କୁ ପ୍ରଦାନ କରାଯିବ ରାଜ୍ୟପାଳ ପଦକ । ବର୍ଷ ୨୦୨୧ ପାଇଁ ୪…
ସ୍କୁଲ ଛାତ୍ରଙ୍କ ନୂଆଁ ଉଦ୍ଭାବନ – ବିନା ଚେନରେ ସାଇକେଲ ତାଳଚେର – ସମସ୍ୟା ସହ ଲଢ଼ିବାର ଇଛାଶକ୍ତି ଆଗରେ ସବୁକିଛି ତୁଚ୍ଛ ପଡିଯାଏ । ଆଉ ବ୍ୟକ୍ତି ସବୁକିଛି ସାଧନ କରିପାରେ । ଯେମିତି ଏକ ଚେନ…