ବାଣିଜ୍ୟ ଅନୁଗୁଳ ବଜାରରେ ଓକାୟା ଇ-ଭେଇକିଲ୍ Angul OnlineMay 27, 2022May 27, 2022 ଅନୁଗୁଳ – ଅନୁଗୁଳ ସହରର ଅମଳାପଡାର ଗାନ୍ଧୀମାର୍ଗରେ ଓକାୟା ଇ-ଭେଇକିଲ୍ ସୋ ରୁମ୍ ଉଦ୍ଘାଟନ – ହୋଇ ଯାଇଛି । ବଜାରକୁ ଏହି ଓକାୟା ଇ-ଭେଇକିଲର ୩ଟି ମଡ଼େଲ ପ୍ରବେଶ କରିଛି । ଦୁଇଟି ମଡ଼େଲ କ୍ଲାସିକ୍ ଓ ଫ୍ରିଡ଼ମ୍ ରହିଥିବା ବେଳେ ଏହାକୁ ଥରେ ଚାର୍ଜ କରିଲେ ୭୨ କିଲୋମିଟର ପର୍ଯ୍ୟନ୍ତ ଗଡ଼ିପାରିବ । ଏହାର ବେଗ ସର୍ବାଧିକ ୨୫ କିଲୋମିଟର ପ୍ରତି ଘଣ୍ଟା ରହିବ । ଯେଉଁଥରେ ପରିବହନ ବିଭାଗର କୌଣସି କାଗଜପତ୍ର କିମ୍ବା ରୋଡ୍ ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ । ଏହାର ମୂଲ୍ୟ ୭୨ରୁ ୭୩ ହଜାର ମଧ୍ୟରେ ରହିବ ବୋଲି ସଂସ୍ଥାର ରିଜୋନାଲ ମ୍ୟାନେଜର ଆବଜର କହିଛନ୍ତି । ସେହିଭଳି ଫାଷ୍ଟା ମଡ଼େଲରେ ଘଣ୍ଟାକୁ ୬୦ କିଲୋମିଟର ଗତିରେ ୧୨୦ କିଲୋମିଟର ପର୍ଯ୍ୟନ୍ତ ଗଡ଼ିବ । ଏହାର ମୂଲ୍ୟ ୧ ଲକ୍ଷ ୧୧ ହଜାର ରହୁଥିବା କୁହାଯାଇଛି । ଏହି ଫାଷ୍ଟ ମଡ଼େଲ ଗାଡ଼ିରେ ସବ୍ସିଡ଼ ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରାହକଙ୍କ ଆକାଉଣ୍ଟ ୫ ହଜାର ଟଙ୍କା ସବ୍ସିଡ଼ ବାବଦକୁ ଯିବାର ବ୍ୟବସ୍ଥା ରହିଥିବା ଆବଜର କହିଛନ୍ତି । ଏହି ସୋ ରୁମ୍ ଉଦ୍ଘାଟନ ଅବସରରେ ସୋ ରୁମ୍ ମାଳିକ ଗିରଜା ଶଙ୍କର ଅଗ୍ରୱାଲ, ଓକାୟାର ରିଜୋନାଲ ମ୍ୟାନେଜର ଆବଜର, ଜୋନାଲ ସର୍ଭିସ ହେଡ଼ ଅଞ୍ଜନ, ରାଜ୍ୟ ମୁଖ୍ୟ ଜ୍ଞାନ ରଞ୍ଜନ ପ୍ରମୁଖ ଉପସ୍ଥିତ ଥିଲେ । Advertisement
ଶୁଭାରମ୍ଭ ହେଲା ଅନୁଗୁଳ ଆଡଭାଣ୍ଟେଜ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଭରି ରହିଥିବା ପ୍ରାକୃତିକ ସମ୍ପଦ ଆଲୁମିନିୟମ , ଷ୍ଟିଲ ଓ କୋଇଲାର ସଦୁପଯୋଗ କରି ସ୍ଥାନୀୟ ଲୋକଙ୍କୁ’ ନିଯୁକ୍ତି ଦେବା ସହ…
କାସିଆ ଓ ଟେନ୍ସା ଖଣିକୁ ମିଳିଲା ସମ୍ମାନଜନକ ଖଣି ନିରାପତ୍ତା ପୁରସ୍କାର ଭୁବନେଶ୍ଵର – ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)କୁ ଓଡ଼ିଶାରେ ଥିବା ତାର ଖଣି ଗୁଡ଼ିକରେ ନିରାପତ୍ତା ବ୍ୟବସ୍ଥା ନିମନ୍ତେ ଖଣି ନିରାପତ୍ତା ମହାନିର୍ଦ୍ଦେଶକଙ୍କ ପକ୍ଷରୁ ସର୍ବଭାରତୀୟ…
ସାଇନ ୧୦୦ର ଗ୍ରାହକ ସମାବେଶ ଏବଂ ମାଇଲେଜ୍ ପ୍ରତିଯୋଗିତା ଅନୁଗୁଳ – ହୋଣ୍ଡା ମୋଟରସାଇକେଲ ଓ ସ୍କୁଟର ଇଣ୍ଡିଆର ଅଧିକୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡା ଠାରେ ସାଇନ ୧୦୦ (Shine 100) ର ଗ୍ରାହକ ସମାବେଶ ହୋଇଯାଇଛି…