ମୁଖ୍ୟ ଖବର ଅଧ୍ୟାପକ ଜାଲିଆତି କରିଥିବା ସ୍ପଷ୍ଟ – ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ Angul OnlineJune 30, 2022June 30, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ପତିତପାବନ ଡିଗ୍ରି ମହାବିଦ୍ୟାଳୟର ଅର୍ଥନୀତି ଅଧ୍ୟାପକ ବିକାଶ ଚନ୍ଦ୍ର ମିଶ୍ର ଜାଲ୍ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଏକ ପ୍ରକାର ସ୍ପଷ୍ଟ ହେବା ପରେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ କଡ଼ା ଯାଇଛି । ସୂଚନା ଅନୁସାରେ ଜରପଡ଼ା ପତିତପାବନ ଡିଗ୍ରି ମହାବିଦ୍ୟାଳୟର ଅର୍ଥନୀତି ଅଧ୍ୟାପକ ବିକାଶ ଚନ୍ଦ୍ର ମିଶ୍ର ମାର୍କସିଟରେ ଜାଲିଆତି କରିଥିବା ଅଭିଯୋଗ ହୋଇଥିଲା । ଏଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁଗୁଳ ଉପଜିଲ୍ଲାପାଳଙ୍କୁ ଚିଠି କରାଯାଇଥିଲା । ଚିଠି ପାଇବା ପରେ ଉପ-ଜିଲ୍ଲାପାଳ ବୈତୁରା ଦୀପ ଘଟଣାର ତଦନ୍ତ କରିଥିଲେ । ଏଥିରେ ଅଧ୍ୟାପକ ମିଶ୍ର ତାଙ୍କ ମାର୍କସିଟର ଦୁଇଟି ବିଷୟରେ ଜାଲିଆତି କରିଥିବା ଜଣାପଡ଼ିବା ପରେ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ତାଙ୍କ ବିରୋଧରେ ଏତଲା ଦେବାକୁ ଉପ-ଜିଲ୍ଲାପାଳ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି କୁହାଯାଇଛି । Advertisement
ବିନା ପଦବୀରେ ହାକିମି ଏତେ !! ଆଜିଠାରୁ ନୋମିନୀ ହେଲେ – ହେବେ କେତେ ? ଅନୁଗୁଳ – ଅନୁଗୁଳ ବ୍ଲକ୍ କାର୍ଯ୍ୟାଳୟରେ ଜଣେ ବିଜେପି ନେତାଙ୍କ ହାକିମତି ଦେଖିବାକୁ ମିଳିଛି । କାର୍ଯ୍ୟାଳୟର ବଡ଼ବାବୁଙ୍କ ଚଉକିକୁ କବ୍ଜା କରିବା ସହିତ ଯନ୍ତ୍ରୀ ଓ…
ଏକାଠି ଦୁଇ କଲରାପତରିଆ ବାଘ ମୃତ ଅନୁଗୁଳ – ଅନୁଗୁଳ ସାତକୋଶିଆ ଅଭୟାରଣ୍ୟରେ ଏକା ସାଙ୍ଗେ ଦୁଇ ଦୁଇଟି ବାଘ ଙ୍କ ମୃତ୍ୟୁ । ଅଭୟାରଣ୍ୟର ପମ୍ପାସର ରେଞ୍ଜ ଅଞ୍ଚଳ ରେ ଦୁଇଟି କଲରାପତରିଆ…
ଶୈଳଶ୍ରୀକ୍ଷେତ୍ର ଠାକୁରଙ୍କ ମଥାରୁ ଚିତା ଚୋରି କରିନେଲେ ଚୋର ଅନୁଗୁଳ – ଅନୁଗୁଳ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଚୋରି । ହୁଣ୍ଡି ଭାଙ୍ଗି ଚୋରି ହୋଇଥିବା ବେଳେ ଶ୍ରୀ ଜୀଉଙ୍କ ତିନୋଟି ଚିତା ବା ମଥାମଣି ଦୁର୍ବୃତ୍ତ…