ଅପରାଧ ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ Angul OnlineJune 1, 2023June 1, 2023 ଅନୁଗୁଳ – ନାବାଳିକା ଦୁଷ୍କର୍ମ କରିଥିବା ଜଣେ ଅଭିଯୁକ୍ତ ଆଜି ଅନୁଗୋଳର ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ବତନ୍ତ୍ର ପକ୍ସୋ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇଛି । ତାଳଚେର କୋଲିୟାରୀ ଥାନା ସେଣ୍ଟ୍ରାଲ କଲୋନୀର ଅଭିଯୁକ୍ତ ସୁଶୀଲ ନାଏକ(୨୬)କୁ ଅଦାଲତ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୨୬ ହଜାର ଟଙ୍କା ଜରିମାନା କରିଛନ୍ତି । ଜରିମାନା ଅନାଦେୟ ଅଭିଯୁକ୍ତକୁ ଅତିରିକ୍ତ ୧ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ । ସୁଚନା ଅନୁସାରେ, ୨୦୧୮ ନଭେମ୍ବର ୧୧ ତାରିଖରେ କୋଲିୟାରୀ ଥାନା ଅଞ୍ଚଳରେ ନାବାଳିକା(୧୭ବର୍ଷ) ଜଣଙ୍କ ଘରେ ଏକୁଟିଆ ଥିଲାବେଳେ ଅଭିଯୁକ୍ତ ସୁଶୀଲ ତାଙ୍କ ଘରେ ପଶିଥିଲା । ପରେ ନାବାଳିକାଙ୍କୁ ଧମକଚମକ ଦେଇ ତା ସହ ଦୁଷ୍କର୍ମ କରିଥିଲା । ଏକଥା କାହା ଆଗରେ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା ଅଭିଯୁକ୍ତ । ନାବାଳିକାଙ୍କ ଭଉଣୀ ଘରକୁ ଫେରିବା ପରେ ପୀଡ଼ିତାଙ୍କ ହାବଭାବ ଦେଖି ସନ୍ଦେହ କରିଥିଲେ । ଏଥିନେଇ ପୀଡ଼ିତାଙ୍କୁ ପଚାରିବାରୁ ସେ କିଛି କହି ନ ଥିଲେ। ତେବେ ଭଉଣୀ ବାରମ୍ବାର ପଚାରିବାରୁ ଦୁଷ୍କର୍ମ ସଂପର୍କରେ କହିଥିଲେ । ଏଥିନେଇ ୨୦୧୮ ନଭେମ୍ବର ୨୩ରେ ନାବାଳିକା କୋଲିୟାରୀ ଥାନାରେ ଅଭିଯୋଗ କରିଥିଲେ । ଏତଲା ଆଧାରରେ ପୁଲିସ ୩୩୫/୧୮ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏହି ମାମଲାର ବିଚାର ଅନୁଗୋଳର ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ବତନ୍ତ୍ର ପକ୍ସୋ ଅଦାଲତ ଅଗସ୍ତି କୁମାର ସାହୁ କରୁଥିଲେ । ମାମଲାରେ ୧୫ ଜଣଙ୍କ ସାକ୍ଷୀ ଓ ପ୍ରମାଣକୁ ଭିତ୍ତି କରି ଅଦାଲତ ଅଭିଯୁକ୍ତ ସୁଶୀଲକୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ୍ ଦଣ୍ଡ ଦେଇଛନ୍ତି । ଅପରପକ୍ଷରେ ପୀଡ଼ିତାଙ୍କୁ ୩ ଲକ୍ଷ ଟଙ୍କା ଅନୁକଂପା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାକୁ ସରକାରୀ ଓକିଲ ସରୋଜ କୁମାର ପଟ୍ଟନାୟକ ପରିଚାଳନା କରୁଥିଲେ । Advertisement
ବନ୍ଦେ ଭାରତକୁ ପଥର ମାରି ଦୁଇ ଗିରଫ ଅନୁଗୁଳ – ଢେଙ୍କାନାଳ ଜିଲ୍ଲା ବୁଢ଼ାପଙ୍କ-ମେରାମଣ୍ଡଳୀ ରେଳ ଷ୍ଟେସନ୍ ମଝିରେ ଗତ ୨୬ ତାରିଖ ସନ୍ଧ୍ୟାରେ ବନ୍ଦେ ଭାରତ ଏକ୍ସପ୍ରେସ୍କୁ ପଥର ମାଡ଼ କରିବା ଅଭିଯୋଗରେ ରେଳବାଇ…
ବିପୁଳ ପରିମାଣର ଚୋରା ବନ୍ଧୁକ ଓ ଗୁଳି ଜବତ – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କେରଜାଙ୍ଗ ଗାଁରୁ ବିଳମ୍ବିତ ରାତିରେ ବିପୁଳ ପରିମାଣର ଚୋରା ବନ୍ଧୁକ ଓ ଗୁଳି ଜବତ କରିବା ସହ ଜଣଙ୍କୁ…
ଭୁଜାଲି ଓ ବନ୍ଧୁକ ଦେଖାଇ ଦୋକାନ ଲୁଟ – ସିସି ଟିଭରେ କଏଦ ଡକାୟତଙ୍କ ଆତଙ୍କରାଜ ଅନୁଗୁଳ – ଅନୁଗୁଳ ଜିଲ୍ଲା ,ସଦର ଥାନା ଅନ୍ତର୍ଗତ କୁଇଓ ,ତାରିଣୀ ମନ୍ଦିର ନିକଟ ମା ସନ୍ତୋଷୀ ଭଣ୍ଡାର ଦୋକାନରୁ ୬ ଜଣ ମୁଖାଧରି ଡ଼କାୟତ ବନ୍ଧୁକ…