ଆଞ୍ଚଳିକ ପ୍ରାଥମିକ କୃଷି ସମବାୟ ସମିତିର ଧାନମଣ୍ଡି ଉଦଘାଟନ Angul OnlineDecember 20, 2022December 20, 2022 ଅନୁଗୁଳ – ଆଜି ଠାରୁ ଅନୁଗୁଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ୧୦୦ଟି ଧାନ ମଣ୍ଡିରେ ଧାନ କିଣା ଆରମ୍ଭ ହୋଇଯାଇଛି । ଏହି ଅବସରରେ ମଙ୍ଗଳବାର ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଦୁର୍ଗାପୁର କୃଷି ସମବାୟ ସମିତି ଠାରେ ଧାନକ୍ରୟ ମଣ୍ଡି ଉଦଘାଟନ କରିବା ପରେ ଚାଷୀଙ୍କ ନିକଟରୁ ଧାନ କିଣା ଆରମ୍ଭ ହୋଇଛି । ସୂଚନା ଅନୁସାରେ ଜିଲ୍ଲାପାଳଙ୍କ ଅଧକ୍ଷତାରେ ହୋଇଥିବା ଜିଲ୍ଲା ସ୍ତରୀୟ ଧାନକ୍ରୟ କମିଟିରେ ସ୍ଥିର କରାଯାଇଥିଲା ଯେ ଖରିଫ ବିପଣନ ୨୦୨୨-୨୩ବର୍ଷରେ ହେବାକୁ ଥିବା ଧାନ କ୍ରୟ ଡିସେମ୍ବର ୨୦ ତାରିଖରେ ଆରମ୍ଭ ହେବ। ତଦଅନୁଯାୟୀ ମଙ୍ଗଳବାର ସକାଳ ୧୦ଟା ସମୟରେ ଛେଣ୍ଡିପଦା ପଞ୍ଚାୟତ ସମିତି ଅନ୍ତର୍ଗତ ଦୁର୍ଗାପୁର ପ୍ରାଥମିକ କୃଷି ସମବାୟ ସମିତିରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ଜିଲ୍ଲାପାଳ ମଣ୍ଡି ଉଦଘାଟନ କରିଥିଲେ । ଏହି ଉଦଘାଟନୀ ଉତ୍ସବରେ ଅନୁଗୁଳ ଉପଜିଲ୍ଲାପାଳ ବୈତୁରା ଦୀପ, ଛେଣ୍ଡିପଦା ତହସିଲଦାର ଡାନିଏଲ ଏକା, ଉପନିବନ୍ଧକ ସମବାୟ ସମିତି ସମୂହ, ଅନୁଗୁଳ ପ୍ରଭାଗ ଦୁଃଖିଆ ଟୁଡୁ, ଜିଲା ଯୋଗାଣ ଅଧିକାରୀ ସ୍ମିତା ନାଏକ, ସହକାରୀ ନିବନ୍ଧକ ଅନୁଗୁଳ ମଣ୍ଡଳ ତ୍ରିଲୋଚନ ଦେହୁରୀ, ଉପ ସହକାରୀ ନିବନ୍ଧକ ପ୍ରଶାନ୍ତ କୁମାର ମହାନ୍ତି ଓ ଅନେକ ଚାଷୀ ଉପସ୍ଥିତ ରହିଥିଲେ । ଜିଲାପାଳ ଶ୍ରୀ ସ୍ୱାଇଁ ଚାଷୀମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ସହ ସୁଚାରୁ ରୂପେ କିପରି ଚାଷୀ ମାନେ ଆସି ନିଜର ଧାନ ବିକ୍ରି କରିପାରିବେ ଏନେଇ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହ ଚାଷୀ ମାନଙ୍କୁ ଏଫଏକ୍ୟୁ ମାନର ଧାନ ଆଣିବାକୁ ଉପଦେଶ ଦେଇଥିଲେ । Advertisement
ଥାନା ଭିତରେ ଜଳିଗଲା ଗାଡି ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ପରିସରରେ ଅଗ୍ନିକାଣ୍ତ ଆଜି ମଧ୍ୟାହ୍ନରେ ଏକ ଅଗ୍ନିକାଣ୍ଡ ଘଟି ଜବତ ଗାଡି ପୋଡି ଯାଇଥିବା ଜଣା ପଡିଛି ।…
ଜିଲ୍ଲା ବ୍ରାହ୍ମଣ ମହାସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଗୁଳ – ଅନୁଗୁଳ ଜିଲ୍ଲା ବ୍ରାହ୍ମଣ ମହାସଂଘର ସଭାପତି ଶଶାଙ୍କ ଶେଖର ପାଣି ଓ କାର୍ଯ୍ୟକାରୀ ସଭାପତି ସୁବୋଧ କୁମାର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ବ୍ୟୋମକେଶ ଶତପଥୀଙ୍କ ଆବାହାକତ୍ୱରେ…
ଆସନ୍ତାକାଲି ଠାରୁ ତାଳଚେରରେ ଅର୍ଥନୈତିକ ଅବରୋଧ ଡାକରା ତାଳଚେର – ଆସନ୍ତାକାଲି ( ୨୪ ତାରିଖ ) ଠାରୁ ଅନିର୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଅବରୋଧ ଡାକରା ଦିଆ ଯାଇଛି । ୫ ଦଫା…