ମୁଖ୍ୟ ଖବର ଟ୍ରକ ଧକ୍କାରେ ଦୁଇ ମୃତ Angul OnlineDecember 21, 2022December 21, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପଵିତ୍ରମୋହନ ଛକ ନିକଟରେ ଦୁର୍ଘଟଣା । ଟ୍ରକ ଧକ୍କାରେ ଦୁଇ ମୋଟରସାଇକେଲ ଆରୋହି ମୃତ । ମୃତକ ମଧ୍ୟରୁ ଜଣେ ପରଜଙ୍ଗ ଖାଲପାଳ ଅଞ୍ଚଳର ଭାଗିରଥି ମହାନ୍ତି ହୋଇଥିବା ବେଳେ ଅନ୍ୟ ଜଣଙ୍କର ପରିଚୟ ଅସ୍ପଷ୍ଟ ରହିଛି । ତେବେ ଉଭୟ ବାଇକ ଯୋଗେ ତାଳଚେର ଅଞ୍ଚଳକୁ ଗାଡିର କିଛି ଯନ୍ତ୍ରାଂଶ କିଣିବାକୁ ଆସୁଥିବା ବେଳେ ପବିତ୍ରମୋହନ ଛକ ଠାରେ ତାଙ୍କୁ ଏକ କୋଇଲା ବୋଝେଇ ଟ୍ରକ ଧକ୍କା ଦେଇ ତାଙ୍କ ଉପରେ ଚଢ଼ି ଯିବା ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଥିଲା । ତେବେ ଦୁର୍ଘଟଣା ଘଟାଇ ଘଟଣାସ୍ଥଳରେ ଟ୍ରକକୁ ଛାଡି ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକ ପହଞ୍ଚି କ୍ଷତି ପୂରଣ ଦାବିରେ ଟାୟାର ଜାଳି ୪୯ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ସହସହ ଗାଡି ମୋଟର ଅଟକି ରହିଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ତାଳଚେର ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା ଜାରୀରଖିଛି । Advertisement
ଏପିକେ ଫାଇଲ ଖୋଲି ୪.୭୭ ଲକ୍ଷ ଟଙ୍କା ହରାଇଲେ ଯୁବକ ଅନୁଗୁଳ – ପୁଲିସ ପ୍ରଶାସନ ସାଇବର ଠକେଇରୁ ବର୍ତ୍ତିବା ପାଇଁ ଯେତେ ସଚେତନ କଲେ ମଧ୍ୟ ଲୋକ ଠକାମୀର ଶିକାର ହେଉଛନ୍ତି । ଅନୁଗୁଳ ତୁରଙ୍ଗ ଅଞ୍ଚଳରେ…
ମାତୃ ଦିବସରେ ମା’ର ଅମାନୁଷିକତା – ବୁଦା ମୂଳରୁ ନବଜାତକ ଶିଶୁକନ୍ୟା ଉଦ୍ଧାର ଅନୁଗୁଳ – ଆଜି ବିଶ୍ଵ ମାତୃ ଦିବସ । ହେଲେ ଏହି ମାତୃ ଦିବସରେ ଜଣେ ମା‘ ତାର ନବଜାତ ଶିଶୁ କନ୍ୟାକୁ ଫୋପାଡି ଦେଇ ଚାଲିଯିବା…
ରାଜଧାନୀ ରାଜପଥରେ ଅନୁଗୁଳ କଳାକାରଙ୍କ ନୃତ୍ୟ ପରିବେଷଣ ଅନୁଗୁଳ – ୭୩ତମ ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ରାଜପଥରେ ଭାରତର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ହଜାର ହଜାର ଦର୍ଶକଙ୍କ…