ମୁଖ୍ୟ ଖବର ଶୈଳଶ୍ରୀକ୍ଷେତ୍ର ଆୟ ୪୧ ଲକ୍ଷ – ବ୍ୟୟ ୪୦ ଲକ୍ଷ Angul OnlineNovember 15, 2022November 15, 2022 ଅନୁଗୁଳ – ଅନୁଗୁଳ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । କମିଟିର ସଭାପତି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମନ୍ଦିରର ଆୟବ୍ୟୟର ହିସାବ ଉପସ୍ଥାପନ କରାଯାଇଥିଲା । ଏହି ହିସାବ ଅନୁସାରେ ୨୦୨୧ ଏପ୍ରିଲରୁ ୨୦୨୨ ମାର୍ଚ୍ଚ ମଧ୍ୟରେ ମନ୍ଦିରରେ ୪୧ ଲକ୍ଷ ୪ ହଜାର ୮୨ ଟଙ୍କା ଆୟ ହୋଇଛି । ଅପରପକ୍ଷରେ ଏହି ଅବଧି ମଧ୍ୟରେ ମନ୍ଦିରର ନୀତିକାନ୍ତି ଠାରୁ ଆରମ୍ଭ କରି ରଥଯାତ୍ରା , ପୂଜକଙ୍କ ଦରମା ଭଳି ଅନ୍ୟାନ୍ୟ କାର୍ଯ୍ୟରେ ମୋଟ୍ ୪୦ ଲକ୍ଷ ୮ ହଜାର ୨୭୦ ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ , ୨୦୨୧ ଏପ୍ରିଲରୁ ୨୦୨୨ ମାର୍ଚ୍ଚ ମଧ୍ୟରେ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରକୁ ଭକ୍ତଙ୍କ ଦାନ ଆକାରରେ ୨ ଲକ୍ଷ ୯୦ ହଜାର ୬୭୫ ଟଙ୍କା ମିଳିଛି । ସେହିପରି ଦୋକାନ ଭଡ଼ା ବାବଦକୁ ୧୮ ଲକ୍ଷ ୩୯ ହଜାର ୬୫୦ ଟଙ୍କା , ସୋଭେନିୟର ବିକ୍ରି ବାବଦରେ ୩ ଲକ୍ଷ ୯୭ ହଜାର ଟଙ୍କା , ସଭ୍ୟ ଚାନ୍ଦା ବାବଦକୁ ୩୧ ହଜାର ୮୬୪ ଟଙ୍କା , ହୁଣ୍ଡିକୁ ୫ ଲକ୍ଷ ୭୬ ହଜାର ୫୬୦ ଟଙ୍କା , ବ୍ୟାଙ୍କରୁ ସୁଧ ବାବଦରେ ୬୮ ହଜାର ୨୬୬ ଟଙ୍କା , ବେଦ ଭବନ ଓ ସୁଚନା ଭବନରୁ ୨ ଲକ୍ଷ ୮୯ ହଜାର ଟଙ୍କା ଆୟ ହୋଇଥିବା ଜଣାପଡ଼ିଛି । ସେହିପରି ଗତ ରଥଯାତ୍ରାରେ ୧ ଲକ୍ଷ ୨୨ ହଜାର ୮୦୫ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ରଥ କାଠ ପାଇଁ ୪୭ ହଜାର ଟଙ୍କା ବ୍ୟୟ କରାଯାଇଛି । ପୂଜକଙ୍କ ଦରମା ବାବଦକୁ ୨୦ ଲକ୍ଷ ୭୭ ହଜାର ୨୫ ଟଙ୍କା ଖର୍ଚ୍ଚ କରାଯାଇଛି । ନୀତିକାନ୍ତିରେ ୮୩ ହଜାର ୬୨୭ ଟଙ୍କା , ଅନ୍ୟ ପର୍ବପର୍ବାଣୀରେ ୧ ଲକ୍ଷ ୨୫ ହଜାର ୯୦୪ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି । Advertisement
ବାଣ୍ଟିଲେ ଉଜ୍ୱଳା ଗ୍ଯାସ – ଆଦର୍ଶ ଆଚରଣ ବିଧି ଉଲଘଂନ ଅଭିଯୋଗ ଅନୁଗୁଳ – ସାଧାରଣ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଏହି ଆଚରଣବିଧି ସମୟରେ ସରକାରୀ ସହାୟତା କିମ୍ବା କୌଣସି ଯୋଜନା କାର୍ଯ୍ୟକାରୀ…
ଲାଞ୍ଚ ନେଉଥିବା ବେଳେ ଜି.ଆର୍.ଏସ୍.କୁ ଗିରଫ କଲା ଭିଜିଲାନ୍ସ ବିଭାଗ ଅନୁଗୁଳ – ଭିଜିଲାନ୍ସ ଜାଲରେ ପଞ୍ଚାୟତ GRS । ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତ GRS ଯଦୁମଣି ମାଝୀ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…
ନାନୀ-ଭଉଣୀ ଉପରେ ଚଢିଗଲା ହାଇୱା – ଜଣେ ମୃତ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ନଗଦିପୁର ଗ୍ରାମ ନିକଟରେ ସ୍କୁଟିରେ ଯାଉଥିବା ନାନୀ-ଭଉଣୀଙ୍କୁ ଏକ ହାଇୱା ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ…