ମୁଖ୍ୟ ଖବର ଶୈଳଶ୍ରୀକ୍ଷେତ୍ର ଆୟ ୪୧ ଲକ୍ଷ – ବ୍ୟୟ ୪୦ ଲକ୍ଷ Angul OnlineNovember 15, 2022November 15, 2022 ଅନୁଗୁଳ – ଅନୁଗୁଳ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । କମିଟିର ସଭାପତି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମନ୍ଦିରର ଆୟବ୍ୟୟର ହିସାବ ଉପସ୍ଥାପନ କରାଯାଇଥିଲା । ଏହି ହିସାବ ଅନୁସାରେ ୨୦୨୧ ଏପ୍ରିଲରୁ ୨୦୨୨ ମାର୍ଚ୍ଚ ମଧ୍ୟରେ ମନ୍ଦିରରେ ୪୧ ଲକ୍ଷ ୪ ହଜାର ୮୨ ଟଙ୍କା ଆୟ ହୋଇଛି । ଅପରପକ୍ଷରେ ଏହି ଅବଧି ମଧ୍ୟରେ ମନ୍ଦିରର ନୀତିକାନ୍ତି ଠାରୁ ଆରମ୍ଭ କରି ରଥଯାତ୍ରା , ପୂଜକଙ୍କ ଦରମା ଭଳି ଅନ୍ୟାନ୍ୟ କାର୍ଯ୍ୟରେ ମୋଟ୍ ୪୦ ଲକ୍ଷ ୮ ହଜାର ୨୭୦ ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ , ୨୦୨୧ ଏପ୍ରିଲରୁ ୨୦୨୨ ମାର୍ଚ୍ଚ ମଧ୍ୟରେ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରକୁ ଭକ୍ତଙ୍କ ଦାନ ଆକାରରେ ୨ ଲକ୍ଷ ୯୦ ହଜାର ୬୭୫ ଟଙ୍କା ମିଳିଛି । ସେହିପରି ଦୋକାନ ଭଡ଼ା ବାବଦକୁ ୧୮ ଲକ୍ଷ ୩୯ ହଜାର ୬୫୦ ଟଙ୍କା , ସୋଭେନିୟର ବିକ୍ରି ବାବଦରେ ୩ ଲକ୍ଷ ୯୭ ହଜାର ଟଙ୍କା , ସଭ୍ୟ ଚାନ୍ଦା ବାବଦକୁ ୩୧ ହଜାର ୮୬୪ ଟଙ୍କା , ହୁଣ୍ଡିକୁ ୫ ଲକ୍ଷ ୭୬ ହଜାର ୫୬୦ ଟଙ୍କା , ବ୍ୟାଙ୍କରୁ ସୁଧ ବାବଦରେ ୬୮ ହଜାର ୨୬୬ ଟଙ୍କା , ବେଦ ଭବନ ଓ ସୁଚନା ଭବନରୁ ୨ ଲକ୍ଷ ୮୯ ହଜାର ଟଙ୍କା ଆୟ ହୋଇଥିବା ଜଣାପଡ଼ିଛି । ସେହିପରି ଗତ ରଥଯାତ୍ରାରେ ୧ ଲକ୍ଷ ୨୨ ହଜାର ୮୦୫ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ରଥ କାଠ ପାଇଁ ୪୭ ହଜାର ଟଙ୍କା ବ୍ୟୟ କରାଯାଇଛି । ପୂଜକଙ୍କ ଦରମା ବାବଦକୁ ୨୦ ଲକ୍ଷ ୭୭ ହଜାର ୨୫ ଟଙ୍କା ଖର୍ଚ୍ଚ କରାଯାଇଛି । ନୀତିକାନ୍ତିରେ ୮୩ ହଜାର ୬୨୭ ଟଙ୍କା , ଅନ୍ୟ ପର୍ବପର୍ବାଣୀରେ ୧ ଲକ୍ଷ ୨୫ ହଜାର ୯୦୪ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି । Advertisement
ଖୁବ ଶୀଘ୍ର ଦୂର ହେବ କୋଇଲା ସଙ୍କଟ – କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ତାଳଚେର – ସାରା ଦେଶରେ ଏବେ କୋଇଲା ସଙ୍କଟ ଦେଖା ଦେଲାଣି । ଆଉ ଏହାର ପରିସ୍ଥିତି ସୁଧାରିବା ପାଇଁ କୋଇଲା ଉତ୍ପାଦନ ଓ ପରିବହନର ଉନ୍ନତି…
ବଦଳିଲେ ଥାନା ଅଧିକାରୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ଥାନା ଅଧିକାରୀଙ୍କ ସ୍ତରରେ ଅଦଳବଦଳ ହୋଇଛି । ଅନୁଗୁଳ ଏସପି ଜଗମୋହନ ମୀନାଙ୍କ ନିର୍ଦେଶ କ୍ରମେ ଜିଲ୍ଲାର ୪ ଜଣ ଇନ୍ସିପେକ୍ଟରଙ୍କୁ…
ବ୍ରାଣ୍ଡେଡ ଶୋରୁମରେ ନକଲି ଜିନ୍ସ – ଜିଲ୍ଲା ସାରା ବ୍ୟାପିଛି ନକଲି କାରବାର !! ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଏବେ ନକଲି ଜିନ୍ସ କାରବାର ବଢିଥିବା ଜଣା ପଡିଥିବା ବେଳେ ଗୋଟିଏ ପରେ ଗୋଟିଏ ବ୍ରାଣ୍ଡେଡ ଶୋରୁମ ଉପରେ କମ୍ପାନୀ ଓ…