ଆଞ୍ଚଳିକ ସ୍ଵାଧୀନତା ଦିବସ ପାଳିତ Angul OnlineAugust 15, 2022August 15, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଷ୍ଟାଡିଅମ ପଡ଼ିଆରେ ଜିଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ମନ୍ତ୍ରୀ, ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତି ଚାରଣ କରିବା ସହ ଅନୁଗୁଳ ଜିଲ୍ଲା ଖଣି ଖାଦାନ ଓ ପ୍ରାକୃତିକ ସମ୍ପଦରେ ଭରପୁର ଥିବାରୁ ସାରା ଦେଶରେ ଏହି ଜିଲ୍ଲାର ସ୍ୱତନ୍ତ୍ର ପରିଚୟ ରହିଛି ବୋଲି କହିଥିଲେ । ଏହା ପରେ ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, କୃଷକ କଲ୍ୟାଣ, ମହିଳା ସଶକ୍ତିକରଣ, ଜଳ ସେଚନ ସମେତ ଅନେକ ଯୋଜନା ସଫଳତାର ସହ କାର୍ଯ୍ୟକାରୀ ହେଉଥିବା କହିଥିଲେ । ଶେଷରେ ଜିଲ୍ଲାବାସୀଙ୍କ ସଫଳ କାମନା କରିଥିଲେ । ଆଜିର ଉତ୍ସବ ସମ୍ପୂର୍ଣ୍ଣ ଭାବେ କୋଭିଡ କଟକଣା ଅନୁସାରେ କରା ଯାଇଥିଲା । କେବଳ ଦୁଇ ପ୍ଲାଟୁନ ପୋଲିସ ପଡ଼ିଆରେ ଥିଲେ । ସାଧାରଣ ଲୋକଙ୍କ ପାଇଁ କଟକଣା ଲଗା ଯାଇଥିଲା । ଏହି ଉତ୍ସବରେ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସପି ଜଗମୋହନ ମିନା ଉପସ୍ଥିତ ଥିଲେ । ଅନୁଗୁଳ ଜିନ୍ଦଲ ନଗର ପରିସରରେ ଥିବା ଓ ପି ଜିନ୍ଦଲ ସ୍କୁଲ ପ୍ରାଙ୍ଗଣରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରରମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦିନେଶ କୁମାର ସରୋଗୀଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଦାମୋଦର ମିତ୍ତଲଙ୍କ ସହ ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟ, ତାଙ୍କ ପରିବର୍ଗ ଏବଂ ପାର୍ଶ୍ଵବର୍ତୀ ଗ୍ରାମରୁ ଅନେକ ଗ୍ରାମବାସୀ ସାମିଲ ହୋଇଥିଲେ । ଏହି ଅବସରରେ ଶ୍ରୀ ସରୋଗୀ ଜେଏସପି ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ ବାର୍ତା ପଢି ଶୁଣାଇବା ସହ ଜେଏସପି ଗୃପ ବିଭିନ୍ନ କ୍ଷେତ୍ରରେ ହାସଲ କରିଥିବା କୀର୍ତିମାନ ସଂପର୍କରେ ଉଲ୍ଲେଖ କରିଥିଲେ । ଶ୍ରୀ ଜିନ୍ଦଲ ତାଙ୍କ ବାର୍ତାରେ ସ୍ଵାଧୀନତାର ଅମୃତ ମହୋତ୍ସବଉପଲକ୍ଷେ ଦେଶବାସୀଙ୍କୁ ହାର୍ଦିକ ଅଭିନନ୍ଦନ ଜଣାଇବା ସହ ସଦ୍ୟ ସମାପ୍ତ ହୋଇଥିବା ବର୍ମିଂହାମ ରାଜ୍ୟ ଗୋଷ୍ଠୀ କ୍ରୀଡା ପ୍ରତିଯୋଗିତାରେ ପଦକ ହାସଲ କରିଥିବା ସମସ୍ତ ଖେଳାଳିଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ । ସ୍ଵାଧୀନତାର ଅମୃତ ମହୋତ୍ସବ ନିମନ୍ତେ ବିଗତ ତିନି ଦିନ ଧରି ଛାତ୍ର ଛାତ୍ରୀଙ୍କ ନିମନ୍ତେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । Advertisement
ଭଡା ବୃଦ୍ଧି ଦାବି ନେଇ ଟ୍ରକ ଯୋଗେ କୋଇଲା ପରିବହନ ବନ୍ଦ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଟ୍ରକ ଭଡା ବୃଦ୍ଧିକୁ ନେଇ ଆଜି ମଧ୍ୟରାତ୍ରିରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଟ୍ରକ ଯୋଗେ…
ଟ୍ରେନରେ କୋଇଲା ପରିବହନକୁ ବିରୋଧ – ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ଟ୍ରକ ମାଲିକ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଅଞ୍ଚଳରେ ପ୍ରାୟ ୬ ହଜାର ଟ୍ରକ ଥିବା ବେଳେ ଏହା ଉପରେ ପ୍ରତୀକ୍ଷା ଭାବେ ପ୍ରାୟ ୧୫ ହଜାର ଓ…
ଗାଁରେ ୨୫ ହାତୀ – ଭୟଭୀତ ଗ୍ରାମବାସୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳ ମହିଧରପୁର ନୂଆସାହିରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ପ୍ରାୟ ୨୫ରୁ ଅଧିକ ହାତୀ ଆଜି…