ମୁଖ୍ୟ ଖବର ସମିତିସଭ୍ୟ ନିର୍ବାଚନରେ ଜସ୍ମିତାଙ୍କ ବାଜିମାତ Angul OnlineMay 28, 2022May 28, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ସାନକେରଜାଙ୍ଗ ପଞ୍ଚାୟତ ପାଇଁ ସମିତିସଭ୍ୟ ନିର୍ବାଚନରେ ବିଜେଡି ସମର୍ଥିତ ସମିତିସଭ୍ୟା ପ୍ରାର୍ଥୀନୀ ଜସ୍ମିତା ପ୍ରଧାନ ପ୍ରତିପକ୍ଷ ପ୍ରତିଦ୍ବନ୍ଦୀ ରୀନା ପ୍ରଧାନଙ୍କ ଠାରୁ ୯୯୯ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ଗତ ତ୍ରିସ୍ତରୀୟ ନିର୍ବାଚନ ପାଇଁ ଭୋଟ ଗ୍ରହଣର କିଛି ଦିନ ଆଗରୁ ପ୍ରାର୍ଥୀନୀ ନମିତା ନାଏକଙ୍କର ମୃତ୍ୟୁ ହୋଇଥିଲା । ଏଥିପାଇଁ ଆଉ ଭୋଟ ଗ୍ରହଣ ହୋଇ ପାରି ନଥିବା ବେଳେ ଗତକାଲି ନିର୍ବାଚନ ହୋଇଥିଲା । ଏହି ପଞ୍ଚାୟତରେ ୩୫୪୦ ଜଣ ଭୋଟର ଥିବା ବେଳେ ୨୫୪୮ ପୋଲିଂ ହୋଇଥିଲା । ଆଜି ଗଣତି ବେଳେ ଜସ୍ମିତା ୧୭୫୨ ଖଣ୍ଡ ଭୋଟ ପାଇଥିବା ବେଳେ ରିନାଙ୍କୁ ମାତ୍ର ୭୫୩ ଖଣ୍ଡ ଭୋଟ ମିଳିଥିଲା । Advertisement
ଓଡିଶାରେ ତିନୋଟି କୋଇଲା ଖଣି ପାଇଁ କେନ୍ଦ୍ର ମନ୍ତ୍ରଣାଳୟର ଚୁକ୍ତିନାମା ସ୍ୱାକ୍ଷର ଭୁବନେଶ୍ବର – କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ସୋମବାର ଓଡିଶାରେ ଅବସ୍ଥିତ ତିନୋଟି କୋଇଲା ଖଣି ପାଇଁ କୋଇଲା ଖଣି ବିକାଶ ଏବଂ ଉତ୍ପାଦନ ଚୁକ୍ତିନାମାକୁ ସଫଳତାର ସହ…
ରେଙ୍ଗାଳି ଖୋଲିଲା ଦୁଇଟି ଗେଟ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଥିବା ଓଡିଶାର ଦ୍ବିତୀୟ ବୃହତ୍ତମ ଜଳଭଣ୍ଡାର ରେଙ୍ଗାଳି ଜଳଭଣ୍ଡାରର ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇଛି । ଏଥିପାଇଁ…
ଜାଲ ଜାତିଗତ ପ୍ରମାଣପତ୍ର ଦେଇ ଚାକିରିରୁ ହେଲେ ବିଦା ଅନୁଗୁଳ – ସରକାରଙ୍କ ବିଭିନ୍ନ ବିଭାଗରେ ଜାଲ ଜାତିଗତ ପ୍ରମାଣପତ୍ରରେ ସରକାରୀ ଚାକିରି କରିଥିବା ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଯାଉଛି । ଏପରିସ୍ଥଳେ ଅନୁଗୁଳ ଜିଲ୍ଲା…