ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ନୂଆମୌଜା ପଞ୍ଚାୟତ ଶରଧାପୁର ଗ୍ରାମର ତଳ ସାହିରେ ଘରେ ମାଲିକ ଶୋଇଥିବା ବେଳେ ଦୁର୍ବୃତ୍ତ କଳା କନା ବୁଲାଇଛନ୍ତି । ଘରର ଆଲମିରା , ଆଟାଚ ଆଦି ଭାଙ୍ଗି ବହୁ ମୂଲ୍ୟବାନ ଅଳଙ୍କାର ଲୁଟି ନେଇଛନ୍ତି ।

ସୂଚନା ଅନୁସାରେ , ବିଳମ୍ବିତ ରାତିରେ ଗଗନ ବିହାରୀ ସାହୁଙ୍କ ଘରେ ପଶି ଦୁର୍ବୃତ୍ତମାନେ ଲୁଟପାଟ କରିଛନ୍ତି । ଘରେ ପଶି ସୁନା ଗହଣା ଲୁଟି ନେଇଛନ୍ତି । ଗଗନଙ୍କ କହିବା ଅନୁସାରେ, ରାତିରେ ଗଗନଙ୍କ ପରିବାର ଖାଇ ସାରି ଶୋଇବାକୁ ଯାଇଥିଲେ । ସକାଳ ୫. ୩୦ ବେଳେ ଉଠି ଦେଖିଲା ବେଳକୁ ଯେଉଁ ଘରେ ସୁନା ଗହଣା ଥିଲା, ସେହି ଘର କବାଟ ଖୋଲା ଯାଇଥିବା ବେଳେ ଆଲମିରା ଭାଙ୍ଗିବା ସହ ଜିନିଷ ପତ୍ର ଏଣେତେଣେ ପଡିଛି । ଏବଂ ସୁନା ଗହଣା ଆଉ ନାହିଁ । ଏହା ଦେଖି ସଙ୍ଗେ ସଙ୍ଗେ ଗଗନଙ୍କ ପୁଅ ମାନସ କୁମାର ସାହୁ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସଦରଥାନା ପୁଲିସ ସଙ୍ଗେ ସଙ୍ଗେ ପହଁଚି ତଦନ୍ତ କରିବା ଆରମ୍ବ କରିଥିଲା । ଗଗନଙ୍କ ଘରୁ ସୁନା ମାଳ, ରାଣୀ ହାର, ୮ଟି ମୁଦି , ସୁନା ହାର, ସୁନା କଏନ, ସୁନା ବିସ୍କୁଟ, ରୂପା ପାଉଁଜି , ରୂପ ଭଳି ସୁନା ଓ ୠପା ଅଳଙ୍କାର , ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଅଭିଯୋଗ କରିଛନ୍ତି । ଏହି ଅଭିଯୋଗକୁ ପାଇବା ପରେ ସଦର ପୁଲିସ ସାଇଣ୍ଟିଫିକ୍ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛନ୍ତି ।