ଆଞ୍ଚଳିକ ଓକିଲ ସଙ୍ଘ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ Angul OnlineMarch 7, 2022March 7, 2022 ଅନୁଗୁଳ – ଅନୁଗୁଳ ଓକିଲ ସଙ୍ଘର ନିର୍ବାଚନ ଆସନ୍ତା ୨୬ ତାରିଖରେ ଅନୁଷ୍ଠିତ ହେବ । ସଙ୍ଘର ୩୬୯ ଜଣ ସଦସ୍ୟ ଏହି ନିର୍ବାଚନରେ ମତଦାନ କରିବେ । ତିନିଦିନ ଧରି ନାମଙ୍କନ ପତ୍ର ଦାଖଲ ହେବା ପରେ ସୋମବାର ଦିନ ନାମଙ୍କନ ପତ୍ର ଦାଖଲର ଶେଷ ଦିନ ଥିଲା । ସଙ୍ଘର ସଭାପତି ଭାବେ ଜିତେନ୍ଦ୍ର କୁମାର ସାହୁ ଓ ଦିଲ୍ଲୀପ କୁମାର ସାହୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ଉପସଭାପତି ଭାବେ ଧର୍ମେନ୍ଦ୍ର ନାଥ ମିଶ୍ର , ଭବାନୀ ଶଙ୍କର ପ୍ରଧାନ, ପ୍ରଦୀପ୍ତ କୁମାର ସାହୁ ନାମଙ୍କନ ପତ୍ର ଦାଖଲ କରିଛନ୍ତି । ସାଧାରଣ ସମ୍ପାଦକ ଭାବେ ଧ୍ରୁବ ଚରଣ ସାହୁ , ନିରୋଧ କୁମାର ମିଶ୍ର ଏବଂ ସହ ସମ୍ପାଦକ ଭାବେ ପ୍ରେମାନନ୍ଦ ସାହୁ , ପ୍ରଦୀପ କୁମାର ଭୁତିଆ ନାମଙ୍କନ ପତ୍ର ଦାଖଲ କରିଛନ୍ତି । କୋଷାଧ୍ୟକ୍ଷ ଭାବେ ଗୋପାଳ ଅଗ୍ରୱାଲ ଏବଂ ସାଂସ୍କୃତିକ ସମ୍ପାଦକ ବାବେ କୁଶ ସାହୁ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ପ୍ରମୋଦ କୁମାର ସାହୁଙ୍କ ସହିତ ଅନ୍ୟ ୫ ଜଣ ନିର୍ବାଚନ ପରିଚାଳନା କରିବେ ବୋଲି ଜଣା ପଡିଛି । Advertisement
ସ୍ଵାମୀ ଘର ଆଗରେ ସ୍ତ୍ରୀର ଧାରଣା ଅନୁଗୁଳ – ପ୍ରଥମ ସ୍ତ୍ରୀ ଥାଇ ଦ୍ଵିତୀୟ ବିବାହ କରିବାରୁ ଅନୁଗୁଳ ସଦର ଥାନାରେ ଜଣେ ମହିଳା ଅଭିଯୋଗ କରିବା ସହ ସ୍ବାମୀଙ୍କ ଘର ଆଗରେ ବସି…
ଯାତ୍ରା କମିଟି ନାଁରେ ମାମଲା – ଦର୍ଶକଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ ମାରିବା ଅଭିଯୋଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ଖମାର୍ ଥାନା ଅନ୍ତର୍ଗତ କଣ୍ଟିଆପଶୀ ଗାଁରେ ଶିବାନୀ ଗଣନାଟ୍ୟ ନାଟକ ପରିବେଷଣ କରୁଛି । ଯେଉଁଥିପାଇଁ ଦର୍ଶକ ମାନେ ନାଟକ ଦେଖିବାକୁ…
ରାଷ୍ଟ୍ରୀୟ ଯୁବ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅନୁଗୁଳ ଆସିବେ ଅନୁଗୁଳ – ଆଗାମୀ ଅଗଷ୍ଟ କୋଡିଏ ତାରିଖରେ ସର୍ବୋଦୟ ବିଚାରର ଯୁବ ବାହିନୀ ରାଷ୍ଟ୍ରୀୟ ଯୁବ ସଂଗଠନର ପ୍ରାଦେଶିକ କାର୍ଯ୍ୟକାରିଣୀ ଅନୁଗୁଳସ୍ଥିତ ବାଜି ରାଉତ ଛାତ୍ରାବାସ ପରିସରରେ…