ରାଜନୀତି ଶେଷ ଦିନରେ ପୌରାଧ୍ୟକ୍ଷ ପଦ ପାଇଁ ୫ ଜଣଙ୍କ ନାମାଙ୍କନ Angul OnlineMarch 7, 2022March 7, 2022 ଅନୁଗୁଳ – ଅନୁଗୁଳ ପୌରପାଳିକାର ସୋମବାର ଦିନ ପୌରାଧକ୍ଷ ପଦବୀ ପାଇଁ ୫ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୫୮ ଜଣ କାଉନସିଲର ପଦବୀ ପାଇଁ ନାମଙ୍କନ ଦାଖଲ କରିଛନ୍ତି । ବିଜେପି ଦଳ ତରଫରୁ ଦିଲ୍ଲୀପ କୁମାର ପ୍ରଧାନ ପୌରାଧକ୍ଷ ପଦ ପାଇଁ ନାମଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେଡି ଦଳରୁ ଅକ୍ଷୟ କୁମାର ସାମନ୍ତ ପୌରାଧକ୍ଷ ପଦବୀ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ଆମ ଆଦମୀ ପାର୍ଟିରୁ ବାପୁଜି ପ୍ରଧାନ, ସ୍ୱାଧୀନ ଭାବେ ପାର୍ଥି ଗୁରୁ ଚରଣ ପ୍ରଧାନ ଏବଂ ସିପିଆଇ(ଏମ) ଦଳରୁ ପ୍ରାପ ପ୍ରସାଦ ନନ୍ଦ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅପର ପକ୍ଷରେ ବିଭିନ୍ନ ଦଳରୁ କାଉନସିଲର ପ୍ରାର୍ଥୀ ପାଇଁ ସୋମବାର ଦିନ ୫୮ ଜଣ ନାମାଙ୍କନ ଦାଖଲ କରିଛନ୍ତି । ବିଜେଡି ଓ ବିଜେପି ଦଳ ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ବୁଢ଼ୀ ଠାକୁରାଣୀ ମନ୍ଦିର ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ବଜାର ଛକ ହୋଇ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସେହିଭଳି ତାଳଚେର ପୌରପରିଷଦ ନିର୍ବାଚନ ପାଇଁ ପ୍ରାଥି ପତ୍ର ଦାଖଲର ଆଜି ଶେଷ ଦିନରେ ତିନି ପ୍ରମୁଖ ଦଳ ପକ୍ଷରୁ ପୌରାଧ୍ୟକ୍ଷଙ୍କ ସହିତ ସମସ୍ତ କାଉନସିଲର ନାମାଙ୍କନ ପତ୍ର ଦାଖଲ କରିଥିଲେ । ନିଜ ସମର୍ଥକ ମାନଙ୍କ ସହ ଏକ ବିଶାଳ ରାଲିରେ ସହର ପରିକ୍ରମା କରି ତାଳଚେର ଉପଜିଲ୍ଲାପାଳଙ୍କୁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତାଳଚେର ପୌରନିର୍ବାଚନରେ ତ୍ରିମୁଖୀ ଲଢେଇ ହେବା ନେଇ ଆଶା କରାଯାଉଛି । ତାଳଚେର ପୌରାଞ୍ଚଳର ମୋଟ ୨୧ଟି ୱାର୍ଡର ୨୮ ହଜାର ଚାରି ଶହ ଏକାଅଶି ଜଣ ଭୋଟର ନିଜର ମତ ସାବ୍ୟସ୍ତ କରିବେ । Advertisement
ସଡକ ପରିବହନ ମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ମହେଶ ସାହୁ ଅନୁଗୁଳ – ଢେଙ୍କାନାଳ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ , କେନ୍ଦ୍ର ସରକାରଙ୍କ ସଡକ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ନିତିନ ଜୟରାମ ଗଡ଼କରୀଙ୍କୁ ପାର୍ଲ୍ୟାମେଣ୍ଟ କାର୍ଯ୍ୟାଳୟରେ ସ୍ୱଜନ୍ୟ…
ଚତୁର୍ଥ ଦିନରେ ୨୦୧୩ ଜଣ କଲେ ନାମାଙ୍କନ ଅନୁଗୁଳ – ଆଜି ନାମାଙ୍କନ ପତ୍ର ଦାଖଲର ୪ର୍ଥ ଦିବସରେ ଅନୁଗୁଳ ଜିଲ୍ଲାରେ ସମୁଦାୟ ୨୦୧୩ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେଥି…
ଅନୁଗୁଳରେ କଂଗ୍ରେସ ପକ୍ଷରୁ ୟଙ୍ଗ ଇଣ୍ଡିଆ ବୋଲ କାର୍ଯ୍ୟକ୍ରମ ଶୁଭାରମ୍ଭ ଅନୁଗୁଳ – ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ୟଙ୍ଗ ଇଣ୍ଡିଆ ବୋଲ କାର୍ଯ୍ୟକ୍ରମ ନେଇ ଏକ ସାମ୍ବାଦିକ ସମ୍ମିଳନୀ ମଙ୍ଗଳବାର ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ…