ଅପରାଧ ତାଲା ଭାଙ୍ଗି ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ Angul OnlineJuly 7, 2022July 7, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ତାଳବେଡା ଗ୍ରାମରେ ଭଡାରେ ରହୁଥିବା ଆଦିତ୍ୟ ଦାସଙ୍କ ଘରେ ଦୁର୍ବୃତ୍ତ କଳାକନା ବୁଲାଇଛନ୍ତି । ସୂଚନା ଅନୁଯାୟୀ ଗତକାଲି ଆଦିତ୍ୟ ଦାସଙ୍କ ପରିବାର କୌଣସି ସ୍ବାସ୍ଥ୍ୟଗତ କାରଣରୁ ହସ୍ପିଟାଲ ଯାଇଥିବା ବେଳେ ଏହାର ସୁଯୋଗ ନେଇ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ତାଙ୍କ ଘର ତାଲା ଭାଙ୍ଗି ଘରେ ପଶିବା ସହ ଆଲମାରୀ ଭାଙ୍ଗି ସୁନା ଓ ଆଠ ହଜାର ଟଙ୍କା ନେବା ସହ ଘରେ ଲାଗିଥିବା ଏକ ଏଲ.ଇ.ଡି ଟିଭିକୁ ନେଇ ପଳାଇଯାଇଛନ୍ତି । ସକାଳେ ଘର ମାଲିକ ଭଡାରେ ରହୁଥିବା ଆଦିତ୍ୟଙ୍କୁ ଫୋନ କରି ଏ ବିଷୟରେ ଜଣାଇବା ପରେ ଆଦିତ୍ୟ ତାଳଚେର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ତାଳଚେର ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । Advertisement
ସିବିଆଇ ଜାଲରେ ଏମସିଏଲର ମ୍ୟାନେଜର ଓ ଏଆରଆଇ – ଲାଞ୍ଚ ନେଲାବେଳେ ପଡିଲେ ଧରା ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ମହାନଦୀ କୋଲ ଫିଲଡ ଲିମିଟେଡ(MCL) ର ମ୍ୟାନେଜର ଏବଂ ସହକାରୀ ରାଜସ୍ଵ ନିରୀକ୍ଷକ(ARI) ୨୦ ହଜାର ଟଙ୍କା ଲାଞ୍ଚ…
ଭୁଜାଲି ଓ ବନ୍ଧୁକ ଦେଖାଇ ଦୋକାନ ଲୁଟ – ସିସି ଟିଭରେ କଏଦ ଡକାୟତଙ୍କ ଆତଙ୍କରାଜ ଅନୁଗୁଳ – ଅନୁଗୁଳ ଜିଲ୍ଲା ,ସଦର ଥାନା ଅନ୍ତର୍ଗତ କୁଇଓ ,ତାରିଣୀ ମନ୍ଦିର ନିକଟ ମା ସନ୍ତୋଷୀ ଭଣ୍ଡାର ଦୋକାନରୁ ୬ ଜଣ ମୁଖାଧରି ଡ଼କାୟତ ବନ୍ଧୁକ…
ପ୍ରେମରେ ଅନ୍ଧ ହୋଇ ବାପା-ମାକୁ ହାଣିଲା ପୁଅ ଅନୁଗୁଳ – ପ୍ରେମ ସଂପର୍କକୁ ବିରୋଧ କରିବା ଆଉ ଏଥିରୁ ନିବୃତ ରହିବାକୁ କହିବାରୁ ବାପା ଓ ମାଙ୍କୁ ହାଣିଦେଲା । ଟାଙ୍ଗିଆରେ ଆକ୍ରମଣ କରିବା ଫଳରେ…