ଅପରାଧ ମନ୍ଦିର ହୁଣ୍ଡି ବୋହିନେଲେ ଚୋର Angul OnlineSeptember 25, 2022September 25, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୁରୁଣାଗଡ଼ର ବହୁ ପ୍ରତିଷ୍ଠିତ ବରାଳ ବାଲୁଙ୍କେଶ୍ୱର ଶିବ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ବିଲମ୍ବିତ ରାତିରେ ଦୁର୍ବୃତ୍ତମାନେ ମନ୍ଦିରର ଗେଟ ତାଲା ଭାଙ୍ଗି ଭିତରକୁ ଯିବା ସହ ଭିତରେ ଥିବା ହୁଣ୍ଡି ବାକ୍ସକୁ ବୋହି ନେଇଥିଲେ । ସେଠାରୁ ମନ୍ଦିର ପଛ ପାଖରେ ଥିବା ଏକ ଆମ୍ଵ ତୋଟାରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ସମସ୍ତ ଟଙ୍କା ନେଇ ପଳାଇ ଯାଇଛନ୍ତି । ହୁଣ୍ଡିରେ ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ଵ ଟଙ୍କା ଥିବ ବୋଲି ମନ୍ଦିର ପରିଚାଳନା କମିଟି ଅନୁମାନ କରିଛି । ଏ ନେଇ ମନ୍ଦିର ପୂଜକ କମିଟି ପକ୍ଷରୁ ଥାନାରେ ଅଭିଯୋଗ ପରେ ପୁଲିସ ଘଟଣାର ଛାନଭିନ କରୁଛି । Advertisement
ସିଗାରେଟ କିଣାକୁ ନେଇ ହତ୍ୟାକାଣ୍ଡ ଅନୁଗୁଳ – ସିଗାରେଟ ବାକି ମାଗିବାରୁ ଗଣ୍ଡଗୋଳ ଆଉ ପରେ ହତ୍ୟାକାଣ୍ଡ । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ସଦର ଥାନା ନୂଆଁସାହି ଗାଁରେ ।…
ଭିଜିଲାନ୍ସ ଜାଲରେ ଅମୀନ ଅନୁଗୁଳ – ଭିଜିଲାନ୍ସ ଜାଲରେ ଅମୀନ। ଅନୁଗୋଳ ଜିଲ୍ଲା କଣିହାଁ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ ଆଜି ଭିଜିଲାନ୍ସର ଏକ ଟିମ ଚଢାଉ ଲାଞ୍ଚ ନେଉଥିବା ବେଳେ ଜଣେ…
ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର – ହତ୍ୟା ଅଭିଯୋଗ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଶିବରାମପୁର ଗ୍ରାମ ନିକଟସ୍ଥ ରାସ୍ତା ପାଖ ଜଙ୍ଗଲରୁ ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର ହୋଇଛି । ନଅ ଦିନ…