ମୁଖ୍ୟ ଖବର ପୁଲିସ ଏ.ଏସ.ଆଇ.ଙ୍କ ଅକାଳ ବିୟୋଗ Angul OnlineSeptember 25, 2022September 25, 2022 ତାଳଚେର – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ସମଲ ଥାନାରେ କାର୍ଯ୍ୟରତ ଏଏସ୍ଆଇ ନରେଶ ସିଂ ଙ୍କର ରବିବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଶ୍ରୀ ସିଂ ଏନଟିପିସି ଥାନାରେ ଦୁଇବର୍ଷରୁ ଅଧିକ ସମୟ କାର୍ଯ୍ୟକରିଥିଲେ । ଦୁଇ ମାସ ପୂର୍ବରୁ ତାଙ୍କର ସମଲ ଥାନାକୁ ବଦଳି ହୋଇଥିଲା । ସମୟାନୁବର୍ତ୍ତିତା , ଲୋକଙ୍କୁ ସଠିକ ସେବା ଯୋଗାଇ ଦେବା ଯୋଗୁଁ ସେ ବେଶ ଲୋକପ୍ରିୟ ଥିଲେ । ତିନିଦିନ ତଳେ ତାଙ୍କ ମୁଣ୍ଡ ବୁଲାଇବା ସହ ଛାତିରେ ସେ ଯନ୍ତ୍ରଣା ଅନୁଭବ କରିଥିଲେ । ଏଥିପାଇଁ ପ୍ରଥମେ ତାଙ୍କୁ କଣିହାଁ ଡାକ୍ତରଖାନା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଥିଲା । ତେବେ ଆଜି ଅପରାହ୍ନ ପ୍ରାୟ ୨ ଟା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । Advertisement
୧୯ ଲକ୍ଷ ୩୮ ହଜାର ଟଙ୍କାର ଲଡୁ – ଲଡୁର ଓଜନ ୩୫ କୁଇଣ୍ଟାଲ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେରର ପ୍ରସିଦ୍ଧ ଗଣେଶ ପୂଜାର ଆଜ୍ଞା ଲଡୁ ନିଲାମ ହୋଇଛି । ଚଳିତ ବର୍ଷ ୩୫ କୁଇଣ୍ଟାଲ ଓଜନ ବିଶିଷ୍ଟ ଏହି…
ପିକଅପକୁ ଧକ୍କା ଦେଲା ଟ୍ରକ – ଜଣେ ମୃତ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ମୁକ୍ତାପୁର ଗ୍ରାମ ନିକଟ ଜାତୀୟ ରାଜପଥ-୪୯ ଉପରେ ଏକ ପିକଅପ ଗାଡି କୁ ଟ୍ରକ ଧକ୍କା ଦେବା ଫଳରେ…
ରାଜପଥରେ ଥିବା ଦୋକାନ ଆଗରେ ପାର୍କିଂ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ଅନୁଗୋଳ – ଯିଏ ଯେଉଁଠି ପାରିଲା ଗାଡି ଥୋଇଲା , ଦୋକାନ ଓ ବଜାରକୁ ସଉଦା ପାଇଁ ଗଲା । ଦୋକାନ ଘର ନିର୍ମାଣ ପାର୍କିଂ ବ୍ୟବସ୍ଥା…