ଅପରାଧ ଗଛରେ ଝୁଲୁଛି ବୃଦ୍ଧଙ୍କ ମୃତଦେହ Angul OnlineJune 21, 2021June 21, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା କଲେଇପଦା ଗ୍ରାମରେ ଝୁଲନ୍ତା ଅବସ୍ଥାରେ ଜଣେ ବୃଦ୍ଧଙ୍କ ମୃତଦେହ ଗଛରେ ଆଜି ଦେଖିବାକୁ ମିଳିଛି । ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ପୁଲିସ ତଦନ୍ତ ଚଳାଇଛି । ସୂଚନା ଅନୁସାରେ ବନ୍ତଳା ଥାନା କଲେଇପଦା ଗ୍ରାମର ରାଜ ମୁଖୀ ଗତକାଲି ଅପରାହ୍ନ ୩ଟା ବେଳକୁ ଶୌଚ ହେବାକୁ ଯାଉଛି କହି ଘରୁ ବାହାରି ଆସିଥିଲେ । ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ଫେରି ନଥିଲେ। ପରିବାର ଲୋକେ ଖୋଜାଖୋଜି ପରେ ଗତକାଲି ରାତିରେ ତାଙ୍କ ମୃତଦେହ ଗାଁ ନିକଟରେ ଥିବା ଏକ ଗଛରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ପରିବାର ଲୋକଙ୍କ ଅଭିଯୋଗ ପରେ ଆଜି ସକାଳେ ବନ୍ତଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । Advertisement
ଗୋ ହତ୍ୟା ଅଭିଯୋଗରେ ୩ ଗିରଫ ଅନୁଗୁଳ – ଅନୁଗୁଳ ଜିଲା ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ ମଙ୍ଗଳବାର ଗୋ ହତ୍ୟା ଅଭିଯୋଗରେ ପରଙ୍ଗ ଗ୍ରାମରୁ ୩ ଜଣ ଯୁବକକୁ ଗିରଫ କରି କୋର୍ଟ ଚାଲଣ…
ଜ୍ବାଇଁର ଛୁରା ମାଡରେ ପୂର୍ବତନ ସରପଞ୍ଚ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହିଧରପୁର ଫାଣ୍ଡି ଅନ୍ତର୍ଗତ ଫୁଲପଡା ଗାଁରେ ଅଘଟଣ । ଜ୍ୱାଇଁ ର ଛୁରା ମାଡରେ ଦାଦା ଶ୍ୱଶୁର ମୃତ…
ନାବାଳିକା ଦୁଷ୍କର୍ମକାରୀକୁ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ଜିଲ୍ଲା ପାଲଲହଡ଼ା ଅଞ୍ଚଳରେ ଗତ ୧୨/୦୪/୨୦୧୮ମସିହାରେ ଜନୈକା ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ମାନ୍ୟବର ଆଡିସିନାଲ ଜିଲା ଏବଂ ସେସନ ଜଜ କମ ସ୍ପେସିଆଲ…