ଅପରାଧ ଜିଲ୍ଲାପାଳଙ୍କ ନାମରେ ଫେକ କଲ କରି ଯୁବକ ଗିରଫ Angul OnlineAugust 18, 2024August 18, 2024 ଅନୁଗୁଳ – ଅନୁଗୁଳ କଲେକ୍ଟର କହୁଛି । ତୁମ ବ୍ଳକର ଜଣେ ଜେଇଙ୍କ ବଦଳି ଅନୁଗୁଳ ଜିଲ୍ଲାକୁ ହୋଇଛି । ତାହା ବାତିଲ କର । ଜୟପୁର ବିଡିଓଙ୍କୁ ଅନୁଗୁଳ ଜିଲ୍ଲାପାଳଙ୍କ ନାଁରେ ଏଭଳି ଫେକ୍ କଲ୍ କରି ଫସିଛି ଜଣେ ଯୁବକ । ସେ ହେଲା ସଦର ବ୍ଳକ ବଡ଼ଜିଉନାର ସୁନ୍ଦ ସୁନ୍ଦର ଓରଫ ସୁଦର ବାରିକ(୨୫) । ତାକୁ କୋର୍ଟ ଚାଲାଣ କରାଯାଇଛି । ସୂଚନା ଅନୁଯାୟୀ, ଗତ ୧୫ ତାରିଖ ରାତିରେ ବିଡିଓ ଶକ୍ତି ମହାପାତ୍ରଙ୍କଙ୍କ ମୋବଇଲ୍ ଫୋନ୍କୁ ଏକ କଲ୍ ଆସିଥିଲା । ଅନୁଗୁଳ କଲେକ୍ଟର ବୋଲି ଟୃ କଲର୍ ଦେଖାଇଥିଲା । କଲ୍ ରିସିଭ୍ କରିବାରୁ ଶୁଭିଥିଲା ହେଲୋ…ମୁଁ ଅନୁଗୁଳ କଲେକ୍ଟର କହୁଛି । ଶ୍ରୀ ମହାପାତ୍ର ଯଥା ସମ୍ମାନ ଦେଇ ହଠାତ ଫୋନ୍ର କାରଣ ପଚାରିଥିଲେ । ଯୁବକ ଜଣକ କହିଥିଲା, ବ୍ଲକ ଜେଇଙ୍କ ବଦଳି ବାତିଲ ହେବା ଦରକାର । ଜେଇଙ୍କ ବଦଳି ବାତିଲ ଲାଗି ଜଣେ କଲେକ୍ଟର କାହିଁକି ଫୋନ୍ କରିବେ ବୋଲି ଶ୍ରୀ ମହାପାତ୍ର ଭାବିଥିଲେ । କଥାବାର୍ଭା ବେଳେ ସନ୍ଦେହ ବଢ଼ିଥିଲା । ବର୍ତ୍ତମାନର ଅନୁଗୁଳ କଲେକ୍ଟର (ଅବଦଲ ମହମ୍ମଦ ଅଖତର୍) ପୂର୍ବରୁ କୋରାପୁଟ ଜିଲ୍ଲାପାଳ ଥିଲେ । ତାଙ୍କ କଣ୍ଠସ୍ବର ଭଳି ଶୁଭିନି ବୋଲି ବିଡିଓ କହିଥିଲେ । ଏହାର ଚଟାପଟ ଉତ୍ତର ଦେଇ ତଣ୍ଟି ଖରାପ ଥିବାରୁ ଏଭଳି ଶୁଭୁଥିବା ଯୁବକ ଜଣକ କହିଥିଲା । ଫୋନ୍ କଟିବା ପରେ ବିଡିଓ ଶ୍ରୀ ମହାପାତ୍ର ପୂର୍ବତନ ଜିଲ୍ଲାପାଳ ଶ୍ରୀ ଅଖତରଙ୍କୁ ଯୋଗାଯୋଗ କରି ସମସ୍ତ ବିଷୟ କହିଥିଲେ । ଫେକ୍ କଲ୍ ସ୍ପଷ୍ଟ ହେବା ପରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ବିଡିଓ । ପୁଲିସ ମାମଲା ରୁଜୁ କରି ନମ୍ବର ଯାଞ୍ଚ୍ ବେଳେ ଅଭିଯୁକ୍ତ ବଡ଼ଜିଉନାର ସୁନ୍ଦର ବୋଲି ସ୍ପଷ୍ଟ ହୋଇଥିଲା । ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ଶ୍ରମ ବିଭାଗର ଚଢ଼ାଉ – ୪ ଶିଶୁ ଶ୍ରମିକ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛପାଖ ଗେଟରେ ଥିବା ବିଭିନ୍ନ ଚାହା ଦୋକାନରେ ଶ୍ରମ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଶିଶୁ ଶ୍ରମିକ…
ହାତ ବୋମା ସହ ୫ ଡକାୟତ ଗିରଫ – ଲୁଟ ପାଇଁ କରୁଥିଲେ ଯୋଜନା ଅନୁଗୁଳ – ଡକାୟତି ପାଇଁ ଯୋଜନା କରୁଥିବା ବେଳେ ୫ ଡକାୟତଙ୍କୁ ଗିରଫ କଲା ଅନୁଗୁଳ ପୁଲିସ । ସେମାନଙ୍କ ନିକଟରୁ ହାତ ତିଆରି ବୋମା ସହିତ…
ନାବାଳିକାକୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ – ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲା ଫାଷ୍ଟଟ୍ରାକ୍ ସ୍ପେଶାଲ୍ କୋର୍ଟରେ ବଅଁରପାଳ ଥାନା ଅଞ୍ଚଳର ଏକ ବଳାତ୍କାର ମାମଲାରେ ଆଡ୍ହକ୍ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ପିଆର୍…