ମୁଖ୍ୟ ଖବର ପଇଡ ପଡି ଶିଶୁ କନ୍ୟା ମୃତ Angul OnlineAugust 18, 2024August 18, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ହେମାମୁରା ଗାଁରେ ଅଘଟଣ । ମୁଣ୍ଡରେ ପଇଡ ପଡି ୭ ମାସର ଶିଶୁକନ୍ୟା ମୃତ । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ଅର୍ଜୁନଧରା ଗ୍ରାମର କୁନା ପ୍ରଧାନ ଆଠମଲ୍ଲିକ ଥାନା ଅନ୍ତର୍ଗତ ହେମାମୁରା ଗ୍ରାମରେ ବିବାହ କରିଛନ୍ତି । ତାଙ୍କର ସାତ ମାସର ଶିଶୁ କନ୍ୟାଟିଏ ଅଛି । କୁନାଙ୍କ ସ୍ତ୍ରୀ ତାଙ୍କ ବାପ ଘର ହେମାମୁରା ଗ୍ରାମକୁ ଯାଇଥିବା ବେଳେ ରବିବାର ସକାଳେ ଗୋଟିଏ ପଇଡ ଉକ୍ତ ସାତ ମାସର ଶିଶୁ କନ୍ୟା ଉପର ଖସି ପଡ଼ିଥିଲା । ଯାହା ଫଳରେ ପରିବାର ଲୋକ ଶିଶୁକନ୍ୟାକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ କନ୍ୟାର ମୃତ୍ୟୁ ହୋଇଥିଲା । Advertisement
ବଦଳିଲେ ଦୁଇ ବିଡ଼ିଓ ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ମହକୁମା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଆଠମଲ୍ଲିକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ବଦଳି ହୋଇଛି । ଓଡିଶା ସରକାରଙ୍କ ପଞ୍ଚାୟତିରାଜ…
ବାହାଘର ପାଲଟିଲା ରଣକ୍ଷେତ୍ର – ବର ଓ କନ୍ୟା ଉଭୟ ପକ୍ଷରୁ ଏକାଧିକ ଆହତ ଛେଣ୍ଡିପଦା – ବାହାଘର ପାଲଟିଲା ରଣ କ୍ଷେତ୍ର । ବରଯାତ୍ରୀ ଓ କନ୍ୟା ପକ୍ଷଙ୍କ ମଧ୍ୟରେ ମାଡିପିଟ । ମାଡପିଟ ବେଳେ ଭୁଜାଲି ଆକ୍ରମଣରେ ବରପକ୍ଷ ଓ…
ବିବାହ ପରେ ପରେ କନ୍ୟା ଫେରାର କଣିହାଁ – ଅନୁଗୋଳ ଜିଲ୍ଲା କଣିହାଁ ଥାନା ଅଞ୍ଚଳରେ ବିବାହ ପରେ ବରକୁ ଛାଡି କନ୍ୟା ଅନ୍ୟ ଜଣଙ୍କ ସହିତ ଛୁ ମାରିଥିବା ଚର୍ଚ୍ଚା ବିଷୟ ପାଲଟିଛି…