ମୁଖ୍ୟ ଖବର ଟ୍ରେନ ଧକ୍କାରେ ଖୁଡି-ପୁତୁରା ମୃତ Angul OnlineOctober 17, 2021October 17, 2021 ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଜାମ୍ବୁନାଳୀ ଗାଁ ନିକଟରେ ଏକ ଅଘଟଣ ଘଟି ଯାଇଛି । ରେଳ ଧାରଣା ପାର ହେଉଥିବା ବେଳେ ଟ୍ରେନ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇଜଣ ସମ୍ପର୍କରେ ଖୁଡି ଓ ପୁତୁରା ହେବେ ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ ପାଇକସାହି ଅଞ୍ଚଳର ୩୫ ବର୍ଷୀୟା ବାସ ନାୟକ ଓ ତାଙ୍କ ୧୯ ବର୍ଷୀୟ ପୁତୁରା ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇ ଫେରୁଥିବା ବେଳେ ଜାମ୍ବୁନାଳୀ ନିକଟରେ ଯାଇଥିବା ରେଳ ଧାରଣା ପାର ହେଉଥିଲେ । ତେବେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରେନ ହଠାତ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଛି । ଖବର ପାଇ ହଣ୍ଡପା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି । Advertisement
ଷଣ୍ଢ ସହ ଧକ୍କା ହୋଇ ଯୁବକ ମୃତ ଅନୁଗୁଳ – ଅନୁଗୁଳ ଗାନ୍ଧିମାର୍ଗ ହେମସୁରପଡ଼ା କବରଖାନା ନିକଟରେ ସୋମବାର ରାତି ପ୍ରାୟ ସାଢେ଼ ଦଶଟା ସମୟରେ ଷଣ୍ଢ ସହ ମୋଟରସାଇକେଲର ଧକ୍କା ହେବାରୁ ମୋଟରସାଇକେଲ ଆରୋହୀଙ୍କ…
ଦିନ ତମାମ ଅଫିସରେ ତାଲା – ଭୋଜି ପାଇଁ ଅଘୋଷିତ ଛୁଟି – ସାଧାରଣ ଲୋକ ହେଲେ ହଇରାଣ ଛେଣ୍ଡିପଦା – ଦୁଇ ଦିନ ସରକାରୀ ଛୁଟି ପରେ ସୋମବାର ଖୋଲିଲା କାର୍ଯ୍ୟାଳୟ । ହେଲେ ଛେଣ୍ଡିପଦା ଗୋଷ୍ଠୀ ଉନ୍ନୟନ କାର୍ଯ୍ୟଳୟରେ ସୋମବାର ମଧ୍ୟ ଅଘୋଷିତ ଛୁଟି…
କେନାଲରେ ଭାସିଗଲେ ମହିଳା ଅନୁଗୁଳ – ଗାଧେଇବା ବେଳେ କେନାଲରେ ଭାସିଗଲେ ମହିଳା । ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢ଼ାପଙ୍କ ଗ୍ରାମ ପଞ୍ଚାୟତ ର କେନାଲ ରେ ଗାଧୋଇଲା…