ଅପରାଧ ଭୁଜାଲିରେ ଆକ୍ରମଣ କରି ଫେରିବାଲାଠାରୁ ଲୁଟ Angul OnlineSeptember 6, 2021September 6, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କଇଁଛପଦା ଗ୍ରାମ ନିକଟରେ ଜଣେ ଫେରିବାଲାକୁ ଭୁଜାଲିରେ ଆକ୍ରମଣ କରି ଦୁର୍ବୃତ୍ତ ମାନେ ଲୁଟ କରିଥିବା ଜଣାପଡିଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ ଫେରିବାଲା ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁସାରେ ୱେଷ୍ଟବେଙ୍ଗଲ ପୂର୍ବ ମେଦିନପୁର ଥାନା ଭଗବାନପୁର ଗ୍ରାମର ମୋତିଲାଲ ଜେନା ଛେଣ୍ଡିପଦା ଥାନା କୋଶଳାରେ ଦୀର୍ଘ ବର୍ଷ ହେବ ରହି ଗାଁ ଗାଁ ବୁଲି ଚୁଡିଶଙ୍ଖା ଆଦି ବେପାର କରି ପରିବାର ଚଳାଉଥିଲେ । ରବିବାର ସେ ଛେଣ୍ଡିପଦା ଥାନା ପରା ଗାଁରୁ ବେପାର ସାରି କଇଁଛପଦା ଗାଁ ନିକଟରେ ଥିବା ଏକ ଗଛମୂଳରେ ଟିଭିଏସ ମଟର ସାଇକେଲରେ ନେଇଥିବା ସାମଗ୍ରିକୁ ରଖି ଖାଉଥିବା ବେଳେ ହଠାତ ଦୁଇ ଜଣ ଦୁର୍ବୃତ୍ତ ମୋଟରସାଇକେଲରେ ଆସି ମୋତିଲାଲଙ୍କୁ ଭୁଜାଳିରେ ଆକ୍ରମଣ କରି ତାଙ୍କ ଠାରୁ ୧୫୦୦ ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ । ଦୁଇ ଦୁର୍ବୃତ୍ତଙ୍କ ଆକ୍ରମଣରେ ଫେରିବାଲା ଗୁରୁତର ଆହତ ହୋଇ ଗଛମୂଳରେ ପଡିରହିଥିଲେ । ସ୍ଥାନୀୟ ଲୋକ ଗୁରୁତର ମୋତିଲାଲଙ୍କୁ ଉଦ୍ଧାର ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଗୁରୁତର ମୋତିଲାଲ ଜେନାଙ୍କ ବାମ ହାତରେ ଗଭୀର କ୍ଷତ ଥିବାରୁ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ଛେଣ୍ଡିପଦା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । Advertisement
ଓପିଟିସିଏଲରେ ଚାକିରି ନାଁରେ ଠକେଇ – ୨ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଚାକିରି ଦେବା ନାଁରେ ୫ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ପୁଲିସ ୨ ଜଣଙ୍କୁ ଗିରଫ କରି…
ଗଞ୍ଜେଇ ଗାଡି ଧକ୍କାରେ ମହିଳା ମୃତ ଅନୁଗୋଳ – ଗଞ୍ଜେଇ ଗାଡି ଧକ୍କାରେ ମହିଳା ମୃତ । ଏଭଳି ଘଟଣା ଅନୁଗୋଳ ଜିଲ୍ଲା ମହିଧରପୁର ନିକଟରେ ଘଟିଛି । ସୂଚନା ଅନୁସାରେ ଅନୁଗୋଳ-କଟକ ପୁରୁଣା…
ଶାଶୁ-ଶଶୁରଙ୍କୁ ଜ୍ଵାଇଁର ମରଣାନ୍ତକ ଆକ୍ରମଣ ବଅଁରପାଳ – ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗ୍ରାମରେ ଜ୍ଵାଇଁର ଆକ୍ରମଣରେ ଶାଶୁ ଶଶୁର ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ପାରିବାରିକ କଳହକୁ…