ମନୋରଞ୍ଜନ ଜାନୁଆରୀ ମାସରେ ଜିଲ୍ଲା ମହୋତ୍ସବ – ଚଳିତ ବର୍ଷ ୫ ଦିନ ହେବ ମହୋତ୍ସବ Angul OnlineNovember 15, 2022November 15, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ମହୋତ୍ସବ ଏଥର ୫ ଦିନିଆ ହେବ । ଜାନୁଆରୀ ୧୮ ତାରିଖରୁ ଦଶମ ଅନୁଗୁଳ ଜିଲ୍ଲା ମହୋତ୍ସବ ଆରମ୍ଭ ହେବ । ଜାନୁଆରୀ ମାସର ଶୀତୁଆ ସନ୍ଧ୍ୟାରେ ନାଚଗୀତରେ ଝୁମିବେ ଅନୁଗୁଳବାସୀ । ଗତ ବର୍ଷ ଜିଲ୍ଲା ମହୋତ୍ସବରେ ପ୍ରଥମ ଥର ପାଇଁ ବଲିଉଡ୍ ତାରକାଙ୍କୁ ଦେଖିବାକୁ ମିଳିଥିଲା । ଏଥର ମଧ୍ୟ ବିଗତ ବର୍ଷ ଠାରୁ ଆହୁରି ଅଧିକ ଚିତାକର୍ଷକ କରାଯିବ ବୋଲି ଆଜି ବସିଥିବା ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି । ନାମିଦାମୀ ବଲିଉଡ୍ ତାରକାଙ୍କ ସାଙ୍ଗକୁ ସ୍ଥାନୀୟ ଲୋକକଳାକୁ ମଧ୍ୟ ଗୁରୁତ୍ୱ ଦିଆଯିବ । କେବଳ ନାଚଗୀତ ନୁହଁ , ପଲ୍ଲିଶ୍ରୀ ମେଳା ଓ ଫୁଡ଼କୋର୍ଟ ମଧ୍ୟ ଆକର୍ଷଣ ପାଲଟିବ । ଗତ ପାର୍ବଣରେ ଅନୁଗୁଳରୁ ପ୍ରାୟ ଅଧିକାଂଶ ଓଲିଉଡ୍ ତାରକା ଆସିଛନ୍ତି । ତେଣୁ ସେମାନଙ୍କୁ ଆଉ ଅନୁଗୁଳ ମହୋତ୍ସବରେ ପୁନରାବୃତ୍ତି କରାଯିବ ନାହିଁ ବୋଲି କହିବା ସହ କିଛି ଓଲିଉଡ୍ ନାମିଦାମୀ କଳାକାରଙ୍କୁ ଆଣିବା ସହ ବଲିଉଡ୍ କଳାକାରଙ୍କୁ ଆଣିବାକୁ ଚେଷ୍ଟା କରାଯାଉଛି । ଏତଦ୍ବ୍ୟତୀତ ବାଲୁକା କଳା ପ୍ରଦର୍ଶନୀ , ସାହିତ୍ୟ ସମ୍ମିଳନୀ , କବିତା ପାଠୋତ୍ସବ , ଯୋଗ ଓ ପ୍ରାଣାୟମ ଭଳି କାର୍ଯ୍ୟକ୍ରମ ମଧ୍ୟ ରଖାଯାଇଛି । ପ୍ରତ୍ୟେକ ଦିନ ଅପରାହ୍ନରେ ପ୍ରଥମେ ଜିଲ୍ଲାର ଲୋକକଳା ପ୍ରଦର୍ଶିତ ହେବ । ପରେ ସଭା କାର୍ଯ୍ୟ ଅନୁଷ୍ଠିତ ହେବା ପରେ ବଲିଓଡ୍ ଓ ଓଲିଓଡ୍ କଳାକାରଙ୍କୁ ନେଇ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତିତ୍ବଙ୍କୁ ଅନୁଗୁଳ ଗୌରବରେ ସମ୍ମାନିତ କରାଯିବ ବୋଲି ସୂଚନା ଦିଆଯାଇଛି । Advertisement
ଜାତୀୟ ଡିଜାଇନ ଶୋ’ରେ ଅନୁଗୁଳ ଝିଅ ଜୁଲିଙ୍କ ସଫଳତା ଅନୁଗୁଳ – ମେଟାଲ୍ ମାକ୍ସ ସଂସ୍ଥା ପକ୍ଷରୁ ଭୁବନେଶ୍ଵରରେ ଆୟୋଜିତ ଜାତୀୟ ଡିଜାଇନ୍ ଶୋ ଓ ଫ୍ୟାସନ କୋଟିୟର ଶୋରେ ଓଡ଼ିଆ ଝିଅ ଜୁଲି କର ସଫଳତା…
ବିଶ୍ଵ ନାଟ୍ୟ ଦିବସ ପାଳିତ ଅନୁଗୁଳ – ଅନୁଗୁଳ କଳାକାର ଭବନ ଠାରେ ବିଶ୍ଵ ନାଟ୍ୟ ଦିବସ ପାଳିତ ହୋଇଯାଇଛି । କବୟିତ୍ରୀ ଇନ୍ଦିରା ଦାଶଙ୍କ ମଞ୍ଚ ପରିଚାଳନାରେ ଆୟୋଜିତ ଏହି ସମାରୋହରେ…
ସର୍ବବୃହତ ମାନବ ଜାତୀୟ ପତାକା ତିଆରି କରିବା ପାଇଁ ନୂତନ ଗିନିଜ ୱାର୍ଲଡ ରେକର୍ଡ ସ୍ଥାପନ ଅନୁଗୁଳ – ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ (ଏଫ୍ଏଫ୍ଆଇ) ସହଯୋଗରେ ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟି (ଜେଜିୟୁ) ସର୍ବବୃହତ ମାନବ ଜାତୀୟ ପତାକା ତିଆରି କରି ଗିନିଜ୍…