ବାଣିଜ୍ୟ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଜେଏସପିକୁ ସୋସିଆଲ ଇମ୍ପାକ୍ଟ ୨୦୨୪ ପୁରସ୍କାର Angul OnlineMarch 1, 2024March 1, 2024 ଭୁବନେଶ୍ୱର- ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) କୁ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସୋସିଆଲ ଇମ୍ପାକ୍ଟ ଆୱାର୍ଡ ୨୦୨୪ ପ୍ରଦାନ କରାଯାଇଛି । ଗତ ସପ୍ତାହରେ ଦିଲ୍ଲୀର ଏସିପି ସାଇବର ସେଲ୍ (କ୍ରାଇମ ବ୍ରାଞ୍ଚ) ଶ୍ରୀ ସନ୍ଦୀପ ମଲହୋତ୍ରା, ଆଇପିଏସ୍, ଏହି ପୁରସ୍କାର ପ୍ରଦାନ କରିଥିଲେ। ଜେଏସପି ପକ୍ଷରୁ ଏହାର ଗ୍ରୁପ୍ ଚିଫ୍ ଡିଜିଟାଲ୍ ଅଫିସର ଶ୍ରୀ ଇନ୍ଦ୍ରଦ୍ୟୁନ୍ନ ଦତ୍ତା ଏହି ସମ୍ମାନ ଗ୍ରହଣ କରିଥିଲେ। ଚେୟାରମ୍ୟାନ୍ ଶ୍ରୀ ନବୀନ ଜିନ୍ଦଲଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଜେଏସପି ଏହାର ସାମାଜିକ ସଂସ୍ଥା, ଜେଏସପି ଫାଉଣ୍ଡେସନ ମାଧ୍ୟମରେ ଯୁବକମାନଙ୍କୁ ସଶକ୍ତିକରଣ କରିବା ଏବଂ ସ୍ଥାନୀୟ ଯୁବକମାନଙ୍କୁ ରାଜ୍ୟ ତଥା ଦେଶ ପାଇଁ କ୍ରୀଡା ପଦକ ଜିତିବାରେ ସକ୍ଷମ କରିବା ପାଇଁ ଅଗ୍ରଣୀ ତଥା ଆବଶ୍ୟକ ପଦକ୍ଷେପମାନ ଗ୍ରହଣ କରିଆସୁଛି । ଏହି ପୁରସ୍କାର, ଦେଶରେ କ୍ରୀଡା ଭିତ୍ତିଭୂମି ବୃଦ୍ଧି କରିବା ଓ କ୍ରୀଡ଼ାବିତ ମାନଙ୍କୁ ପ୍ରୋତ୍ସାହିତ କରିବା ଦିଗରେ ଜେଏସପିର ପ୍ରତିବଦ୍ଧତାର ଅନ୍ୟତମ ପ୍ରମାଣ । ଏହି ଅବସରରେ ଜେଏସପି ଫାଉଣ୍ଡେସନର ଚେୟାରପର୍ସନ୍, ଶ୍ରୀମତୀ ଶାଲୁ ଜିନ୍ଦଲ କହିଛନ୍ତି ଯେ, “ଲୋକଙ୍କୁ ପ୍ରେରଣା ଯୋଗାଇବା, ସଶକ୍ତିକରଣ ଏବଂ ଏକଜୁଟ କରିବାରେ କ୍ରୀଡ଼ାର ପ୍ରଭାବି ସମ୍ଭାବନା ଉପରେ ଆମେ ବିଶ୍ୱାସ କରୁ । ଗ୍ରାମାଞ୍ଚଳ ଏବଂ ଆଦିବାସୀ ବହୁଳ ଅଞ୍ଚଳରେ କ୍ରୀଡ଼ାର ବିକାଶ ପାଇଁ ଆମେ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିଛୁ । ଭବିଷ୍ୟତର କ୍ରୀଡ଼ା ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବାରେ ଆମର ପ୍ରୟାସ ଜାରି ରଖିବାକୁ ଏହି ପୁରସ୍କାର ଆମକୁ ଅଧିକ ପ୍ରେରଣା ଯୋଗାଇବ।“ ଏହି ସମ୍ମାନ ପାଇଁ ସେ ଜୁରୀ ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭାରତ ସରକାରଙ୍କ ଖେଲୋ ଇଣ୍ଡିଆ ଲକ୍ଷ୍ୟ କୁ ଦୃଢ କରିବା ପାଇଁ ଜେଏସପି ଉସୁ, କବାଡି, ତୀରନ୍ଦାଜ, ଫୁଟବଲ, ଏବଂ କ୍ରିକେଟ୍ ଭଳି ବିଭିନ୍ନ କ୍ରୀଡା ଅଦିକୁ ପ୍ରୋତ୍ସାହିତ କରିଥାଏ । କ୍ରୀଡ଼ା ଭିତ୍ତିଭୂମି, ପୁଷ୍ଟିକର ଖାଦ୍ୟ ଏବଂ ପ୍ରଶିକ୍ଷଣ ବ୍ୟବସ୍ଥା ତଥା ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଅଂଶଗ୍ରହଣ କରିବା ନିମନ୍ତେ ସହାୟତା ଆଦି ମାଧ୍ୟମରେ ଜେଏସପି ଖେଳ ପାଇଁ ଯୁବ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିଥାଏ । ଓଡ଼ିଶା, ଛତିଶଗଡ ଏବଂ ଝାଡଖଣ୍ଡରେ ଜେଏସପି ୨୫୦୦୦ରୁ ଉର୍ଦ୍ଧ୍ବ କ୍ରୀଡାପ୍ରତିଭାଙ୍କୁ ସବୁପ୍ରକାର ସୁବିଧା ସୁଯୋଗ ଯୋଗାଇଦେଉଛି । ଜେଏସପି ଫାଉଣ୍ଡେସନ ୧୦ ଟି ଖେଳ ପଡିଆ, ଦୁଇଟି କ୍ରୀଡା କମ୍ପ୍ଲେକ୍ସ ଓ ଷ୍ଟାଡିୟମ ଏବଂ ଗୋଟିଏ କ୍ରୀଡା ହଷ୍ଟେଲ ନିର୍ମାଣ କରିଛି । ବଡବିଲରେ ଥିବା ସ୍ପୋର୍ଟସ ହଷ୍ଟେଲ ଆଦିବାସୀ ତଥା ଆର୍ଥିକ ସ୍ଥରରେ ଦୁର୍ବଳ କ୍ରୀଡା ପ୍ରତିଭାମାନଙ୍କୁ ମାଗଣାରେ ଆବାସ, ପୁଷ୍ଟିକର ଖାଦ୍ଯ, ଇଂରାଜୀ-ମାଧ୍ୟମ ବିଦ୍ୟାଳୟରେ ଶିକ୍ଷା ଏବଂ ପ୍ରଶିକ୍ଷଣ ପ୍ରଦାନ କରୁଛି । ଜେଏସପି ଦ୍ୱାରା ପ୍ରୋତ୍ସାହିତ ଅନେକ ପ୍ରତିଭା ଜାତୀୟ ତଥା ଆନ୍ତର୍ଜାତୀୟ କ୍ରୀଡ ରେ ପଦକ ଜିତି ଦେଶ ତଥା ନିଜ ଅଞ୍ଚଳ ପଇଁ ଗୌରବ ଆଣି ପାରିଛନ୍ତି । Advertisement
ଅନୁଗୁଳ ବଜାରରେ ମିଟିଓର 350 ଅନୁଗୁଳ ବଜାରରେ ମିଟିଓର 350 ଅନୁଗୁଳ – ସାରା ଭାରତରେ ଗତକାଲି ରୋୟାଲ ଏନଫିଲଡ଼ ର ମିଟିଓର 350 ସିସି ଲଞ୍ଚ ହୋଇଛି । ତେବେ ଅନୁଗୁଳ…
ଜେଏସପିକୁ ସିଏସଆର ଜର୍ଣ୍ଣାଲ ଉତ୍କର୍ଷ ପୁରସ୍କାର ଭୁବନେଶ୍ୱର – ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ, ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)କୁ ସମ୍ମାନଜନକ ସିଏସ୍ଆର୍…
ଅତ୍ଯାଧୁନିକ ଲଣ୍ଡ୍ରି ଓ ଡ୍ରାଏ କ୍ଲିନିକ “ଟମ୍ବଲ ଡ୍ରାଏ” ଉଦଘାଟିତ ଅନୁଗୁଳ – ଅନୁଗୁଳ ସହର ଗାନ୍ଧୀମାର୍ଗରେ ସୋମବାର ଏକ ଅତ୍ଯାଧୁନିକ ଲଣ୍ଡ୍ରି ଓ ଡ୍ରାଏ କ୍ଲିନିକ ଉଦଘାଟିତ ହୋଇ ଯାଇଛି । ଟମ୍ବଲ ଡ୍ରାଏ ନାମକ ଏହି…