ଆଞ୍ଚଳିକବାଣିଜ୍ୟ ଜେଏସପିଏଲ ପକ୍ଷରୁ ଟ୍ରକ ଡ୍ରାଇଭରମାନଙ୍କ ପାଇଁ ପ୍ରାଥମିକ ଚକ୍ଷୁ ଚିକିତ୍ସା ସେବାର ଶୁଭାରମ୍ଭ Angul OnlineJanuary 25, 2021January 25, 2021 ଅନୁଗୁଳ – ଭାରତର ପ୍ରମୁଖ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡର (ଜେଏସପିଏଲ) ଅନୁଗୁଳ ସ୍ଥିତ ସମନ୍ଵିତ ଇସ୍ପାତ ପ୍ଳାଣ୍ଟ ପକ୍ଷରୁ ଟ୍ରକ ଚାଳକମାନଙ୍କ ପାଇଁ ପ୍ରାଥମିକ ଚକ୍ଷୁ ଚିକିତ୍ସା ସେବାର ଶୁଭାରମ୍ଭ କରାଯାଇଅଛି । ଏହାକୁ ଜେଏସପିଏଲ ଫାଉଣ୍ଡେସନର ଅଧ୍ୟକ୍ଷା ଶାଲୁ ଜିନ୍ଦଲଙ୍କ ଶୁଭାରମ୍ଭ କରିଛନ୍ତି । ଜାନୁଆରୀ ୧୮ ରୁ ଆରମ୍ଭ ହୋଇ ଏହି କାର୍ଯ୍ୟକ୍ରମ ଆଗାମୀ ଫେବୃଆରି ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଜାତୀୟ ସଡକ ସୁରକ୍ଷା ନିମନ୍ତେ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମର ଏହା ଏକ ଅଂଶ । ଏହି ନିଃଶୁଳ୍କ ଚକ୍ଷୁ ସେବା କେନ୍ଦ୍ରରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଡ୍ରାଇଭରମାନେ ତାଙ୍କର ଚକ୍ଷୁ ପରୀକ୍ଷା କରି ପାରିବା ସହ ସେମାନେ ଯେପରି ଆବଶ୍ୟକୀୟ ଔଷଧ ପାଇ ପାରିବେ ସେଥି ନିମନ୍ତେ ଜେଏସପିଏଲ ସାଇଟସେଭର୍ସ ଇଣ୍ଡିଆ, ଯାହାକି ଚକ୍ଷୁ ଚିକିତ୍ସା କ୍ଷେତ୍ରରେ ଏକ ପ୍ରମୁଖ ସେବା ପ୍ରଦାନକାରୀ ସଂସ୍ଥା ତାହା ସହ ଏକ ଚୁକ୍ତି ନାମା କରିଛି । କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଶାଲୁ ଜିନ୍ଦଲ ସାଇଟ ସେଭର୍ସ ଇଣ୍ଡିଆ ସଂସ୍ଥାକୁ ଧନ୍ୟବାଦ ପ୍ରଦାନ କରିବା ସହ ଏହି ପଦକ୍ଷେପ ମାଧ୍ୟମରେ ଲୋକେ ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି କହିଛନ୍ତି । ଜେଏସପିଏଲ ଡ୍ରାଇଭର ସାଥୀଙ୍କ ପାଇଁ ପ୍ରାରମ୍ଭିକ ଚକ୍ଷୁ ଚିକିତ୍ସା ସହ ରେଫରାଲ ଚକ୍ଷୁ ସେବା ପ୍ରଦାନ, ଚଷମା ଏବଂ ସଚେତନତା ସେବା ମଧ୍ୟ ପ୍ରଦାନ କରିବ ବୋଲି ସେ କହିଛନ୍ତି । Advertisement
ମାଇକ୍ରୋବାୟୋଲୋଜିଷ୍ଟଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ମାଇକ୍ରୋବାୟୋଲୋଜିଷ୍ଟ ପଦରେ ଥିବା ଡାକ୍ତର ସୁଶ୍ରୀ ଶାନ୍ତି ତ୍ରିପାଠୀଙ୍କ ଅନ୍ୟତ୍ର ବଦଳି ହୋଇଛି । ସେ ଏନ୍.ସି.ଡି.ସି. (NCDC), ନୂଆଦିଲ୍ଲୀରେ…
ଟ୍ରକ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା – ଜଣେ ମୃତ ପାଲଲହଡ଼ା – ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ଖେମଳା ଛକ ନିକଟରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା । ଏକ ଟ୍ରାକ୍ଟରକୁ ଟ୍ରକ ଧକ୍କା ଦେବା…
ମା ବାସନ୍ତୀଙ୍କ ଆଶିଷ ଲାଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଅନୁଗୁଳ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଅନୁଗୁଳ ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଦିନ ତମାମ ତାଳଚେରରେ ବିଭିନ୍ନ କାର୍ଯ୍ୟକ୍ରମରେ…