ଖେଳ ଓ ଖେଳାଳି କଦମ ପଡିଆରେ ହେବ ଜାତୀୟ ସ୍ତରୀୟ କ୍ରିକେଟ ଏକାଡେମୀ Angul OnlineJuly 8, 2021July 8, 2021 ଅନୁଗୁଳ – ଅନୁଗୁଳରେ ଜାତୀୟ ସ୍ତରୀୟ କ୍ରିକେଟ ଏକାଡେମୀ ପାଇଁ ଓଡିଶା କ୍ରିକେଟ ଆସୋସିଏସନର କର୍ମକର୍ତା ମାନେ କଦମ ପଡିଆ ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନ ସମୟରେ କଦମ ପଡିଆର ଉନ୍ନତିକରଣ ସହ ନୂତନ ଭିତିପ୍ରସ୍ଥର ସ୍ଥାପନା ପାଇଁ ସବିଶେଷ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶା କ୍ରିକେଟ ଆସୋସିଏସନର ଉପସଭାପତି ଶ୍ରୀଯୁକ୍ତ ଅକ୍ଷୟ କୁମାର ସାମନ୍ତ , ଗ୍ରାଉଣ୍ଡ କମିଟିର ଚେୟାରମ୍ୟାନ ଶ୍ରୀଯୁକ୍ତ ଧିରେନ ପଳେଇ , କମିଟିର ସଦସ୍ୟ ଡାନିଏଲ ରାଉତ , ଦେବାଶିଷ ପଢି , ପିଚ କ୍ୟୁରେଟର ହୃଷିକେଶ ସିଂ, ଇଞ୍ଜିନିଅର କମିଟି ଇଞ୍ଜିନିଅର କରିଏସ ଇଣ୍ଡିଆର ଆଲୋକ କୁମାର ଓ ଏହା ସହ ଅନୁଗୁଳ ଜ଼ିଲ୍ଲାର ଜ଼ିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ଉପସ୍ଥିତ ରହି କାର୍ଯ୍ୟ ର ସମୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଗୁଳ ଜ଼ିଲ୍ଲା କ୍ରିକେଟ ସାଂସଦର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ , ସମ୍ପାଦକ ସାଗର ମିଶ୍ର, ସହ ସମ୍ପାଦକ ଗଙ୍ଗାଧର ପଟନାୟକ ଓ ସତେନ୍ଦ୍ର ପ୍ରଧାନ, ଉପସଭାପତି ପ୍ରଭାତ ସିହ୍ନା ଓ ଅରୁଣ ପଶୁପାଳକ, କୋଷାଧ୍ୟକ୍ଷ ଶ୍ରୀ ରଞ୍ଜନ କୁମାର ଧୀରସାମନ୍ତ , ଓଡିଶା କ୍ରିକେଟ ଆଶୋସିଏସନର ପ୍ୟାନେଲ ଆମ୍ପାୟାର ଜୟ କୃଷ୍ଣ ରାଉତ ସହ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । Advertisement
ହାଣ୍ଡିଗୋଡା ଠାରେ ଏକଦିବସୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ହାଣ୍ଡିଗୋଡାଠାରେ ଆଦର୍ଶ ଗ୍ରାମିଣ ଯୁବ ମଣ୍ଡଳ ଆନୁକୁଲ୍ଯରେ ଏକଦିବସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି ।…
ପାଲଲହଡ଼ା ଦଳ ଆନ୍ତଃବିଦ୍ୟାଳୟ ଫୁଟବଲ ବିଜେତା ଅନୁଗୁଳ – ଅନୁଗୁଳ ଷ୍ଟାଡିୟମ୍ରେ ଚାଲିଥିବା ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ୍ ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବାଜି ମାରିଛି ପାଳଲହଡ଼ା ଦଳ । ଗତକାଲି ବାଳିକା ବିଭାଗ…
ଏକଦିବସୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଟାଙ୍ଗିରି ଗ୍ରାମରେ ଏକଦିବସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି । ରମେଶ ମେମୋରିଆଲ ନାମରେ ଅନୁଷ୍ଠିତ…