ମୁଖ୍ୟ ଖବର କେନାଲରେ ଭାସିଗଲେ ବୋଲବମ ଭକ୍ତ Angul OnlineAugust 1, 2022August 1, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳର ଜଣେ ବୋଲବମ ଭକ୍ତ ପାଣି ଉଠାଇବାକୁ ଯାଇଥିବା ବେଳେ ପାଣିରେ ଭାସି ଯାଇ ନିଖୋଜ ଅଛନ୍ତି । ଯୁବକ ଜଣକ ହେଲେ ତାଳଚେର ବାଘୁଆବୋଲଅଞ୍ଚଳର ସମ୍ଭୁ ବାରିକଙ୍କ ବଡପୁଅ ଶ୍ୟାମ ସୁନ୍ଦର ବାରିକ ବୋଲି ଜଣା ପଡିଛି । ଆଜି ଭୋର ସମୟରେ ପରଜଙ୍ଗ ଥାନା ଅନ୍ତର୍ଗତ କୁଆଳୁ ଅଷ୍ଟସମ୍ବୁ ମନ୍ଦିରକୁ ପାଣି ଢାଳିବା ପାଇଁ ସଙ୍ଗସାଥୀଙ୍କ ସହିତ ନିକଟସ୍ଥ କେନାଲରେ ଗାଧୋଇବା ସମୟରେ ଗୋଡ ଖସି ଯିବାରୁ କେନାଲ ପାଣି ସ୍ରୋତରେ ଭାସିଯାଇଥିଲେ । ଘଟଣା ଜଣା ପଡିବା ପରେ ବାଘୁଆବୋଲ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଘଟଣାସ୍ଥଳରେ ପରିବାର ଲୋକେ ଓ ଅଗ୍ନିଶମ ବିଭାଗ ପହଞ୍ଚି ବହୁ ଖୋଜାଖୋଜି ସତ୍ୱେ ଏପର୍ଯ୍ୟନ୍ତ ଶ୍ୟାମ ସୁନ୍ଦରଙ୍କ କୌଣସି ସନ୍ଧାନ ମିଳିପାରି ନଥିଲା । Advertisement
ଡ୍ରେନରୁ ମୃତଦେହ ଉଦ୍ଧାର – ନୁଆଁ ବର୍ଷ ପାଳନ କରି ଫେରିବା ବେଳେ ଅଘଟଣ ଅନୁଗୁଳ – ଡ୍ରେନରେ ପଡି ଜୀବନ ଗଲା । ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମର ହରିଜନ ସାହିରେ ନବ ବର୍ଷ ପାଳନ ବେଳେ ଡ୍ରେନରେ…
ବାଲିରେ ପୋତି ହୋଇ ଦୁଇ ଶିଶୁ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ବାଲିଆମ୍ବ ଗାଁରେ ଅଘଟଣ । ବାଲିରେ ପୋତି ହୋଇ ଦୁଇ ଶିଶୁ ମୃତ । ମୃତ ଦୁଇ ଶିଶୁ…
ହିଙ୍ଗୁଳା ମନ୍ଦିରର ବିକାଶ ପାଇଁ ଏମ୍ସିଏଲ୍ର ୯.୩୨ କୋଟି ମଞ୍ଜୁର ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ମନ୍ଦିରର ନିର୍ମାଣ କାର୍ଯ୍ୟ ପାଇଁ ମହାନଦୀ କୋଲଫିଲ୍ଡ ଲିମିଟେଡ(ଏମସିଏଲ) ବୋର୍ଡର ସିଏସଆର୍ ପାଣ୍ଠିରୁ ୯.୩୨ କୋଟି…