ଅପରାଧ ନାବାଳିକା ଅପହରଣ , ଦୁଷ୍କର୍ମ ପରେ ବିକ୍ରି ଉଦ୍ୟମ – ଯୁବକ ଗିରଫ Angul OnlineMarch 2, 2023March 2, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ , ବଅଁରପାଳ ଥାନା ଅଞ୍ଚଳର ଜଣେ ୧୭ ବର୍ଷର ନାବାଳିକାଙ୍କ ନିକଟକୁ ୨୦ ଦିନ ତଳେ ଏକ ଅଜଣା ନମ୍ବରରୁ ଫୋନ୍ କଲ ଆସିଥିଲା । ଜଣେ ଯୁବକ ଏହି ଫୋନ୍ କରିଥିଲେ । ଯୁବକ ତାଙ୍କ ସହ ପ୍ରେମସମ୍ପର୍କ ସ୍ଥାପନକରି ବିବାହର ପ୍ରତିଶ୍ରୁତି ଦେଇ ଗତ ୨୦ ତାରିଖରେ ତାଙ୍କ ଘର ପାଖରୁ ଯୋଜନାବଦ୍ଧ ଭାବେ ଅପହରଣ କରିଥିଲେ । ଏ ନେଇ ନାବାଳିକାଙ୍କ ପରିବାର ତରଫରୁ ନାବାଳିକା ନିଖୋଜ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଏକ ନିଖୋଜ ମାମଲା ରୁଜୁ କରିଥିଲା । ତେବେ ଯୁବକ ଜଣଙ୍କ ନାବାଳିକାଙ୍କୁ ଆନ୍ଧ୍ରପ୍ରଦେଶର ନେଲୋରେ ନେଇ ନାବାଳିକାଙ୍କୁ ରଖି ଦୁଷ୍କର୍ମ କରିଥିଲା। ପରେ ନାବାଳିକାଙ୍କୁ ବିକି ଦେବାର ଯୋଜନା କରିଥିଲା । ନାବାଳିକା କୌଣସି ପ୍ରକାରେ ଯୁବକଙ୍କ କବଳରୁ ନିଜକୁ ଉଦ୍ଧାର କରି ନେଲୋର ପୁଲିସର ଦ୍ବାରସ୍ଥ ହୋଇଥିଲେ । ଏହାପରେ ନେଲୋର ପୁଲିସ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ବଅଁରପାଳ ପୁଲିସକୁ ଖବର ଦେଇଥିଲା । ବଅଁରପାଳ ପୁଲିସ ନେଲୋରରୁ ନାବାଳିକାଙ୍କୁ ଉଦ୍ଧାରକରି ଗିରଫ ଯୁବକଙ୍କୁ ଆଣିଥିଲା । ଏହି ଯୁବକ ହେଲେ କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ଚକମୁଣ୍ଡା ଗାଁର ସନ୍ତୋଷ ପ୍ରଧାନ ବୋଲି ଜଣା ପଡ଼ିଛି । Advertisement
ଦେହ ବ୍ୟବସାୟ ସନ୍ଦେହରେ ପୁଲିସର ଚଢ଼ାଉ – ୨ ଅଟକ ଅନୁଗୁଳ – ଅନୁଗୁଳ ଥାନା ଅନ୍ତର୍ଗତ ତୁରଙ୍ଗ ଅଞ୍ଚଳରେ ଥିବା ଇନ୍ଦ୍ରହରି ନଗର ପୋଖରୀ ନିକଟରେ ଥିବା ଏକ ଭଡ଼ା ଘରେ ଦୀର୍ଘ ଦିନ ହେବ ଦେହ…
ନିର୍ବାଚନ ପୂର୍ବରୁ ହିଂସା – ପୌରଧ୍ୟକ୍ଷ ପ୍ରାର୍ଥୀଙ୍କୁ ଆକ୍ରମଣ ଅଭିଯୋଗ adv ଅନୁଗୁଳ – ନିର୍ବାଚନର ଠିକ ପୂର୍ବ ଦିନରେ ଅନୁଗୁଳ ପୌରାଞ୍ଚଳରେ ନିର୍ବାଚନୀ ହିଂସା ଦେଖା ଦେଇଛି । ସୂଚନା ଅନୁସାରେ , ଅନୁଗୁଳ ଶିମିଳିପଡ଼ାର ସ୍ଵାଧିନ…
ଫାଇନାନ୍ସ କର୍ମଚାରୀଙ୍କ ଠାରୁ ୧୮ ଲକ୍ଷ ୬୦ ହଜାର ଟଙ୍କା ଲୁଟି ନେଲେ ସାଇବର ଠକ ଅନୁଗୋଳ – ସାଇବର ଠକଙ୍କୁ ନେଇ ପୁଲିସ ଯେତେ ସଚେତନ କଲେବି ଲୋକ ସଚେତନ ହେଉ ନାହାନ୍ତି । ଫଳରେ ଲକ୍ଷାଧିକ ଟଙ୍କା ଠକେଇର ଶିକାର…