ଆମ ପର୍ଯ୍ୟଟନ ସ୍ଥଳୀମୁଖ୍ୟ ଖବର ମା ହିଙ୍ଗୁଳାଙ୍କ ଜନ୍ତାଳ ଯାତ୍ରା ଅନୁଷ୍ଠିତ Angul OnlineApril 6, 2022April 6, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଜନ୍ତାଳ ପର୍ବ ଆଜି ରୀତି ନୀତି ଅନୁସାରେ ପାଳିତ ହୋଇଛି । ଏ ଅବସରରେ ଆଜି ଦେହୁରୀଙ୍କ ଘରୁ ମା’ ହିଙ୍ଗୁଳାଙ୍କ ଚଳନ୍ତି ପ୍ରତିମା ଆଲମକୁ କୁଟେଇଶୁଣି ମଣ୍ଡପକୁ ଅଣାଯାଇଥିଲା । ସେଠାରେ ମୁଖ୍ୟ ପୂଜକ ମା’ଙ୍କ ଚଳନ୍ତି ପ୍ରତିମାକୁ ପୂଜା କରିଥିଲେ । ଏହା ପରେ ଡାକୁଆମାନେ ପତିଆରଙ୍କୁ ନିମନ୍ତ୍ରଣ କରିବାକୁ ତାଙ୍କ ଘରକୁ ଯାଇଥିଲେ । ସେଠାରେ ତାଙ୍କୁ ତିନି ଡାକ ଦେଇ ଡକା ଯିବା ପରେ ସେ ଘରୁ ବାହାରି ପାଖ ପୋଖରୀରେ ସ୍ନାନ କରିଥିଲେ । ପରେ ସେ କୁଟେଇଶୁଣି ମଣ୍ଡପକୁ ଯାଇଥିଲେ । ସେଠାରେ ମୁଖ୍ୟ ଦେହୁରୀ ତାଙ୍କୁ ରାଜାଙ୍କ ପ୍ରଦତ୍ତ ନୂତନ ବସ୍ତ୍ର ପ୍ରଦାନ କରିଥିଲେ । ରାଜବସ୍ତ୍ର ପରିଧାନ କରିସାରିଲା ପରେ ତାଙ୍କୁ ଦେବୀ ରୂପରେ ଷୋଡ଼ଶୋପଚାର ବିଧି ଅନୁଯାୟୀ ଝୁଣା, ଧୂପ ଦେଇ ପୂଜା କରାଯାଇଥିଲା । ଏହି ପୂଜାରେ ମା’ ହିଙ୍ଗୁଳାଙ୍କ ମୁଖ୍ୟ ପୂଜକ ହୃଦାନନ୍ଦ ଦେହୁରୀ, କିଶୋର ଚନ୍ଦ୍ର ଦେହୁରୀ ଓ ଟଙ୍କଧର ଦେହୁରୀ ସହଯୋଗ କରିଥିଲେ । ତାଳଚେର ରାଜାଙ୍କ ପ୍ରତିନିଧି ରାଜେନ୍ଦ୍ର କୁମାର ସିଂହ, ଟ୍ରଷ୍ଟ ବୋର୍ଡ ସଦସ୍ୟ ଜଗନ୍ ମୋହନ ଗଡନାୟକ, ଦିଲେଶ୍ୱର ସାମଲ, କିଶୋର ମହାନ୍ତି, ବାୟା ବାରିକ, ଟିହୁଙ୍କୁଳି ବାରିକଙ୍କ ସମେତ ମା ହିଙ୍ଗୁଳାଙ୍କ ସେବାୟତଙ୍କ ସହଯୋଗରେ ପୂଜା କାର୍ଯ୍ୟ ସୁରୁଖୁରୁରେ ସମ୍ପାଦିତ ହୋଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ ମା ହିଙ୍ଗୁଳାଙ୍କ ପ୍ରସିଦ୍ଧ ବାର୍ଷିକ ଯାତ୍ରା ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । Advertisement
ସାତକୋଶିଆରେ କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ପର୍ଯ୍ୟଟକଙ୍କ ଉପରେ କଟକଣା ଅନୁଗୁଳ – ସାତକୋଶିଆରେ କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ପର୍ଯ୍ୟଟକଙ୍କ ଉପରେ କଟକଣା କରାଯାଇଛି । କୁମ୍ଭୀର ଗଣନା ପାଇଁ ୫ତାରିଖ ଅପରାହ୍ନରୁ ୯ ତାରିଖ…
କୋଇଲା ନଗରୀ ନେବ ନୂଆଁ ରୂପ ଅନୁଗୁଳ – କଳାହିରାର ସହର ତାଳଚେର ସହର ରୂପ ବଦଳିବ । ତାଳଚେରରେ ବିଭିନ୍ନ ଆଖି ଝଲସିବା ବଳି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ । ତାଳଚେର ଷ୍ଟାଡିୟମ…
ହିଙ୍ଗୁଳା ମନ୍ଦିରର ବିକାଶ ପାଇଁ ଏମ୍ସିଏଲ୍ର ୯.୩୨ କୋଟି ମଞ୍ଜୁର ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ମନ୍ଦିରର ନିର୍ମାଣ କାର୍ଯ୍ୟ ପାଇଁ ମହାନଦୀ କୋଲଫିଲ୍ଡ ଲିମିଟେଡ(ଏମସିଏଲ) ବୋର୍ଡର ସିଏସଆର୍ ପାଣ୍ଠିରୁ ୯.୩୨ କୋଟି…