ମନୋରଞ୍ଜନ ଅନୁଗୁଳ ମହୋତ୍ସବ – ତିନି ଦିନ ଧରି ଝୁମିବେ ଅନୁଗୁଳବାସୀ Angul OnlineApril 6, 2022April 6, 2022 ଅନୁଗୁଳ – ତିନି ଦିନର ମହୋତ୍ସବରେ ଚଳଚଞ୍ଚଳ ହୋଇ ଉଠିବ ଅନୁଗୁଳ ସହର । ୮ ତାରିଖ ଉଦଘାଟନୀ ସନ୍ଧ୍ୟାରେ ବଲିଉଡର ସୁନାମଧନ୍ୟ କଣ୍ଠଶିଳ୍ପୀ ଷ୍ଟେବିନ ବେନ ମୁଖ୍ୟ ଆକର୍ଷଣ ପାଲଟିବେ । ଓଲିଉଡ୍ କଣ୍ଠଶିଳ୍ପୀ ନାଭ୍ୟାଜ୍ୟୋତି , କମେଡିଆନ୍ ନନସେନ୍ସ ମଣି ସେହି ସନ୍ଧ୍ୟାରେ ଆସୁଥିବା ବେଳେ ଅମ୍ରିତା ମଞ୍ଚ ପରିଚାଳନା କରିବେ । ଦ୍ଵିତୀୟ ସନ୍ଧ୍ୟାରେ ବଲିଉଡ୍ କଣ୍ଠଶିଳ୍ପୀ ସଚେତ-ପରମ୍ପରା ଯୋଡ଼ି , ଓଲିଉଡ କଣ୍ଠଶିଳ୍ପୀ ଆଶୁତୋଷ ମହାନ୍ତି , କମେଡିଆନ୍ ରୋହିତ ଆସୁଥିବା ବେଳେ ମଞ୍ଚ ପରିଚାଳନା କରିବେ ମୁନ୍ମୁନ୍ ସିଂ । ସେହିପରି ଦ୍ଵିତୀୟ ସନ୍ଧ୍ୟାରେ ଇଣ୍ଡିଆନ ଆଇଡଲ ଫେମ ସନମୁଖ ପ୍ରିୟା , ଓଲିଉଡ କଣ୍ଠଶିଳ୍ପୀ ତଥା ସଙ୍ଗୀତକାର ଅଭିଳିତ ମଜୁମଦାର ଆକର୍ଷଣ ସାଯିବେ । ଅନ୍ତିମ ସନ୍ଧ୍ୟାରେ ଓଡ଼ିଆ ରାପର ବିଗ୍ ଡିଲ୍ଙ୍କ ଜଲୱା ମଧ୍ୟ ଦେଖିବାକୁ ମିଳିବ । ମାନସୀ ଇଦ୍ଯାପନା ସନ୍ଧ୍ୟାରେ ମଞ୍ଚ ପର୍ବାଚାଳନା କରିବେ । ଏହି ସିନେ ତାରକାଙ୍କ ସହିତ ଅନୁଗୁଳର ଲୋକକଳା , ରାଜ୍ୟ ଓ ରାଜ୍ୟ ବାହାରର ନୃତ୍ୟଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । ଅନୁଗୁଳ ହାଇସ୍କୁଲ ପଡ଼ିଆରେ ୫ ଦିନ ଧରି ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହେବ । Advertisement
କବିତା ଆସର ଅନୁଷ୍ଠିତ ଅନୁଗୁଳ – ଗତ ତା ୨୧. ୦୮. ୨୦୨୪ ରିଖ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଗାନ୍ଧିମାର୍ଗ, ଅନୁଗୁଳଠାରେ ଏକ ମନୋଜ୍ଞ ପରିବେଶ ମଧ୍ୟରେ…
ଶିଶୁ କିଶୋର କବିତା ସଂକଳନ ପୁସ୍ତକ ଉନ୍ମୋଚିତ ଅନୁଗୁଳ – ମହାବିଷୁବ ସଂକ୍ରାନ୍ତି ଅବସରରେ ଅନୁଗୁଳ ଜିଲ୍ଲା ସାହିତ୍ୟ ସଂସଦ ପକ୍ଷରୁ ବିଷୁବ ମିଳନ ଉତ୍ସବ ସ୍ଥାନୀୟ ରୋଟାରୀ ପବ୍ଲିକ ସ୍କୁଲ ଠାରେ ପାଳନ ହୋଇଯାଇଛି…
ଅନୁଗୁଳରେ ଅକ୍ଷୟ ଶ୍ରାଦ୍ଧ ସନ୍ଧ୍ୟା ଅନୁଗୁଳ – ଓଡ଼ିଶାର ଜନମାନସରେ ଏକ ପ୍ରଭାବଶାଳୀ ପ୍ରତିଭା ଭାବେ ରହିଆସିଛନ୍ତି ଓଡ଼ିଆ ଗୀତ, ସଙ୍ଗୀତର ଅପ୍ରତିଦ୍ବନ୍ଦ୍ବୀ ଚେହେରା ସ୍ବର୍ଗତଃ ଅକ୍ଷୟ ମହାନ୍ତି। କେବଳ ଗୀତ ଓ…