ଖେଳ ଓ ଖେଳାଳି କବାଡି ଟୁର୍ଣ୍ଣାମେଣ୍ଟରେ ଉଦଯାପିତ – କୁରୁମିଠା ଚମ୍ପିୟାନ Angul OnlineOctober 17, 2021October 17, 2021 ବଅଁରପାଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅରାହାଟ ଖେଳ ପଡ଼ିଆ ଠାରେ ପଞ୍ଚୁନାଥ ମେମୋରିଆଲ କବାଡି ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଉତ୍ସବରେ ଓଡିଶା ବିଧାନସଭାର ଉପ-ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଏମ୍ସିଏଲ, କୁରୁମିଠା, ଥର୍ମାଲ, କିଶୋରିପାଳ ଆଦି ଦଳ ଯୋଗ ଦେଇଥିବା ବେଳ ଥର୍ମାଲ ଓ କୁରୁମିଠା ଦଳ ଫାଇନାଲକୁ ଉତିର୍ଣ୍ଣ ହୋଇଥିଲେ । ଫାଇନାଲ୍ ମ୍ୟାଚ ଉଭୟଙ୍କ ମଧ୍ୟରେ ଜୋରଦାର ଟକ୍କର ହୋଇଥିଲା । ପରିଶେଷରେ କୁରୁମିଠା ଦଳ ଚମ୍ପିୟାନ ହୋଇଥିଲେ । ପୁରସ୍କାର ବିତରଣ ଉତ୍ସବରେ ସମ୍ମାନିତ ଅତିଥି ଭାବେ ବଅଁରପାଳ ବ୍ଲକ ବିଜେଡି ସଭାପତି ବିଜୟ କୁମାର ନାଥ, ଯୁବ ନେତା ଅରୁଣାଭ ସିଂହ, ୨୮ ଜିଲ୍ଲା ପରିଷଦ ଯୋନ ବିଜେଡି ପର୍ଯ୍ୟବେକ୍ଷକ ସୁବାଷ ଚନ୍ଦ୍ର ପଟ୍ଟନାୟକ ଯୋଗଦେଇଥିଲେ । Advertisement
ପୁରୁଷ ହକି ବିଶ୍ୱକପ ଟ୍ରଫିକୁ ଭବ୍ୟ ସ୍ୱାଗତ ଅନୁଗୁଳ – ହକି ବିଶ୍ୱକପର ୧୫ତମ ସଂସ୍କରଣ ୧୩ରୁ ୨୯ ଜାନୁୟାରୀ ପର୍ଯ୍ୟନ୍ତ ଏହା ଓଡିଶାରେ ଖେଳାଯିବ । ଭୁବନେଶ୍ୱର ଓ ରାଉରକେଲାରେ ଏଥିନେଇ ସମସ୍ତ ପ୍ରସ୍ତୁତି…
ରାଜ୍ୟସ୍ତରୀୟ ଖୋଖୋ ଚାମ୍ପିଅନସିପ ଆରମ୍ଭ ଅନୁଗୁଳ – ଅନୁଗୁଳ ଜିଲ୍ଲା ଷ୍ଟାଡିୟମଠାରେ ୫୪ତମ ରାଜ୍ୟ ସ୍ତରୀୟ ଖୋଖୋ(ବରିଷ୍ଠ) ଚାମ୍ପିଅନସିପ ସୋମବାର ଅପରାହ୍ନରେ ଉଦ୍ଘାଟିତ ହୋଇଯାଇଛି । ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା…
ହକି ବିଶ୍ୱକପ ପ୍ରସାର ପାଇଁ ଜିଲ୍ଲା ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ – ତାଳଚେର ବିଜୟୀ ଅନୁଗୁଳ – ହକି ପୁରୁଷ ବିଶ୍ୱକପ ୨୦୧୩ ର ପ୍ରଚାର ପ୍ରସାର ସହ ଅନ୍ୟ ଖେଳର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ନିର୍ଦେଶରେ ଜିଲ୍ଲା ପ୍ରଶାସନ ପକ୍ଷରୁ…