ସମସ୍ୟା ଶିକ୍ଷକ ଅଭାବ – ସ୍କୁଲରେ ପଡିଲା ତାଲା , ରାସ୍ତା ଅବରୋଧ Angul OnlineMarch 7, 2022March 7, 2022 ଅନୁଗୁଳ – ଅନୁଗୁଳ ବ୍ଲକ ପୋକତୁଙ୍ଗା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ଅଭିଭାବକମାନେ ସୋମବାର ଦିନ ବିଦ୍ୟାଳୟ ଫାଟକରେ ତାଲା ପକାଇବା ସହ ବନ୍ତଳା-ଟିକରପଡା ରାସ୍ତା ଅବରୋଧ କରିଥିଲେ । ଏହା ଫଳରେ ଉଭୟ ପାର୍ଶ୍ଵରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ସୂଚନା ଅନୁସାରେ ବନ୍ତଳା ଥାନା ପୋକତୁଙ୍ଗା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ମଧ୍ୟରେ ମୋଟ ୨୧୫ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ସେହି ଅନୁସାରେ ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି । ଗତ ଅକ୍ଟୋବର ମାସରେ ୩୦ ତାରିଖରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଦୀପ ପ୍ରଧାନଙ୍କ ସହ ଅନ୍ୟ ସଦସ୍ୟମାନେ ବ୍ଲକ ଶିକ୍ଷାଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ । ବିଦ୍ୟାଳୟକୁ ଆଉ ୪ଜଣ ଶିକ୍ଷକ ଆବଶ୍ୟକତା ନେଇ ଜଣାଇବା ପରେ ଏପର୍ଯ୍ୟନ୍ତ ଶିକ୍ଷକ ନିଯୁକ୍ତି କରାଯାଇନାହିଁ । ଫଳରେ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ସେମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇବା ସହ ରାସ୍ତା ଅବରୋଧ କରିଥିଲେ । Advertisement
ନିଅଣ୍ଟିଆ ସାର – ରାତି ୧ ରୁ ଧାଡି ଲମ୍ବାଇଲେ ଚାଷୀ ଅନୁଗୁଳ – ସାର ସମସ୍ୟା ଚାଷୀଙ୍କ ପିଛା ଛାଡ଼ୁନି । ସାରର ଅଭାବ ଯୋଗୁଁ ଚାଷ କାମରେ ପଛେଇ ଯାଇଛି ଚାଷୀ । ମୁଖ୍ୟତଃ ଏହି ସମୟରେ…
କୋଶଳା ଆନ୍ଦୋଳନ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଭେଟିଲେ ବ୍ରଜ ଓ ରଜନୀ ଅନୁଗୁଳ – ଗତ ୬ ତାରିଖ ଠାରୁ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଶଳା ଗ୍ରାମରେ ଉପୁଜିଥିବା ବିଭିନ୍ନ ସମସ୍ୟାକୁ ନେଇ ସ୍ଥାନୀୟ ବାସିନ୍ଦା ଗଣ ଧାରଣାରେ…
ପାଣି ଯୋଗାଣ ଦାବିରେ ଆନ୍ଦୋଳନ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତୁରଙ୍ଗ ଗ୍ରାମ ପଞ୍ଚାୟତବାସୀ ୫ ଦିନ ହେଲା ପାଣି ପାଇଁ ଦହଗଞ୍ଜ ହେଉଛନ୍ତି । ପାଇପ୍ ଲାଇନରେ…