ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ପୁରୁଣା ଜରାସିଂହା ଗ୍ରାମରେ ଆଜି(ଶନିବାର) ଦ୍ବିପ୍ରହର ବେଳା ଭଡାଟିଆଙ୍କ ମାଡରେ ଘର ମାଲିକାଣୀ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲେ । ଗୁରୁତର ଜଣଙ୍କ ହେଲେ ପୁରୁଣା ଜରାସିଂହା ଗ୍ରାମର ଫକୀର ସାହୁ ଙ୍କ ସ୍ତ୍ରୀ ମେଘିନି ସାହୁ ବୋଲି ଜଣା ପଡିଛି ।
ସୂଚନା ଅନୁସାରେ, ପୁରୁଣା ଜରାସିଂହା ଗ୍ରାମର ଫକୀର ସାହୁଙ୍କ ଘର ଭଡାରେ ଦିଅନ୍ତି । ଦୁଇ ବର୍ଷ ହେଲା ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ଜଣେ ଦମ୍ପତ୍ତିଙ୍କୁ ସେ ଭଡାରେ ଘର ଦେଇଥିଲେ । ଘର ଭଡା ବାବଦକୁ ୪୦୦୦ ଟଙ୍କା ଏବଂ ଇଲେଟ୍ରିକ୍ ବିଲ ଓ ପାଣି ବିଲ ବାବଦକୁ ୫୦୦ ଟଙ୍କା ହିସାବରେ ଭଦ୍ରକ ଅଞ୍ଚଳର ଅଶୋକ ସାହୁଙ୍କୁ ଭଡା ଦିଆ ଯାଇଥିଲା । ଅଶୋକ ତାଙ୍କ ସ୍ତ୍ରୀ ଏବଂ ପିଲା ସହ ଭଡାରେ ରହୁଥିଲେ । ଘର ଭଡାରେ ରହିବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଇଲେଟ୍ରିକ୍ ବିଲ ଓ ପାଣି ବିଲ ବାବଦକୁ ୫୦୦ ଟଙ୍କା ଦେଉନଥିଲେ । କିନ୍ତୁ ଘର ଭଡା ୪୦୦୦ ହଜାର ଟଙ୍କା କିଛି ମାସ ଦେବା ପରେ ଆଜିକୁ ୪ ମାସରୁ ଅଧିକ ହେବ ଘର ଭଡା ଦେଉନଥିଲେ ଅଶୋକ । ଭଡା ମାଗିଲେ ଆଜି ଦେବି କାଲି ଦେବି କହୁଥିଲେ । ଆଜି ଦ୍ବିପ୍ରହର ବେଳା ଘରେ ଫକୀର ସାହୁ ନଥିବା ସୁଯୋଗ ନେଇ ଅଶୋକ ଏକ ଗାଡି ଡାକି ସମସ୍ତ ଜିନିଷ ପତ୍ର ନେଇ ପଳାଇବା ବେଳେ ମେଘିନି ଅଟକାଇ ବାକୁ ଚେଷ୍ଟା କରିଥିଲେ । କିନ୍ତୁ ଅଶୋକ ଏବଂ ତାଙ୍କ ସ୍ତ୍ରୀ ମେଘିନିଙ୍କୁ ଏକା ଦେଖି ମାଡ଼ ମାରି ଜିନିଷ ପତ୍ର ନେଇ ପଳାଇ ଥିଲେ । ମେଘିନି ଗୁରୁତର ହୋଇ ପଡି ଯାଇଥିଲେ । ମେଘିନିଙ୍କ ପଡ଼ିଶା ଲୋକ ଗୁରୁତର ଭାବେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ। ଏ ଘଟଣା ବାବଦରେ ମେଘିନି ସଦର ଥାନାର ଦ୍ୱାରସ୍ଥ ହୋଇଥିବା ଜଣା ପଡିଛି। ଏ ଘଟଣା ବିଷୟରେ ସଦର ଥାନା ଅଧିକାରୀ ଙ୍କ ସହ ଯୋଗ ଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ହୋଇ ପାରି ନଥିଲା ।