ସମସ୍ୟା ବିଜ୍ଞାନ ଶିକ୍ଷକଙ୍କ ବଦଳି ବାତିଲ ଦାବିରେ ବିଦ୍ୟାଳୟରେ ତାଲା Angul OnlineOctober 15, 2022October 15, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଗଡମଣ୍ଡଳ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଦୁର୍ଗା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଦଳିକୁ ନେଇ ବିଦ୍ୟାଳୟର ଅଭିଭାବକ ମାନେ କ୍ଷୋଭ ପ୍ରକାଶ କରିବା ସହିତ ବଦଳିକୁ ବାତିଲ ଦାବିରେ ଶନିବାର ବିଦ୍ୟାଳୟର ଛାତ୍ରୀଛାତ୍ର ଓ ଅଭିବାବକ ମାନେ ବିଦ୍ୟାଳୟର ମୁଖ୍ୟା ଦ୍ବାରରେ ତାଲା ପକାଇବା ସହିତ ଧାରଣାରେ ବସିରହିଥିଲେ । ସୂଚନା ଅନୁସାରେ ଗଡମଣ୍ଡଳ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ୧୫ ବର୍ଷ ହେବ ବିଜ୍ଞାନ ଶିକ୍ଷକ ପଦବୀ ଖାଲି ପଡିଥିଲା ।ଏନେଇ ଦୀର୍ଘଦିନ ହେବ ଅଭିବାବକ ମାନେ ଦାବୀ କରିବା ପରେ ଦୁର୍ଗା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜ୍ଞାନ ଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଥିଲା । ନିଯୁକ୍ତିର ୧୮ ଦିନ ନପୁରୁଣୁ ଅନୁଗୋଳ ଜିଲ୍ଲା ଶିକ୍ଷାଧିକାରୀଙ୍କ ପତ୍ର ନମ୍ବର ୧୧୪୯/୨୨ରେ ଉକ୍ତ ବିଜ୍ଞାନ ଶିକ୍ଷକଙ୍କୁ କଣିହାଁ ବ୍ଲକ ସଂସାମରା ଉଚ୍ଚ ବିଦ୍ୟାଳୟକୁ ବଦଳି କରାଯାଇଛି । ତେବେ ସେହି ସ୍ଥାନରେ ପ୍ରଶାସନ ପକ୍ଷରୁ କୈାଣସି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇ ନାହିଁ ।ଫଳରେ ବିଜ୍ଞାନ ଶିକ୍ଷକଙ୍କ ବଦଳିକୁ ନେଇ ଶୁକ୍ରବାର ଦିନ ସ୍କୁଲ୍ ପରିଚାଳନା କମିଟର ସଭାପତି ପାଣ୍ଡବ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅଭିଭାବକ ଏବଂ ସ୍ଥାନୀୟ ବୁଦ୍ଧିଜୀବୀ ମାନଙ୍କୁ ନେଇ ଏକ ବୈଠକ କରାଯିବା ସହିତ ତୁରନ୍ତ ଶିକ୍ଷକଙ୍କ ବଦଳି ବାତିଲ ଦାବି ନେଇ ଶନିବାର ଅଭିଭାବକ ଓ ଛାତ୍ରୀଛାତ୍ର ମାନେ ବିଦ୍ୟାଳୟ ସମ୍ମୁଖରେ ତାଲା ଧାରଣା ଦେଇଥିଲେ । ଖବରପାଇ ଛେଣ୍ଡିପଦା ବ୍ଲକ ସହାକରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଗଡନାୟକ , ବ୍ଲକ ଉପାଧକ୍ଷା ସୁମିତ୍ରା ସାହୁ ,ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଧାରଣାରତ ଅଭିବାବକ ମାନଙ୍କ ସହିତ ଆଲୋଚନା କରିବା ସହିତ ଡେପୁଟେସନରେ ବିଜ୍ଞାନ ଶିକ୍ଷକ ବିକାଶ କୁମାର ସାହୁଙ୍କୁ ନିଯୁକ୍ତି କରାଯାଇଛି । ଏଥି ସହିତ ତାଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ସହିତ ଆଗାମୀ ଦିନରେ ବିଦ୍ୟାଳୟର କୈାଣସି ଶିକ୍ଷକଙ୍କୁ ବଦଳି କରାଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲେ ।ଏହି ଧାରଣାରେ ୧୪ନମ୍ବର ଜିଲ୍ଲାପରିଷଦ ସଭ୍ୟ ନଗେନ୍ଦ୍ର କୁମାର ପ୍ରଧାନ, ସମିତି ସଭ୍ୟ ଦୀପକ କୁମାର ସାହୁ ,ପରିଚାଳନା କମିଟି ସଭାପତି ପାଣ୍ଡବ ପ୍ରଧାନ , ହିମାଂଶୁ ଭୁଷଣ ସ୍ବାଇଁ ,ମୀନକେତନ ସାହୁ ,ପରୀ ପ୍ରଧାନ ,ଜଗବନ୍ଧୁ ସାହୁ ,ପୁରନ୍ଦର ବେହେରା , ଭଜମନ ସାହୁ ,ବାସୁଦେବ ସାହୁ ,ଲବଣି କୁମାର ସାହୁ ,ଅଦିତି କୁମାର ସାହୁ ,କପିଳ ବିଶ୍ବାଳଙ୍କ ସମେତ ଶତାଧିକ ଅଭିଭାବକ ଯୋଗ ଦେଇଥିଲେ । Advertisement
କୋଇଲା ଖଣିରେ ପାଉଁଶ – ଜନ ପ୍ରତିନିଧିଙ୍କ ବିରୋଧ ଅନୁଗୋଳ – ଅନୁଗୋଳ ଜିଲ୍ଲା ତାଳଚେର ଅଂଚଳ କୋଇଲା ଖଣି ପାଇଁ ପ୍ରଦୂଷିତ ହୋଇ ବିଶ୍ୱରେ ପ୍ରଦୂଷିତ ସହର ଭାବରେ ପରିଚିତ ହେଲାଣି । ଏପଟେ…
ଆମ ହସପିଟାଲ ଦାବିରେ ତହସିଲ ଅଫିସ ଘେରାଉ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଡାକ୍ତରଖାନାକୁ ଆମ ହସପିଟାଲ ଯୋଜନାରେ ସାମିଲ କରିବା ଦାବିରେ ଛେଣ୍ଡିପଦା ଠାରେ ଏହି ହସପିଟାଲ ଉପରେ ନିର୍ଭର କରୁଥିବା ପ୍ରାୟ…
ସୁରେଶ୍ୱରୀ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ମନ୍ତ୍ରୀଙ୍କୁ ଦାବିପତ୍ର କିଶୋରନଗର – ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକରେ ସୁରେଶ୍ୱରୀ ଜଳସେଚନ ପ୍ରକଳ୍ପ ନିର୍ମାଣ ନିମନ୍ତେ ୧୭ ବର୍ଷ ତଳେ ସରକାର ଶୁଭ ଦେଇଥିଲେ । ଏପରି କି…