ଅପରାଧ ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୭ ବର୍ଷ କାରାଦଣ୍ଡ Angul OnlineOctober 16, 2022October 16, 2022 ଅନୁଗୁଳ -ଅନୁଗୁଳ ଥାନା ଅଞ୍ଚଳରେ ଆଠ ବର୍ଷ ତଳେ ଘଟିଥିବା ଏକ ନାବାଳିକା ବଳାତ୍କାର ମାମଲାର ରାୟ ଶନିବାର ଜିଲ୍ଲା ଫାଷ୍ଟଟ୍ରାକ୍ ସ୍ପେଶାଲ୍ କୋର୍ଟରେ ପ୍ରକାଶ ପାଇଛି । ଆଡ୍ ହକ୍ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ପି.ଆର୍ . ବହିଦାର ଏହି ମାମଲାର ଶୁଣାଣି କରି ଅଭିଯୁକ୍ତ ଆଙ୍କୁଲା ନୂଆସାହି ଗ୍ରାମର ସୁନିଲ୍ ନାଏକ ( ୩୪ ) କୁ ୭ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ଏଥିସହିତ ୨୫ ହଜାର ଟଙ୍କା ଜରିମାନା , ଜରିମାନା ରାଶି ଅନାଦେୟ ଅଧିକ ୩ ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ରହିଛି । ପ୍ରାପ୍ତ ସୂଚନା ମୁତାବକ , ୨୦୧୪ ମସିହା ମେ ’ ମାସ ୧୪ ତାରିଖରେ ଅନୁଗୁଳ ସହର ଉପକଣ୍ଠରେ ଅଭିଯୁକ୍ତ ସୁନିଲ୍ ସହର ଉପକଣ୍ଠର ଜଣେ ୧୬ ବର୍ଷରୁ କମ୍ ନାବାଳିକାକୁ ପ୍ରେମ ଜାଲରେ ଫସାଇ ତାଙ୍କୁ ଧରି ଫେରାର୍ ହୋଇଯାଇଥିଲା । ନାବାଳିକାଙ୍କ ପରିବାର ଲୋକ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । କିଛିଦିନ ପରେ ପୁଲିସ୍ ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା । ପରବର୍ତ୍ତୀ ସମୟରେ ଅପହରଣ ମାମଲା ବଳାତ୍କାରକୁ ପରିବର୍ତନ ହୋଇଥିଲା । ପୁଲିସ୍ ପୋସକୋ ଆକ୍ଟରେ ଅଭିଯୁକ୍ତକୁ କୋର୍ଟଚାଲାଣ କରିଥିଲା । ଏହି ମାମଲାର ଶୁଣାଣି ଜିଲ୍ଲା ଫାଷ୍ଟଟ୍ରାକ୍ କୋର୍ଟରେ ଚାଲିଥିବା ବେଳେ ମୋଟ୍ ୧୭ ଜଣଙ୍କଠାରୁ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ସାକ୍ଷ୍ୟ ପ୍ରମାଣକୁ ଆଧାର କରି ବିଚାରପତି ଅଭିଯୁକ୍ତ ସୁନିଲ୍କୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ରାୟ ଶୁଣାଇଥିଲେ । ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ୍ ପ୍ରୋସିକ୍ୟୁଟର ସୁଶାନ୍ତ କୁମାର ମିଶ୍ର ଏହି ମାମଲାର ପରିଚାଳନା କରିଥିଲେ । Advertisement
ରାତ୍ର ଜଗୁଆଳଙ୍କ ଘରୁ ଚୋରି ଅନୁଗୁଳ – ଅନୁଗୁଳ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ରାତ୍ର ଜଗୁଆଳ ସରୋଜ ମୁଖୀଙ୍କ ଘରାଉ ଚୋରି ହୋଇଥିବା ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି । ଅନୁଗୁଳ ହୁଲୁରୁସିଂହା…
ବାର୍ହା ଶିକାର କରିବାକୁ ନିଜେ ଶିକାର ହୋଇଗଲେ ଶିକାରୀ ଆଠମଲ୍ଲିକ – ବାର୍ହା ଶିକାର କରିବାକୁ ଯାଇ ପ୍ରାଣ ହରାଇଲେ ଶିକାରୀ । ଆଠମଲ୍ଲିକ ବନଖଣ୍ଡ ହଣ୍ଡପା ରେଞ୍ଜର କୁରୁମଟାପ ଜଙ୍ଗଲ ଏଭଳି ଘଟଣା ଘଟିଛି ।…
ଭାଇକୁ ମାରିବା ପାଇଁ ଭାଇ ଦେଇଥିଲା ୫ ଲକ୍ଷ ଟଙ୍କାର ସୁପାରି ଅନୁଗୁଳ – ଭାଇକୁ ହତ୍ୟା କରିବା ପାଇଁ ଭାଇ ଦେଇଥିଲା ୫ ଲକ୍ଷ ଟଙ୍କାର ସୁପାରି । ହେଲେ ରଖେ ହଋ ତ ମାରେ କିଏ ?…