ମୁଖ୍ୟ ଖବର ଦଶହରାରୁ ଦୀପାବଳୀ – ମାଇକ ଓ ବାଣ ଉପରେ କଟକଣା Angul OnlineSeptember 22, 2022September 22, 2022 ଅନୁଗୁଳ – ଆସନ୍ତା ପୂଜା ପର୍ବାଣୀରେ ଉଚ୍ଚ ସ୍ବରରେ ମାଇକ ବାଜିବା ଓ ବାଣ ଫୁଟିବା ଉପରେ ଲାଗିଲା ଲଗାମ । ଆସନ୍ତା ଦୁର୍ଗାପୂଜା , ଲକ୍ଷ୍ମୀ ପୂଜା ଓ ଦିପାବଳୀ ଅନୁଗୁଳରେ ଆନନ୍ଦ ଉଲ୍ଲାସର ସହିତ ପାଳନ ହେଉଛି । ସାଜସଜ୍ଜା ବେଶ ଆକର୍ଷଣ ହେଉଥିବାବେଳେ ଉଚ୍ଚ ସ୍ବରରେ ମାଇକ ବାଜିବା ଓ ବାଣ ଫୁଟିବାକୁ ନେଇ ସୁପ୍ରିମକୋଟଙ୍କର ନିର୍ଦ୍ଦେଶନାମାକୁ ଚଳିତ ବର୍ଷ କଡା କଡି ଭାବେ ପାଳନ କରାଯିବ । ମାଇକ ବାଜିବା ଓ ବାଣ ଫୁଟିବା ଦ୍ୱାରା ବାୟୁ ଓ ଶବ୍ଦ ପ୍ରଦ୍ୟୁଷଣ ବହୁ ମାତ୍ରାରେ ବୃଦ୍ଧି ପାଉଥିବାରୁ ଏଥିରେ ସୁପ୍ରିମକୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି । ଦୁର୍ଗାପୂଜା , ଲକ୍ଷ୍ମୀ ପୂଜା ଓ ଦିପାବଳୀ ଜିଲ୍ଲାର ପୁରପଲ୍ଲୀରେ ପାଳନ ହେଉଥିବାରୁ ସମ୍ପୃକ୍ତ ଅଧିକାରୀମାନେ ବାଣ ଫୁଟିବା ଓ ଉଚ୍ଚ ସ୍ବରରେ ମାଇକ ବାଜିବା ଦ୍ବାରା ବାୟୁ ଓ ଶବ୍ଦ ପ୍ରଦ୍ୟୁଷଣ ହେଉଥିବା ସମ୍ପର୍କରେ ସଚେତନତା ସୃଷ୍ଟି କରିବେ । ଗ୍ରାମାଞ୍ଚଳରେ ପର୍ବ ପର୍ବାଣୀରେ ବାଣ ଫୁଟିବା ଓ ଉଚ୍ଚ ସ୍ବରରେ ମାଇକ ବଜାଇବାର କୁପ୍ରଭାବ ସମ୍ପର୍କରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନଂକୁ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟତ୍ରୀ ଅବଗତ କରାଇବେ ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ନିର୍ଦେଶ ଦେଇଛନ୍ତି । ସେହିପରି ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ ଦୁର୍ଗା ପୂଜା , ଲକ୍ଷ୍ମୀ ପୂଜା ଓ ଦିପାବଳୀରେ ବାୟୁ ଓ ଶବ୍ଦ ପ୍ରଦ୍ୟୁଷଣକୁ ଦୃଷ୍ଟିରେ ରଖି ବିଶେଷ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । Advertisement
ଶେଷ ଦିନରେ ୧୩ ଜଣ ଦାଖଲ କଲେ ନାମାଙ୍କନ ପତ୍ର ଅନୁଗୁଳ – ସାଧାରଣ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚାଲିଥିବାବେଳେ ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ଅନୁଗୁଳ ଜିଲ୍ଲାର ସମସ୍ତ ନିର୍ବାଚନ…
ଏଚଡ଼ିଏଫସି ବ୍ୟାଙ୍କର ପୂର୍ବତନ ମ୍ୟାନେଜରଙ୍କୁ ଅଟକ ଘଟଣା – ତତ୍କାଳୀନ ଆଇଆଇସି ଓ ଆଇଓଙ୍କୁ ଦାୟୀକଲା ଓଏଚଆରସି ତଦନ୍ତ ଟିମ୍ ଅନୁଗୁଳ – ଅନୁଗୁଳ ଥାନାରେ ଜଣେ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ୨୪ ଘଣ୍ଟାରୁ ଅଧିକ ସମୟ ଥାନାରେ ଅଟକ ରଖିବା ପରେ ତାଙ୍କୁ ଜେଲ୍ କୁ ପଠାଇବା ଏବେ…
ଜାତୀୟ ରାଜପଥର ଅବସ୍ଥା ପାଇଁ ଏଜେନ୍ସି ଦାୟୀ – ମହେଶ ସାହୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ହେଉ କିମ୍ବା ତାଳଚେର , ପାଲଲହଡା ଦେଇ ଯାଇଥିବା ଅନ୍ୟ ରାଜପଥ ଗୁଡିକର ଅବସ୍ଥା…