ମୁଖ୍ୟ ଖବର ବାହାଘର ପାଇଁ ନାରାଜ ହେବାରୁ ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା Angul OnlineSeptember 14, 2022September 14, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା କଣଲୋଇ ଗାଁରେ ପ୍ରେମିକର ଘର ଆଗରେ ପ୍ରେମିକାର ଧାରଣା । ଗତ କିଛି ବର୍ଷ ହେଲା ପ୍ରେମ ସମ୍ପର୍କ ରଖିବା ପରେ ଏବେ ବାହା ହେବାକୁ ମନା କରୁ ଥିବାରୁ ଗତ ରାତିରୁ ପ୍ରେମିକା ଆସି ପ୍ରେମିକା ଦୁଆରେ ବସିଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କଣଲୋଇ ଗାଁର ପ୍ରଶାନ୍ତ ମାଝୀଙ୍କ କିଶୋରନଗର ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠୁଥିଲା । ଦୀର୍ଘ ୪ ରୁ ୫ ବର୍ଷ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ବେଳେ ଏହା ଭିତରେ ଯୁବତୀ ଙ୍କ ପାଇଁ ଅନ୍ୟଆଡୁ ବାହାଘର ପ୍ରସ୍ତାବ ଆସିଲେ ତାକୁ ପ୍ରଶାନ୍ତ ଭାଙ୍ଗି ଦେଉଥିଲା । ତେବେ ଏବେ ପ୍ରଶାନ୍ତ ଆଉ ଧରା ଛୁଆଁ ଦବୁ ନାହିଁ । ସବୁ ପ୍ରକାର ସମ୍ପର୍କ ରଖିବା ପରେ ବାହାଘର ହେବାକୁ ଏବେ ମନା କରୁଛି । ଏଥିପାଇଁ ଆଜି ଯୁବତୀ ଜଣଙ୍କ ଧାରଣାରେ ବସି ରହିବା ସହ ପ୍ରଶାନ୍ତକୁ ବାହା ହେବାକୁ ଜିଦ ଧରିଛି । ଏହି ଘଟଣା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି । Advertisement
ପଇଡ ପଡି ଶିଶୁ କନ୍ୟା ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ହେମାମୁରା ଗାଁରେ ଅଘଟଣ । ମୁଣ୍ଡରେ ପଇଡ ପଡି ୭ ମାସର ଶିଶୁକନ୍ୟା ମୃତ । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା…
୨୦ ଦାଦନ ଶ୍ରମିକ ଉଦ୍ଧାର -ତାମିଲନାଡୁର ଏକ ସୁତାକଳରେ କାମ କରିବାକୁ ଯାଉଥିଲେ ଶ୍ରମିକ ଆଠମଲ୍ଲିକ – ଆଠମଲ୍ଲିକ ଥାନା ଅନ୍ତର୍ଗତ ଏକ ଢ଼ାବାରୁ ଗତ କାଲି ରାତିରେ ଚଡାଉ କରି ୨୦ ଜଣ ଦାଦନ ଶ୍ରମିକକୁ ପୋଲିସ ଉଦ୍ଧାର କରିଛି ।…
ବୈତୁରା ହେଲେ ଅନୁଗୁଳ ଉପ-ଜିଲ୍ଲାପାଳ ଅନୁଗୁଳ – ଅନୁଗୁଳ ଉପ ଜିଲ୍ଲାପାଳ ଭାବେ ସୋମବାର ବୈତୁରା ଦିପ୍ ଦାୟିତ୍ବ ଗ୍ରହଣ କରିଛନ୍ତି । ଜିଲ୍ଲାରେ ସେ ସବ୍ ରେଷ୍ଟରଠାରୁ ଆରମ୍ଭକରି ସହକାରୀ ଉପଜିଲ୍ଲାପାଳ…