ସ୍ୱାସ୍ଥ୍ୟ ଅନୁଗୁଳରେ ହେଉଛି କମ ଆରଟିପିସିଆର ପରୀକ୍ଷା Angul OnlineMay 30, 2021May 30, 2021 ଅନୁଗୁଳ – କରୋନାର ପ୍ରକୋପକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବ୍ୟାପକ ପରୀକ୍ଷା ଉପରେ ଗୁରୁତ୍ବ ଦେଉଛନ୍ତି । ଆଣ୍ଟିଜେନ ଅପେକ୍ଷା ଆର୍ଟିପିସିଆର ପରୀକ୍ଷାକୁ ଗୁରୁତ୍ବ ଦେବା ପାଇଁ ବାରମ୍ବାର ନିର୍ଦେଶ ଦିଆଯାଉଛି । ହେଲେ ଅନୁଗୁଳ ଜିଲାରେ ଭିନ୍ନ ଚିତ୍ର ଦେଖିବାକୁ ମିଳୁଛି । ଆର୍ଟିପିସିଆର ଅପେକ୍ଷା ଆଣ୍ଟିଜେନ ପରୀକ୍ଷା ଅଧିକ ହେଉଛି । କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ତରଫରୁ ମେ’୨୩ରୁ ୨୯ ତାରିଖ ଏହି ଏକ ସପ୍ତାହର ବିଭିନ୍ନ ତଥ୍ୟ ପ୍ରଦାନ କରାଯାଇଛି । ଏଥିରେ ଅନୁଗୁଳ ଜିଲାର ପରୀକ୍ଷା ସଂପର୍କରେ ଯେଉଁ ତଥ୍ୟ ଦିଆଯାଇଛି, ତାହା ନୈରାଶ୍ୟଜନକ ରହିଛି । ସଂକ୍ରମଣ ହାରରେ ଅନୁଗୁଳ ଜିଲାର ସ୍ଥାନ ରାଜ୍ୟରେ ନବମ ସ୍ଥାନରେ ରହିଛି । ଜିଲାର ସଂକ୍ରମଣ ହାର ଏହି ଗୋଟିଏ ସପ୍ତାହରେ ୧୯.୯୧ ପ୍ରତିଶତ ରହିଛି । ଅର୍ଥାତ ପ୍ରତି ଶହେଟି କରୋନା ପରୀକ୍ଷାରୁ ଏତିକି ସଂଖ୍ୟକ ପଜିଟିଭ ଆସୁଛି । ଅପରପକ୍ଷେ ତଥ୍ୟ ଅନୁଯାୟୀ, ଜିଲାରେ ୮୭ପ୍ରତିଶତ ଆଣ୍ଟିଜେନ ପରୀକ୍ଷା ହେଉଛି । ମାତ୍ର ୧୩ ପ୍ରତିଶତ ଆରଟିପିସିଆର ପରୀକ୍ଷା କରାଯାଇଛି । କରୋନାର ସଂକ୍ରମଣ ସଂପର୍କରେ ଆଣ୍ଟିଜେନ ଅପେକ୍ଷା ଆରଟିପିସିଆର ଅଧିକ ସଠିକ ତଥ୍ୟ ଦେଇଥାଏ । ଏବେ ମାତ୍ର ୧୩ ପ୍ରତିଶତର ଆରଟିପିସିଆର ପରୀକ୍ଷାରେ ଯଦି ସଂକ୍ରମଣ ହାର ପ୍ରାୟ ୨୦ ପ୍ରତିଶତ ରହିଛି, ତେବେ ଯଦି ଅଧିକ ସଂଖ୍ୟକ ଏହି ପରୀକ୍ଷା କରାଯାଏ, ତେବେ ଜିଲାରେ ସଂକ୍ରମଣ ହାର କେଉଁ ଉଚ୍ଚରେ ପହଞ୍ଚିବ, ତାହା ସହଜରେ ଅନୁମେୟ । ଅନ୍ୟ କୌଣସି ଜିଲାରେ ଏତେ କମ୍ ସଂଖ୍ୟକ ଆରଟିପିସିଆର ପରୀକ୍ଷା ହେଉନି । ଅନୁଗୁଳ ଜିଲାର ସାମାନ୍ୟ ଉପରେ ରହିଛି ସମ୍ବଲପୁର । ସେହି ଜିଲାରେ ୧୪ ପ୍ରତିଶତ ଆରଟିପିସିଆର ପରୀକ୍ଷା କରାଯାଉଛି । ଅର୍ଥାତ ଆରଟିପିସିଆର ପରୀକ୍ଷାରେ ଅନୁଗୁଳ ଜିଲାର ନମ୍ବର ହେଉଛି ୩୦ତମ । Advertisement
ସଂକ୍ରମିତ ସନ୍ଦେହରେ ୫ ଘଣ୍ଟା ପଡି ରହିଲା ଶବ – ସ୍ବେଛାସେବୀ କଲେ ଅନ୍ତିମ ସଂସ୍କାର ଛେଣ୍ଡିପଦା – କରୋନା ମହାମାରୀର ଭୟାବହତା ଦିନକୁ ଦିନ ବଢିବାରେ ଲାଗିଛି । ମହାମାରୀରେ ଆକ୍ରାନ୍ତ ହୋଇ ଅନେକ ଲୋକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ରୋଗର…
ପୋକତୁଙ୍ଗା ସ୍ୱାସ୍ଥ୍ୟ ଆରୋଗ୍ୟ ଉପକେନ୍ଦ୍ରକୁ ମିଳିଲା ଜାତୀୟ ଗୁଣବତ୍ତା ମାନକ ପ୍ରମାଣ ପତ୍ର ଅନୁଗୁଳ – ଅନୁଗୁଳ ବ୍ଲକ ପୋକତୁଙ୍ଗା ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ରକୁ ମିଳିଲା ଗୁଣବତ୍ତା ନିଶ୍ଚିତତା ମାନକ ପ୍ରମାଣ ପତ୍ର । ଜନସ୍ୱାସ୍ଥ୍ୟ ସେବାରେ ଗୁଣାତ୍ମକ…
୧୦ ଦିନ ଧରି ହେବ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଅନୁଗୁଳ – ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀ , ଅନଗୁଳ ଶାଖା ଓ ଜୟପ୍ରକାଶ ହସ୍ପିଟାଲ ଏଣ୍ଡ ରିସର୍ଚ୍ଚ ସେଣ୍ଟର ପ୍ରାଇଭେଟ ଲିମିଟେଡ଼ , ରାଉରକେଲା ମିଳିତ…