ସ୍ୱାସ୍ଥ୍ୟ ଅନୁଗୁଳରେ ହେଉଛି କମ ଆରଟିପିସିଆର ପରୀକ୍ଷା Angul OnlineMay 30, 2021May 30, 2021 ଅନୁଗୁଳ – କରୋନାର ପ୍ରକୋପକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବ୍ୟାପକ ପରୀକ୍ଷା ଉପରେ ଗୁରୁତ୍ବ ଦେଉଛନ୍ତି । ଆଣ୍ଟିଜେନ ଅପେକ୍ଷା ଆର୍ଟିପିସିଆର ପରୀକ୍ଷାକୁ ଗୁରୁତ୍ବ ଦେବା ପାଇଁ ବାରମ୍ବାର ନିର୍ଦେଶ ଦିଆଯାଉଛି । ହେଲେ ଅନୁଗୁଳ ଜିଲାରେ ଭିନ୍ନ ଚିତ୍ର ଦେଖିବାକୁ ମିଳୁଛି । ଆର୍ଟିପିସିଆର ଅପେକ୍ଷା ଆଣ୍ଟିଜେନ ପରୀକ୍ଷା ଅଧିକ ହେଉଛି । କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ତରଫରୁ ମେ’୨୩ରୁ ୨୯ ତାରିଖ ଏହି ଏକ ସପ୍ତାହର ବିଭିନ୍ନ ତଥ୍ୟ ପ୍ରଦାନ କରାଯାଇଛି । ଏଥିରେ ଅନୁଗୁଳ ଜିଲାର ପରୀକ୍ଷା ସଂପର୍କରେ ଯେଉଁ ତଥ୍ୟ ଦିଆଯାଇଛି, ତାହା ନୈରାଶ୍ୟଜନକ ରହିଛି । ସଂକ୍ରମଣ ହାରରେ ଅନୁଗୁଳ ଜିଲାର ସ୍ଥାନ ରାଜ୍ୟରେ ନବମ ସ୍ଥାନରେ ରହିଛି । ଜିଲାର ସଂକ୍ରମଣ ହାର ଏହି ଗୋଟିଏ ସପ୍ତାହରେ ୧୯.୯୧ ପ୍ରତିଶତ ରହିଛି । ଅର୍ଥାତ ପ୍ରତି ଶହେଟି କରୋନା ପରୀକ୍ଷାରୁ ଏତିକି ସଂଖ୍ୟକ ପଜିଟିଭ ଆସୁଛି । ଅପରପକ୍ଷେ ତଥ୍ୟ ଅନୁଯାୟୀ, ଜିଲାରେ ୮୭ପ୍ରତିଶତ ଆଣ୍ଟିଜେନ ପରୀକ୍ଷା ହେଉଛି । ମାତ୍ର ୧୩ ପ୍ରତିଶତ ଆରଟିପିସିଆର ପରୀକ୍ଷା କରାଯାଇଛି । କରୋନାର ସଂକ୍ରମଣ ସଂପର୍କରେ ଆଣ୍ଟିଜେନ ଅପେକ୍ଷା ଆରଟିପିସିଆର ଅଧିକ ସଠିକ ତଥ୍ୟ ଦେଇଥାଏ । ଏବେ ମାତ୍ର ୧୩ ପ୍ରତିଶତର ଆରଟିପିସିଆର ପରୀକ୍ଷାରେ ଯଦି ସଂକ୍ରମଣ ହାର ପ୍ରାୟ ୨୦ ପ୍ରତିଶତ ରହିଛି, ତେବେ ଯଦି ଅଧିକ ସଂଖ୍ୟକ ଏହି ପରୀକ୍ଷା କରାଯାଏ, ତେବେ ଜିଲାରେ ସଂକ୍ରମଣ ହାର କେଉଁ ଉଚ୍ଚରେ ପହଞ୍ଚିବ, ତାହା ସହଜରେ ଅନୁମେୟ । ଅନ୍ୟ କୌଣସି ଜିଲାରେ ଏତେ କମ୍ ସଂଖ୍ୟକ ଆରଟିପିସିଆର ପରୀକ୍ଷା ହେଉନି । ଅନୁଗୁଳ ଜିଲାର ସାମାନ୍ୟ ଉପରେ ରହିଛି ସମ୍ବଲପୁର । ସେହି ଜିଲାରେ ୧୪ ପ୍ରତିଶତ ଆରଟିପିସିଆର ପରୀକ୍ଷା କରାଯାଉଛି । ଅର୍ଥାତ ଆରଟିପିସିଆର ପରୀକ୍ଷାରେ ଅନୁଗୁଳ ଜିଲାର ନମ୍ବର ହେଉଛି ୩୦ତମ । Advertisement
ପାୱାର କଟ ଯୋଗୁଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ହେଲେ ହନ୍ତସନ୍ତ – ସାମାନ୍ୟ ରକ୍ତ ପରୀକ୍ଷା ନ କରିପାରି ଫେରିଲେ ରୋଗୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା । ପାୱାର କଟ ହେଲେ ଭଗବାନଙ୍କ ଭରସାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀ । ପାୱାର…
ଜିଲ୍ଲାରେ ୧୪ ନୂଆଁ ଡାକ୍ତରଙ୍କୁ ମିଳିଲା ନିଯୁକ୍ତି ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ନିଯୁକ୍ତ ହେବେ ୧୪ ଜଣ ନୂଆଁ ଡାକ୍ତର । ସ୍ବାସ୍ଥ୍ୟ ସେବାରେ ଅଧିକ ଉନ୍ନତି ପାଇଁ ରାଜ୍ୟ ସରକାର ଗତ ଶୁକ୍ରବାର…
ମେଡିକାଲ କଲେଜ କାର୍ଯ୍ୟକ୍ଷମ ପାଇଁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ଭୁବନେଶ୍ବର – ଅନୁଗୁଳ ଜିଲ୍ଲା ତାଳଚେରଠାରେ ମହାନଦୀ କୋଳ ଫିଲ୍ଡ ଦ୍ଵାରା ପରିଚାଳିତ ହେବାକୁ ଥିବା ମେଡିକାଲ କଲେଜକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଲାଗି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ…