ଅନୁଗୁଳ ଡାଇରିମୁଖ୍ୟ ଖବର ଚୁମ୍ବକୀୟ ମଣିଷ – ଦେହରେ ଲାଗି ରହୁଛି ଲୁହା Angul OnlineJune 12, 2021June 12, 2021 ତାଳଚେର – କରୋନା ଟିକା ନେବା ପରେ ଶରୀରରେ ଚୁମ୍ବକୀୟ ଶକ୍ତି ବଢିଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଭିଡିଓ ଭାଇରାଲ ପରେ ଏବେ ଅନୁଗୁଳ ଜିଲ୍ଲାରେ ମଧ୍ୟ ଏଭଳି ଏକ ଘଟଣା ସାମନାକୁ ଆସିଛି । ଅନୁଗୁଳ ଜିଲା ତାଳଚେର ରାମଚନ୍ଦ୍ର ବଜାରରେ ସରୋଜ (ବାବୁଲି) ମହାରଣା ନାମକ ଜଣେ ବ୍ୟକ୍ତି ଇଲୋଟ୍ରୋନିକସ ଜିନିଷ ମରାମତି ଦୋକାନ ଦେଇଛନ୍ତି । ସେ ଏପ୍ରିଲ ମାସ ୮ ତାରିଖରେ କରୋନା ଟିକା ନେଇଥିଲେ । ଗତକାଲି ବିଭିନ୍ନ ସ୍ଥାନରେ ଟିକା ନେବାପରେ ଦେହରେ ଚୁମ୍ବକୀୟ ଶକ୍ତି ହେଉଥିବା ଭିଡିଓ ଭାଇରାଲ ଓ ଖବର ପ୍ରସାରଣ ପରେ ସେ ପରୀକ୍ଷା ମୂଳକ ଭାବେ ନିଜ ଦେହରେ ଲୁହା ସାମଗ୍ରୀ ଲଗାଇଥିଲେ । ଆଉ ଆଶ୍ଚର୍ଯ୍ୟର ବିଷୟ ଯେ ସେହି ଲୁହାରେ ତିଆରି ସ୍କ୍ରୁ ଡ୍ରାଇଭର , ପ୍ଲାସ ,ଚିମୁଟା ଆଦି ଲାଗି ରହିଥିଲା । ସଙ୍ଗେ ସଙ୍ଗେ ଏହି ଖବର ଶୁଣି ବହୁ ଲୋକ ଘଟଣା ଦେଖିବାକୁ ଆସିବା ସହ ପରୀକ୍ଷା କରିଥିଲେ । ଆଉ ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହା ଏକ ଅଜବ ଘଟଣା ହୋଇଥିବା ବେଳେ ତାଳଚେର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏଭଳି ଚୁମ୍ବକୀୟ ପରିସ୍ଥିତି କାହିକି ସୃଷ୍ଟି ହୋଇଛି ତାହା ଜଣା ପଡି ନାହିଁ । ସେ ଆଜି ଡାକ୍ତରଖାନା ଯାଇ ଡାକ୍ତରଙ୍କ ପରାମର୍ଶ ନେଇଥିବା ଜଣା ପଡିଛି । ତେବେ ତାଙ୍କର ଅନ୍ୟ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନଥିବା ସେ କହିଛନ୍ତି । https://angulonline.com/odia/wp-content/uploads/2021/06/magnet-man.mp4 Advertisement
ହଜି ଯାଇଥିବା ସ୍ମୃତିକୁ ମିଳିଲା ପୁନର୍ଜୀବନ – ସଜେଇ ହେଉଛି ରାଜବାଟୀ ଅଞ୍ଚଳ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଥିବା ରାଜବାଟୀ , କେଉଁ ଦିନରୁ ଅବହେଳିତ ହୋଇ ପଡି ରହିଥିଲା । ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ…
ଅନୁଗୁଳ ଜିଲ୍ଲାର ପୁଅ : ସ୍ଵିଡେନ କଳା ବିଭାଗର ପରାମର୍ଶଦାତା ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କନ୍ଧପଡ଼ା ଗାଁରେ ଜନ୍ମ ଗ୍ରହଣ କରିଥିଲେ ଶ୍ରୀ ପି.କେ. ମହାନନ୍ଦିଆ । ପାଠ ପଢ଼ା ସହିତ ତାଙ୍କର ଚିତ୍ରକଳା…
ମହାନ ଜନନାୟକ ନବକୃଷ୍ଣ ଚୌଧୁରୀଙ୍କର ଜୟନ୍ତୀ ପାଳିତ ଅନୁଗୁଳ – ଆଜି ପୂର୍ବାହ୍ନରେ ମହାନ ବିପ୍ଳବୀ , ସର୍ବୋଦୟ ନେତା , ବିଶିଷ୍ଟ ଜନନାୟକ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗୀୟ ନବକୃଷ୍ଣ ଚୌଧୁରୀଙ୍କର ଜିଲ୍ଲା…