ମୁଖ୍ୟ ଖବର ଜଳିଗଲା ଲୁଗା ଶୋ ରୁମ – ନଥିଲା ଫାୟାର ସେଫ୍ଟି ଅନୁମତି Angul OnlineApril 8, 2023April 8, 2023 ଅନୁଗୋଳ – ଅନୁଗୋଳ ବଜାର ଭିତରେ ଥିବା ଏକ ଲୁଗା ଶୋ ରୁମରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଶୋ ରୁମଟି ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇ ଯାଇଥିବା ବେଳେ ଉପର ମହଲାରେ ଥିବା ଏକ ଘର ମଧ୍ୟ ନିଆଁରେ ପ୍ରଭାବିତ ହୋଇଛି । ସୂଚନା ଅନୁସାରେ ଅନୁଗୋଳ ବଜାର ଭିତରେ ମଙ୍ଗଲମ ନାମକ ଏକ ଲୁଗା ସୋରୁମ ରହିଛି । ଏହି ଶୋ ରୁମ ସାମ୍ନାରେ ଥିବା ଏକ ଇଲେକ୍ଟ୍ରି ପୋଲରେ ହଠାତ ସର୍ଟ ସାର୍କିଟ ହୋଇଥିଲା । ପ୍ରଥମେ ଶୋ ରୁମରେ ସାମ୍ନାରେ ଥିବା ଏକ ଫ୍ଲେକ ଓ ଦୁଇଟି ମୋଟରସାଇକେଳରେ ନିଆଁ ଲାଗିଥିଲା । ସେହି ମୋଟରସାଇକେଲାରୁ ନିଆଁ ଛିଟିକି ସୋରୁମରେ ଥିବା ଲୁଗାରେ ନିଆଁ ଲାଗି ଭୟାବହ ରୂପ ଧରିଥିଲା । ଦେଖୁ ଦେଖୁ ନିମିଷକେ ସୋରୁମ ସମେତ ଉପର ମହଲାରେ ନିଆଁ ଲାଗିଥିଲା । ଖବର ପାଇ ଅନୁଗୋଳର ଦୁଇଟି ଅଗ୍ନିଶମ ବିଭାଗର ଦମକଳ ପହଁଚି ନିଆଁ କୁ ଆୟତ କରିବାକୁ ଚେଷ୍ଟା କରିଥିଲେ । ପରବର୍ତ୍ତୀ ସମୟରେ ନାଲକୋ ଓ JSPL ର ଆଉ ଦୁଇଟି ଗାଡି ଆସି ନିଆଁ କୁ ଆୟତ କରିଥିଲେ । ତେବେ ଅଗ୍ନିକାଣ୍ଡରେ ଦୁଇଟି ମୋଟରସାଇକେଲ ସମେତ ଲୁଗା ଦୋକାନଟି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇ ଯାଇଛି । ନିଆଁ ସମ୍ପୂର୍ଣ୍ଣ ଆୟତ ହୋଇଥିବା ବେଳେ କ୍ଷୟକ୍ଷତି ର ଆକଳନ କରା ଯାଇଛି ।ପ୍ରାୟ ୩୦ ଲକ୍ଷ ଟଙ୍କା ମୂଲ୍ୟର ଲୁଗା ସହ ଅନ୍ୟାନ୍ୟ ସାମଗ୍ରୀ ପୋଡି ନଷ୍ଟ ହୋଇ ଯାଇଥିବା ଅଗ୍ନିଶମ ବିଭାଗ ପକ୍ଷରୁ କୁହା ଯାଇଛି । ତେବେ ସବୁଠାରୁ ବଡ କଥା ହେଲା ସମ୍ପୃକ୍ତ ଦୋକାନର ଫାୟାର ସେଫ୍ଟି ଅନୁମତି ନଥିଲା । ଅଗ୍ନିଶମ ବିଭାଗ ପକ୍ଷରୁ ତାଗିଦ କରା ଯାଇଥିବା ସତ୍ୱେ ଦୋକାନ ପକ୍ଷରୁ ଫାୟାର ସେଫ୍ଟି ପାଇଁ କୌଣସି ବ୍ୟବସ୍ଥା କରା ଯାଇ ନଥିଲା । https://angulonline.com/odia/wp-content/uploads/2023/04/WhatsApp-Video-2023-04-08-at-20.25.34.mp4 Advertisement
ହାତୀ ଆକ୍ରମଣରେ ମହିଳା ମୃତ ତାଳଚେର – ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ହେଲେ ହିଲୋଇ ଗାଁର ବଚନ ବେହେରା…
ଦମ୍ପତିଙ୍କୁ ମହିଳା ଏଏସଆଇ ମାଡ ମାରିଥିବା ନେଇ ଥାନାରେ ଅଭିଯୋଗ ଛେଣ୍ଡିପଦା- ଅନୁଗୁଳ ଜିଲ୍ଲା ବାଗଡିଆ ଥାନାରେ ଅଭିଯୋଗ କରି ଆସିଥିବା ଦମ୍ପତିଙ୍କୁ ମହିଳା ଏଏସଆଇ ମାଡ଼ମାରିଥିବା ନେଇ ପିପଳବାହଳ ଗ୍ରାମର ଦମ୍ପତି ବାଗଡିଆ ଥାନାରେ ଲିଖିତ ଅଭିଯୋଗ…
ପୌର ନିର୍ବାଚନ ବେଳେ ଟଙ୍କା ବାଣ୍ଟି ସାମ୍ବାଦିକ ଅଟକ ଆଠମଲ୍ଲିକ – ପୌର ନିର୍ବାଚନ ବେଳେ ଟଙ୍କା ବାଣ୍ଟୁଥିବା ଅଭିଯୋଗରେ ପୁଲିସ ଜଣେ ସାମ୍ବାଦିକଙ୍କୁ ଅଟକ ରଖିଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ ଆଜି…