ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ପାଉଡିଭୂଇଁୟା ଅଞ୍ଚଳରେ ମ୍ୟାଲେରିଆ ଆତଙ୍କ। ନଗିରା ପଞ୍ଚାୟତରେ ଥିବା ସିବିଡା ଶିକ୍ଷାନିକେତନ ଜନଜାତି ହଷ୍ଟେଲର ପ୍ରାୟ ୧୦ ଛାତ୍ରଛାତ୍ରୀ ମ୍ୟାଲେରିଆରେ ଆକ୍ରାନ୍ତ ଥିବା ଜଣାପଡିଛି । ସେହିଭଳି ଜମରଡ଼ିହ କନ୍ୟାଶ୍ରମର ୪ ଜଣ ଛାତ୍ରଛାତ୍ରୀ ମଧ୍ୟ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ପାଲଲହଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ଚିକିତ୍ସା ଚାଲିଥିବା ବେଳେ ଡାକ୍ତରଖାନାରେ ପାଲଲହଡା ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସ୍ୱତନ୍ତ୍ର ଡାକ୍ତରୀ ଟିମ ଦ୍ୱାରା ଛାତ୍ର ଛାତ୍ରୀଙ୍କ ଚିକିତ୍ସା କରିବାକୁ ସେ ପରାମର୍ଶ ଦେଇଛନ୍ତି ।
