ସମସ୍ୟା ରାଜପଥ ତାତି – ୬ ଘଣ୍ଟିଆ ରାଜପଥ ଅବରୋଧ Angul OnlineJuly 24, 2022July 24, 2022 ଅନୁଗୁଳ – ଅନଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ନମ୍ବର ୫୫ର ଶୋଚନୀୟ ଅବସ୍ଥାକୁ ନେଇ ଅନୁଗୁଳ ଜିଲ୍ଲାରେ ରବିବାର ଅନୁଗୁଳ ରାଜପଥ ଅବରୋଧ କରାଯାଇଛି । ଅନୁଗୁଳ ଓକିଲ ସଂଘ ଏଥିପାଇଁ ଅଣ୍ଟା ଭିଡିଛି । ସକାଳ ୬ଟାରୁ ମଧ୍ୟାହ୍ନ ୧୨ଯାଏ ଅନୁଗୁଳ ଜିଲ୍ଲାର ଜାତୀୟ ରାଜପଥକୁ ବନ୍ଦ ବନ୍ଦ କରା ଯାଇଥିଲା । ଏ ବନ୍ଦ ପାଳନ କେବଳ ଜାତୀୟ ରାଜପଥର ନାକଚିଠାରୁ ଆରମ୍ଭ କରି ବଅଁରପାଳ ଯାଏ ୫୫ନମ୍ବର ଜାତୀୟ ରାଜପଥକୁ ଅଚଳ କରାଯାଇଥିଲା । କେବଳ ଅନୁଗୁଳ କି ବଅଁରପାଳ ନୁହେଁ, ଏ ବନ୍ଦରେ ତାଳଚେର, ଛେଣ୍ଡିପଦା, ପାଳଲହଡ଼ା, ଆଠମଲ୍ଲିକ ଓକିଲ ସଂଘ ସହିତ, ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ସାମିଲ୍ ହୋଇଥିଲେ । ମରଣଯନ୍ତା ପାଲଟିଥିବା ଏ ରାସ୍ତା ସମସ୍ୟା ନେଇ ଆଜିର ରାଜପଥ ଅବରୋଧକୁ ସରକାରୀ ଦଳ ବିଜେଡି ମଧ୍ୟ ସମର୍ଥନ କରିଥିଲା । ଆନ୍ଦୋଳନରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା , ପାଲଲହଡା ବିଧାୟକ ମୁକେଶ ପାଳ , ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ , ଆଠମଲ୍ଲିକ ବିଧାୟକ ରମେଶ ସାଏ , ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ ସମେତ ଅନେକ ବିଜେଡ଼ି ନେତା ସାମିଲ ହୋଇଥିଲେ । ସେହିଭଳି କଂଗ୍ରେସ ମଧ୍ୟ ସମର୍ଥନ କରିଥିବା ବେଳେ କଂଗ୍ରେସ ଜିଲ୍ଲା ସଭାପତି ବିପ୍ଲବ ଜେନା , ସୁଦୀପ ମିଶ୍ର , ମମତା ପ୍ରଧାନ ଆଦି ସମାଇଲ ହୋଇଥିଲେ । ଏହା ସହ ଜିଲ୍ଲାର ଅନେକ ସଂଗଠନ ମଧ୍ୟ ଏହି ଅବରୋଧକୁ ସମର୍ଥନ ଜଣାଇ ଆନ୍ଦୋଳନରେ ସାମିଲ ହୋଇଥିଲେ । Advertisement
ସୁଭଦ୍ରା ଖଣି କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ ଅନୁଗୋଳ – ଅନୁଗୋଳ ଜିଲ୍ଲାପାଳ ନିଶା ଶିଳ୍ପାଞ୍ଚଳ ଥାନା କଙ୍କରେଇ ଗାଁ ନିକଟରେ ସୁଭଦ୍ରା କୋଇଲା ଖଣି ପକ୍ଷରୁ କୋଇଲା ପରିଚାଳନା କେନ୍ଦ୍ର ବା ସାଇଲୋର ନିର୍ମାଣ…
ରାସ୍ତାରେ ପାଇଖାନା – ଯିବା ଆସିବାରେ ଆସୁବିଧା ଭୋଗୁଛନ୍ତି ଲୋକେ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ବଡକେରାଜାଙ୍ଗ ଗାଁର ଏକ ପରିବାର ସରକାରୀ ଜାଗାରେ ଜୋର ଜବରଦସ୍ତ ପାଇଖାନା ଓ ଟାଙ୍କି ନିର୍ମାଣ କରିବା ଫଳରେ…
ଟିକାକରଣରେ ୨୧ ତମ ସ୍ଥାନରେ ଅନୁଗୁଳ ଅନୁଗୁଳ – ଗୋଟିଏ ପଟେ ଅନୁଗୁଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଅନ୍ୟପଟେ ଜିଲ୍ଲାରେ ଟିକାକରଣ ଅଭିଯାନ ନୈରାଶ୍ୟଜନକ ରହୁଛି । ରାଜ୍ୟରେ ୩୦ଟି…