ଚୋରି ସନ୍ଦେହରେ ପିଟିପିଟି ମାରିଦେଇଥିଲେ – ଦୁଇ ଗିରଫ

ଅନୁଗୁଳ – ଅନୁଗୁଳ ସହର ରାଣୀଗୋଡା ପଡ଼ିଆରୁ ଗତ ୧୬ ତାରିଖ ରାତିରେ  ସେହି ଗାଁର ବାପି ବିଶ୍ୱାଳ ( ଶିବା)କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରା ଯାଇଥିଲା । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବାପି ଦେହରେ କ୍ଷତ ଚିହ୍ନ ଥିବା ବେଳେ ତାଙ୍କୁ ମାଡ ମରା ଯାଇଥିବା ଜଣା ପଡିଥିଲା । ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ କରି ଏଜି ହତ୍ୟା ଘଟଣାରେ ଦୁଇଜଣଙ୍କୁ ଗିରଫ କରିଛି । ଗିରଫ ଦୁଇଜଣ ହେଲେ ରାଣୀଗୋଡା ଗାଁର ସୁନୀଲ କୁମାର ସାହୁ ଓ ସୁଜିତ କୁମାର ସାହୁ । ଉଭୟ ଦୁଇ ଭାଇ ହୋଇଥିବା ବେଳେ ସେମାନେ ରେଳ ବିଭାଗର ଠିକାଦାର ଅଟନ୍ତି । ଏଥିପାଇଁ ସେମାନେ ଘର ନିକଟରେ ବିଭିନ୍ନ ଲୁହା ସାମଗ୍ରୀ ଷ୍ଟୋର କରି ରଖିଛନ୍ତି । ଅନ୍ୟପଟେ ବାପି ବିଭିନ୍ନ ସ୍ଥାନରୁ  ପୁରୁଣା ଲୁହା ସଂଗ୍ରହ କରି କବାଡ଼ରେ ବିକ୍ରି କରିଥାନ୍ତି । ଗତ କିଛିଦିନ ତଳେ ବାପି , ସୁନୀଲଙ୍କ ସେହି ଷ୍ଟୋର ଆଗରେ ବୁଲୁଥିବା ବେଳେ ଦୁଇଭାଇ ସୁନୀଲ ଓ ସୁଜିତ ବାପିଙ୍କୁ ତାଗିଦ କରିଥିଲେ । ଏହାକୁ ନେଇ ବଚସା ହୋଇଥିଲା । ବଚସା ବେଳେ ବାପି ଏକ ପଥର ଫୋପାଡି ପଳାଇ ଯାଇଥିଲା । ଯେଉଁଥିପାଇଁ ସୁନୀଲ ଓ ସୁଜିତ ରାଗରେ ବାପିଙ୍କୁ ଖୋଜି ତ୍ରିବେଣି ଛକ ନିକଟରେ ଥିବା ପଡ଼ିଆରେ ଏକ ବାଉଁଶରେ ମାଡ ଦେଇ ଚମ୍ପଟ ମାରିଥିଲେ । ମାଡ଼ ଫଳରେ ବାପି ଗୁରୁତର ହୋଇ ପଡି ରହିଥିଲା । ଏବଂ ପରବର୍ତ୍ତୀ ସମୟରେ ବାପିର ମୃତ୍ୟୁ ହୋଇଥିଲା ।

Advertisement

Leave a Reply

Your email address will not be published. Required fields are marked *