ଅପରାଧ ବାରମ୍ବାର କଇଁଚି ଭୂଷି ଟେଲରଙ୍କୁ ହତ୍ୟା Angul OnlineAugust 15, 2024August 15, 2024 ଅନୁଗୁଳ – ସାମାନ୍ୟ ବଚସାରୁ ଟେଲରଙ୍କୁ ବାରମ୍ବାର କଇଁଚିରେ ଭୂଷି ହତ୍ୟା କଲା ଯୁବକ । ଏଭଳି ଅଭାବନୀୟ ଘଟଣା ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଧିନରେ ଘଟି ଯାଇଛି । ସୂଚନା ଅନୁସାରେ ବଅଁରପାଳ କଲେଜ ନିକଟରେ ଥିବା ଏକ ଦୁଇମହଲା ଘରେ ଜଣେ ବ୍ୟକ୍ତି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡିଥିବା ବଅଁରପାଳ ପୁଲିସକୁ ଖବର ମିଳିଥିଲା । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି କ୍ଷତାକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ବ୍ୟକ୍ତି ଜଣଙ୍କ ଯାଜପୁରରୋଡ ଅଞ୍ଚଳର ମଧୁସୁଦନ ନାୟକ । ସୂଚନା ଅନୁସାରେ ମଧୁସୂଦନ କିଛି ବର୍ଷ ହେଲା ବଅଁରପାଳ କଲେଜ ନିକଟରେ ରହି ଟେଲର କାମ କରୁଥିଲେ । ଆଜି ଦ୍ବିପ୍ରହରରେ ମଧୁସୁଦନକୁ କେହି କଇଁଚି ଭୂଷି ଦେଇଥିବା ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲା । ରକ୍ତ ଜୁଡ଼ୁବୁଡ଼ୁ ରେ ମଧୁସୁଦନ ପଡି ଥିବା ଦେଖି ସଙ୍ଗେ ସଙ୍ଗେ ପୁଲିସ ଗାଡି ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ । ଏ ପଟେ ପୋଲିସ ତଦନ୍ତ କରି ମଧୁସୁଦନ ଙ୍କୁ କଇଁଚି ଭୂଷିଥିବା ଯୁବକ କମଳ ଲୋଚନ ବେହେରାଙ୍କୁ ବଅଁରପାଳ ଥାନାରେ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁସାରେ କମଳ ମଧ୍ୟ ଜଣେ ଟେଲର ହୋଇଥିବା ବେଳେ କୌଣସି କାରଣରୁ ଆଜି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଉତ୍ତ୍ୟକ୍ତ ହୋଇ କମଳ ଏକ କଇଁଚିରେ ମଧୁସୂଦନଙ୍କ ପେଟ , ପିଠି ଓ ଛାତିକୁ ବାରମ୍ବାର ଆକ୍ରମଣ କରିଥିଲେ । ଜାହ ଫଳରେ ମଧୁସୂଦନଙ୍କ ମୃତ୍ୟୁ ହୋଇଥିଲା । ଯାଜପୁରରୋଡରେ ରହୁଥିବା ମୃତକଙ୍କ ପରିବାରକୁ ସୂଚନା ଦେଇ ଶବ ବ୍ୟବଚ୍ଛେଦ ପାଇଁ ମୃତ ଶରୀରକୁ ଶବ ବ୍ୟବଚ୍ଛେଦ ଗୃହକୁ ପଠାଇ ପୁଲିସ ଅଧିକ ତଦନ୍ତ କରୁଛି । Advertisement
ପ୍ରେମ ପାଇଁ ଅପହରଣ ପରେ ହତ୍ଯା – ଜଣେ ଗିରଫ , ତିନି ଫେରାର ଅନୁଗୁଳ – ଅନୁଗୁଳ ଜିଲ୍ଲାରୁ ଅପହରଣ ପରେ ମୋଟଙ୍ଗା ଥାନା ଅଞ୍ଚଳର ଏକ ପୋଖରୀରୁ ହାତ ଗୋଡ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର ଘଟଣାର ପରଦାଫାସ କରିଛି…
ଡିଜେ ବନ୍ଦ କରିବାରୁ ପୁଲିସକୁ ଆକ୍ରମଣ – ଘଟଣାରେ ୭ ଅଟକ ଅନୁଗୁଳ – ବିଳମ୍ବିତ ରାତି ଯାଏଁ କାର୍ତ୍ତିକେଶ୍ବର ପୂଜା ଭଷାଣି ଉତ୍ସବ ଚାଲୁଥିବା ବେଳେ ଅଭିଯୋଗ ପାଇ ଯାଇଥିବା କିଛି ପୁଲିସ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ୭…
ନକଲି ପୁଲିସ ଏବଂ ସହଯୋଗୀ ଗିରଫ ଅନୁଗୁଳ – ଗାଡି ଅଟକାଇ ଚାନ୍ଦା ଆଦାୟ କରୁଥିବା ବେଳେ ଦୁଇ ନକଲି ପୁଲିସ ଗିରଫ । ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହିଧରପୁର ରାସ୍ତାରେ ଗତକାଲି…